Odisha News: ଭୁବନେଶ୍ୱର:ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମାଣିକେଶ୍ୱରୀ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ସ୍ୱର୍ଣ୍ଣ ପ୍ରାସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ଏକ ପ୍ରାଚୀନ ଆୟୁର୍ବେଦିକ ଅଭ୍ୟାସ ସ୍ୱର୍ଣ୍ଣ ପ୍ରାସନରେ ଶିଶୁମାନଙ୍କୁ ମହୁ ଓ ଘିଅରେ ପ୍ରସ୍ତୁତ ସବର୍ଣ୍ଣ କଣିକା ଦିଆଯାଏ। ଏହି ମିଶ୍ରଣ ସ୍ମରଣଶକ୍ତି ବୃଦ୍ଧି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଗୁରୁତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ପର୍ଯ୍ୟାୟରେ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବ ବୋଲି ବିଶ୍ୱାସ କରାଯାଏ।


COMMERCIAL BREAK
SCROLL TO CONTINUE READING

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା, କଳାହାଣ୍ଡି ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ଚନ୍ଦ୍ରଭାନୁ ଓ ଡାକ୍ତର ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଆଉ ଦୁଇଟି ଜିଲ୍ଲା ରାୟଗଡ଼ା ଓ କୋରାପୁଟକୁ ସହାୟତା ଯୋଗାଇଦେବାକୁ ଯୋଜନା କରିଛି। 


ସେପଟେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ସହଯୋଗ ମାଧ୍ୟମରେ ଆମେ ଗୋଷ୍ଠି ଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ପ୍ରଚଳିତ ସରକାରୀ ଯୋଜନା ଗୁଡିକୁ ସମ୍ପ୍ରସାରଣ ଏବଂ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛୁ। ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରେ। ସେହିପରି କମ୍ପାନୀର ସିଓଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆପମ ଭାଗିଦାରୀ ମାଧ୍ୟମରେ ଆମେ ୨୦୨୪ ସୁଦ୍ଧା କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ଶିଶୁଠାରେ ଆରମ୍ଭ କରି ୧୬ ବର୍ଷ ବୟସ ପର୍ଯ୍ୟନ୍ତ ୩୦ ହଜାର ଶିଶୁଙ୍କୁ ଉପକୃତ କରିବା ପାଇଁ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ବିସ୍ତାର କରିବାକୁଲକ୍ଷ୍ୟ ରଖିଛୁ। 


ଏହି ଅବସରରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା ଯୋଗ ଦେଇ କହିଥିଲେ କି ସ୍ୱର୍ଣ୍ଣ ପ୍ରାଶନ ଏକ ସମୟ ପରିକ୍ଷିତ ଆୟୁର୍ବେଦ ଅଭ୍ୟାସ ଏବଂ ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଓ ଜ୍ଞାନ ଶକ୍ତି ବୃଦ୍ଧିରେ ଏଙାର ଉପକାରିତା ଭଲ ଭାବରେ ଲିଖିତ ହେବ। ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରି କହିଲେ ବେଦାନ୍ତ କେବଳ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବୃଦ୍ଧି କରୁନାହିଁ ବରଂ ପାରମ୍ପରିକ ସୁସ୍ଥତା ପ୍ରଣାଳୀ ବିଷୟରେ ସଚେତନ କରୁଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳସ୍ତରର କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିଶୃତିବଦ୍ଧ ବୋଲି ସେ କହିଥିଲେ।