T20 world cup IND vs NED: ନୂଆଦିଲ୍ଲୀ: ଚଳିତ ବିଶ୍ୱକପର (T20 World Cup) ୨୩ତମ ମ୍ୟାଚରେ ନେଦରଲ୍ୟାଣ୍ଡକୁ (Neatherland) ଭେଟିଛି ଭାରତ (India)। ସିଡନୀ ଗ୍ରାଉଣ୍ଡରେ (Sydney Cricket Ground) ଖେଳାଯାଉଥିବା ଏହି ମ୍ୟାଚରେ ଭାରତ (India) ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ (Neatherland) ବିପକ୍ଷରେ ଭାରତ (India) ୧୮୦ର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା। ମାତ୍ର ଏହି ବିଜୟ ଲକ୍ଷ୍ୟକୁ ନେଦରଲ୍ୟାଣ୍ଡ (Neatherland) ହାସଲ କରିବାରେ ବିଫଳ ହୋଇଥିଲା। ୯ ଓ୍ୱିକେଟ ହରାଇ ମାତ୍ର ୧୨୩ ରନ କରିଥିଲା।


COMMERCIAL BREAK
SCROLL TO CONTINUE READING

ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଧାର୍ଯ୍ୟ ୨୦ ଓଭରରେ ଦୁଇ ଓ୍ୱିକେଟ ହରାଇ ୧୭୯ ରନ କରିଥିଲା। ଭାରତ ପକ୍ଷରୁ କେଏଲ ରାହୁଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। କିନ୍ତୁ ଦଳ ପାଇଁ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ କେଏଲ ରାହୁଲ। ୧୨ ବଲ ଖେଳି ମାତ୍ର ୯ ରନ କରିଥିଲେ ରାହୁଲ। କିନ୍ତୁ ରୋହିତ ଶର୍ମା ଓ ବିରାଟ କୋହଲି ଦଳ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମା ୩୯ ବଲରେ ୫୩ରନ କରିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳୀୟ ସ୍କୋରରେ ୮୪ ରନ ଯୋଡ଼ି ହୋଇଥିଲା। ପରେ ରୋହିତ ଶର୍ମା ଆଉଟ ହେବା ପରେ ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ମୈଦାନକୁ ଓହ୍ଲାଇଥିଲେ। 


ଉଭୟ ବିରାଟ ଓ ସୂର୍ଯ୍ୟକୁମାରଙ୍କ ଭାଗୀଦାରିରେ ଦଳ ୧୭୯ ରନ କରିପାରିଥିଲା। ସୂର୍ଯ୍ୟ କୁମାର ୫୧ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ବ୍ୟକ୍ତିଗତ ୬୨ ରନ କରି ଅପରାଜିତ ରହିଥିଲେ। ନେଦରଲ୍ୟାଣ୍ଡ ପକ୍ଷରୁ ଫ୍ରେଡ଼ କ୍ଲାସେନ (ରୋହିତଙ୍କୁ ଆଉଟ କରିଥିଲେ) ଓ ପଲ ମିକେରେନ (ରାହୁଲଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ) ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇ ଥିଲେ। 


ଜବାବରେ ନେଦରଲ୍ୟାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଫଳରେ ପରାଜୟର ସମ୍ମୁଖିନ ହୋଇଥିଲା ନେଦରଲ୍ୟାଣ୍ଡ। ଦଳ ପକ୍ଷରୁ ବ୍ୟାଟିଂ କରିବା ପାଇଁ ଭାରତୀୟ ବଂଶୋଦ୍ଭବ ବିକ୍ରମଜିତ ସିଂ ଓ ମ୍ୟାକ୍ସ ଉଦୁଉଡ ପାଳି ଆରମ୍ଭ କରିଥିଲେ। ମାତ୍ର ଆରମ୍ଭରୁ ହିଁ ଭାରତର ଶାଣିତ ବୋଲିଂ ସାମ୍ନା କରିବାରେ ବିଫଳ ହୋଇଥିଲେ ନେଦରଲ୍ୟାଣ୍ଡର ଖେଳାଳି। ନିୟମିତ ବ୍ୟବଧାନରେ ଦଳ ଓ୍ୱିକେଟ ହରାଇଥିଲା। ଦଳ ପକ୍ଷରୁ ଟିମ ପ୍ରିଙ୍ଗଲେ ସର୍ବାଧିକ ୨୦ ରନ କରିଥିଲେ। 


ଏହା ବ୍ୟତୀତ ମ୍ୟାକ୍ସ ଉଦୁଉଡ, ବାସ ଦେ ଲିଡେ ଓ ସାରିଜ ଅହମ୍ମଦ ୧୬ ରନ ଲେଖାଏଁ କରିଥିଲେ। ସାରିଜ କିନ୍ତୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। କଲିନ ଆକରମ୍ୟାନ ୧୭ ରନ କରିଥିବା ବେଳେ ପଲ ଭାନ ମିକେରେନ ୧୪ ରନ କରିଥିଲେ। ଦଳ ଧାର୍ଯ୍ୟ ଓଭରରେ ୯ ଓ୍ୱିକେଟ ବିନିମୟରେ ୧୨୩ ରନ କରି ପରାଜୟ ବରଣ କରିଥିଲା। ଏହା ସହିତ ନେଦରଲ୍ୟାଣ୍ଡର ସେମି ଆଶା ଏକ ପ୍ରକାର ମଉଳି ଯାଇଛି।