ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ପ୍ରାୟ ସୋସିଆଲ ମିଡ଼ିଆରେ (Social Media) ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଆଜିକାଲିର ଯୁବପିଢ଼ି ଫେସବୁକ (Facebook), ଟ୍ୱିଟର (Twitter), ଇନଷ୍ଟା (Instagram) ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ (Socialmedia Platform) ନିଜର ଆକାଉଣ୍ଟ ଖୋଲି ସେଥିରେ ବେଶ ସକ୍ରିୟ ରହୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଏହି ପ୍ଲାଟଫର୍ମରେ ନିଜର ସ୍ଥିତିକୁ ଜାହିର କରିପାରୁଛନ୍ତି। ଏପରିକି ରିଲ୍ସ ବନାଇ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛନ୍ତି। ବିଭିନ୍ନ ପ୍ରକାର ସୂଚନା ମଧ୍ୟ ପ୍ରଦାନ କରୁଛନ୍ତି। ଏପରିକି କେହି କେହି ଏହି ସୋସିଆଲ ମିଡ଼ିଆରେ ନିଜର ମତାମତ ଦେଇ ବିବାଦରେ ମଧ୍ୟ ଛନ୍ଦି ହୋଇ ପଡ଼ିଥାନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ଏହାରି ମଧ୍ୟରେ କିଛି ସେଲିବ୍ରିଟିଙ୍କ ଏଭଳି କିଛି ରିଲ୍ସ କିମ୍ବା ପୋଷ୍ଟ ସାମ୍ନାକୁ ଆସିଥାଏ ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥାଏ। ସେହିଭଳି ଏକ ପୋଷ୍ଟ ଏବେ ସାମ୍ନାକୁ ଆସିଛି। ଏହି ପୋଷ୍ଟରେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ସୂର୍ଯ୍ୟକୁମାର ଯାଦବ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି। ଏଥିରେ ଉଭୟେ ରିଲ୍ସ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। 


 



ସୂର୍ଯ୍ୟକୁମାରଙ୍କୁ ତାଙ୍କ ଧର୍ମପତ୍ନୀ ପଚାରୁଛନ୍ତି କି ପତ୍ନୀଙ୍କୁ ସଂସ୍କୃତରେ କଣ କୁହନ୍ତି। ଏହି ପ୍ରଶ୍ନର ଉତ୍ତର ବେଶ ମଜାଳିଆ ଢଙ୍ଗରେ ରଖୁଛନ୍ତି ସୂର୍ଯକୁମାର। ସୂର୍ଯ କହୁଛନ୍ତି କି ମାତେ... ସଂସ୍କୃତ କଣ, କୌଣସି ଭାଷାରେ ବି ପତ୍ନୀଙ୍କୁ କିଛି ବି କହି ହେବ ନାହିଁ। ସୂର୍ଯ୍ୟଙ୍କ ଠାରୁ ଏଭଳି ଉତ୍ତର ଶୁଣିବା ପରେ ତାଙ୍କ ଧର୍ମପତ୍ନୀ ବେଶ ତାଜୁବ ହୋଇ ପଡ଼ିଛନ୍ତି। ସୂର୍ଯ୍ୟଙ୍କ ଏଭଳି ଉତ୍ତର ଦେବା ପରେ ବେଶ ଖୁସି ହେଉଥିବା ଦେଖିବାକୁ ମିଳିଛି। 


 


ପଟେ ଏହି ରିଲ୍ସ ଦେଖିବା ପରେ ସୂର୍ଯ୍ୟଙ୍କ ଫ୍ୟାନ ଫଲୋୟର୍ସମାନେ ବେଶ ମଜାଳିଆ ଢଙ୍କରେ ଉତ୍ତର ରଖୁଛନ୍ତି। ତେବେ ଏହି ରିଲ୍ସକୁ ଲକ୍ଷାଧିକ ସଂଖ୍ୟାରେ ଲୋକମାନେ ଦେଖୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ଢେର ସାରା ଭଲପାଇବା ଦେବା ସହିତ ଲାଇକ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। 


Also Read: Second Marriage: ବିଜେଡିର ଏହି ରାଜନେତା କରିବେ ଦ୍ୱିତୀୟ ବିବାହ, ଏହି ରାଜକୁମାରୀ ପାଲଟିବେ...


Also Read: Bijaya Sankar Das and Somalika Controversy:ଜୟ ନାରାୟଣ ମିଶ୍ରଙ୍କୁ ଭେଟିବା ପରେ ସୋମାଲିକାଙ୍କୁ ଅଜଣା ନମ୍ବରରୁ ମିଳୁଛି ଧମକ, ଅଡିଓ ଭାଇରାଲ


Also Read: Jasprit Bumrah: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍