Z plus security : ବର୍ତ୍ତମାନ ଦେଶରେ ହାଇ ସିକ୍ୟୁରିଟିର ଟ୍ରେଣ୍ଡ ଚାଲିଛି। ଅଭିନେତା, ରାଜନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ଦିନ କୋଟି କୋଟି ରାଜସ୍ୱ ମଧ୍ୟ ଖର୍ଚ୍ଚ ହେଉଛି। ବୁଧବାର ଆଇଏଫଏସ୍ ସୁଶାନ୍ତ ନନ୍ଦ ଗୋଟିଏ ଭିଡିଓ ସେୟାର କରି ତାହାକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ବୋଲି ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ବୁଧବାର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର 'Z+' ସୁରକ୍ଷା ଯୋଇଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ସିଆରପିଏଫର ସ୍ୱତନ୍ତ୍ର କମାଣ୍ଡୋମାନେ ପୂର୍ବତନ ବିଜେପି ମନ୍ତ୍ରୀଙ୍କ ସହ ଛାଇ ଭଳି ରହିବେ। ବର୍ତ୍ତମାନ ଦେଶର ୧୫ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତିଙ୍କୁ  'Z+' ସୁରକ୍ଷା ଦିଆଯାଉଛି। ଜଣଙ୍କର 'Z+' ସୁରକ୍ଷା ପାଇଁ ମାସକୁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଆଇଏଫଏସ୍ ସୁଶାନ୍ତ ନନ୍ଦ ଟ୍ୱିଟ କରିଥିବା ଏକ ଭିଡିଓରେ ବିଶ୍ୱର ସର୍ବଶ୍ରେଷ୍ଠ ସୁରକ୍ଷା ସମ୍ପୂର୍ଣ୍ଣ ମାଗଣାରେ ମିଳିଛି।


Also Read: ଗଜରାଜଙ୍କୁ ହଜେଇଦେବ ବନବିଭାଗ


ଆଇଏଫଏସ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି। ସେ ସବୁବେଳେ ଜଙ୍ଗଲ ଓ ଜନ୍ତୁଙ୍କ ସମ୍ପର୍କୀୟ କୌଣସି ନା କୌଣସି ଭିଡିଓ ପୋଷ୍ଟ କରିଥାନ୍ତି। ବୁଧବାର ସେ ସେହିଭଳି ଏକ ମଜାଦାର ଭିଡିଓକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, 'ଏହି ପୃଥିବୀରେ ହାତୀ ଛୁଆକୁ ହାତୀମାନେ ଯେଉଁଭଳି ସୁରକ୍ଷା ଦିଅନ୍ତି, ସେହିଭଳି ସୁରକ୍ଷା କେହି ଦେଇପାରିବେ ନାହିଁ। ଏହି 'Z+++' ସୁରକ୍ଷା ସତ୍ୟମଙ୍ଗଲମ କୋଏମ୍ବାଟୁର ରାସ୍ତାରେ ଦେଖିବାକୁ ମିଳିଛି।'


 



ସୁଶାନ୍ତ ନନ୍ଦ ସେୟାର କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ସେ ପୋଷ୍ଟ କରିବା କିଛି ସମୟ ମଧ୍ୟରେ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦୁଇଟି ହାତୀ ଛୁଆକୁ ଏକ ହାତୀପଲ ସୁରକ୍ଷା ଦେଉଥିବାର ଦେଖିବାକୁ ମିଳୁଛି। ହାତୀ ଛୁଆକୁ ମଝିରେ ରଖି ତାକୁ ପାଞ୍ଚଟି ବୟସ୍କ ହାତୀ ରାସ୍ତାରେ ଚାଲି ଚାଲି ଜଙ୍ଗଲ ଭିତରକୁ ପଶି ଯାଉଛନ୍ତି। ହାତୀ ଛୁଆକୁ ଯେଉଁ ଭଳି ଭାବେ ୫ଟି ହାତୀ ସୁରକ୍ଷା ଦେଉଛନ୍ତି, ତାହାକୁ ଦେଖିଲେ ଲାଗୁଛି ଯେମିତି କମାଣ୍ଡୋମାନେ ଏକ ରକ୍ଷାକବଚ ତିଆରି କରିଛନ୍ତି।


Also Read: ମଧ୍ୟ ଭାରତରୁ ମିଳିଲା ସ୍ୱତନ୍ତ୍ର ଡାଇନେସୋର ଅଣ୍ଡା; ଚକିତ ହୋଇଗଲେ ବୈଜ୍ଞାନିକ


ଏହି ଭିଡିଓକୁ ୧୪୦୦ରୁ ଊର୍ଦ୍ଧ୍ୱ ରିଟ୍ୱିଟ୍ କରାଯାଇଥିବା ବେଳେ ପ୍ରାୟ ଦଶ ହଜାର ୟୁଜର୍ସ ଲାଇକ୍ କରିଛନ୍ତି। ଭିଡିଓକୁ ନେଇ ଲେକେ ସକରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର କହିଛନ୍ତି ଯେ, ଭିଡିଓର ଆରମ୍ଭରେ ଏମିତି ଲାଗୁଛି ଶିବ ଏବଂ ଶକ୍ତି ସହ ଛଟୁ ଭଗବାନ ଗଣେଶ ଚାଲୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ, ହାତୀମାନେ କମାଣ୍ତୋ ଭଳି ସୁରକ୍ଷ ଦେଉଛନ୍ତି।