Second Marriage: ବିଜେଡିର ଏହି ରାଜନେତା କରିବେ ଦ୍ୱିତୀୟ ବିବାହ, ଏହି ରାଜକୁମାରୀ ପାଲଟିବେ...
Advertisement
Article Detail0/zeeodisha/odisha1580630

Second Marriage: ବିଜେଡିର ଏହି ରାଜନେତା କରିବେ ଦ୍ୱିତୀୟ ବିବାହ, ଏହି ରାଜକୁମାରୀ ପାଲଟିବେ...

Captain Dibya Shankar Mishra: ବର୍ତ୍ତମାନ ଚାଲିଛି ଦ୍ବୀତିୟ ବିବାହ(Marriage) ଟ୍ରେଣ୍ତ । ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀମାନେ ନିଜ ପ୍ରଥମ ଜୀବନକୁ ଛାଡି ଦ୍ବିତୀୟ ଥର ବିବାହ କରୁଛନ୍ତି । ଆଉ ସୁଖର ଘର ସଂସାର ମଧ୍ୟ କରି ଆଗକୁ ବଢୁଛନ୍ତି। ତେବେ, ଏହି ତାଲିକାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର (Captain Dibya Shankar Mishra)ନାଁ ବି ସାମିଲ ହୋଇଛି । ଚର୍ଚ୍ଚା ହେଉଛି ଯେ , ଦିବ୍ୟ ଶଙ୍କର ମିଶ୍ର ପୁଣି ଥରେ ଦ୍ବିତୀୟ ବିବାହ ( married for second time )କରିବାକୁ ଯାଉଛନ୍ତି।

ସୌଜନ୍ୟ- ସୋସିଆଲ ମିଡିଆ

Captain Dibya Shankar Mishra: ବର୍ତ୍ତମାନ ଚାଲିଛି ଦ୍ବୀତିୟ ବିବାହ(Marriage) ଟ୍ରେଣ୍ତ ।  ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀମାନେ ନିଜ ପ୍ରଥମ ଜୀବନକୁ ଛାଡି ଦ୍ବିତୀୟ ଥର ବିବାହ କରୁଛନ୍ତି । ଆଉ ସୁଖର ଘର ସଂସାର ମଧ୍ୟ କରି ଆଗକୁ ବଢୁଛନ୍ତି। ତେବେ, ଏହି ତାଲିକାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର (Captain Dibya Shankar Mishra)ନାଁ ବି ସାମିଲ ହୋଇଛି । ଚର୍ଚ୍ଚା ହେଉଛି ଯେ , ଦିବ୍ୟ ଶଙ୍କର ମିଶ୍ର ପୁଣି ଥରେ ଦ୍ବିତୀୟ ବିବାହ ( married for second time  )କରିବାକୁ ଯାଉଛନ୍ତି। ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦିବ୍ୟଶଙ୍କର (odisha mla dibya shankar mishra)ତାଙ୍କ ଜୁନାଗଡ଼ ନିର୍ବାଚନମଣ୍ଡଳୀର ଗୋଲମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଚଳିତ ମାସ ଶେଷ ‌ସପ୍ତାହରେ ପୁରୀଠାରେ ବିବାହ କରିବେ ବୋଲି ସୂଚନା ମିଳିଛି। ‌ଏନେଇ ଦିବ୍ୟଶଙ୍କରଙ୍କ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। 

ଦିବ୍ୟଶଙ୍କର ମିଶ୍ର (Captain Dibya Shankar Mishra) ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। ହେଲେ ପାରିବାରିକ ବିବାଦ କାରଣରୁ ସେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଉଭୟଙ୍କ ସହମତିରେ ଏହି ଛାଡପତ୍ର ହୋଇଥିଲା। ଏବେ ପୁଣି ସେ ବିବାହ କରିବାକୁ ଯାଉଛନ୍ତି। ପ୍ରକାଶଥାଉ କି, ଦିବ୍ୟଶଙ୍କର ମିଶ୍ର (Captain Dibya Shankar Mishra )ନବୀନ ସରକାରରେ ଗୃହରାଷ୍ଟ୍ରମନ୍ତ୍ରୀ ଭଳି ବଡ ଦାୟିତ୍ୱରେ ଥିଲେ। କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ନେଇ ବିବାଦୀୟ ହୋଇପଡ଼ିଥିଲେ ଦିବ୍ୟଶଙ୍କର। ବିରୋଧୀ ଏହାକୁ ନେଇ ବିଧାନସଭାଠୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ତୁମ୍ବିତୋଫାନ କରିଥିଲେ। ଯଦିଓ ସଙ୍ଗେସଙ୍ଗେ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ ଯାଇନଥିଲା। ପରେ କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ବେଳେ ଜୁନାଗଡ ବିଧାୟକ (odisha mla dibya shankar mishra )ମନ୍ତ୍ରୀ ପଦ ହରାଇଥିଲେ।

Also Read : IOCL Recruitment 2023: ଆଇଓସିଏଲରେ ବାହରିଛି ନିଯୁକ୍ତି, ଲକ୍ଷେ ଉପରେ ଦରମା

Also Read : Collector Wedding: ନିର୍ବନ୍ଧ ଶେଷ, ଦ୍ୱିତୀୟ ଥର ପାଇଁ ସାତଜନ୍ମର ସାଥି ହେବେ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାପାଳ

ଇଏତ ଗଲା ରାଜନେତାଙ୍କ ଦ୍ବୀତିୟ ବିବାହ, ସେହିପରି ଆଉ ଗୋଟେ ପ୍ରଶାସକ ଯୋଡି ମଧ୍ୟ ଖୁବଶିଘ୍ର ହାତକୁ ଦ୍ବିହାତ ହେବାକୁ ଯାଉଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଅନନ୍ଯା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଖୁବଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ଉଭୟ IASଙ୍କ ନିର୍ବନ୍ଧ ସରିଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ରୀତିନୀତି ଅନୁଯାୟୀ ନିର୍ବନ୍ଧ ଶେଷ ହୋଇଥିଲା। ଖୁବ କମ ସରକାରୀ ଅଧିକାରୀ ତଥା ପରିବାର ଲୋକଙ୍କ ଗହଣରେ ଏହି ନିର୍ବନ୍ଧ କରାଯାଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ,  ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ କଚେରୀ ନିକଟସ୍ଥ ସରକାରୀ ବାସଭବନରେ ନିର୍ବନ୍ଧ ଅତି ନିରାଡ଼ମ୍ବର ଭାବରେ କରାଯାଇଥିଲା । ଏଥିରେ ଉଭୟ ପକ୍ଷର ପରିବାର ଲୋକେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ ଅଟେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତ୍ତମାନର ରାୟଗଡା଼ ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନର୍ବଣେ ଓ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ । ଚଳିତ ସମ୍ବଲପୁର ଲୋକ ମହୋତ୍ସବ ୨୦୨୩ ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ସମ୍ବଲପୁର ଆସିଥିବା ନେଇ ସୂଚନା ରହିଛି । ସୂଚନା ଥାଉ କି, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆସାମର ଝିଅ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓଡି଼ଶାର ବାସିନ୍ଦା ଅଟନ୍ତି । ତେବେ ଖୁବଶୀଘ୍ର ଏହି ଜିଲ୍ଲାପାଳ ଯୋଡି଼ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଜଣାପଡି଼ଛି ।