Tambaram Railway Station: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଲବାଇ। କାରଣ ରେଳ ସେବା ଦ୍ୱାରା ଦେଶର ପ୍ରତ୍ୟେକ କୋଣ ଅନୁକୋଣ ପରସ୍ପର ସହ ଯୋଡ଼ି ହୋଇଥାନ୍ତି। ରେଳବାଇ ଦେଶର ପରିବହନର ମେରୁଦଣ୍ଡ ଭାବରେ ଜଣାଶୁଣା। ପ୍ରତିଦିନ ଭାରତୀୟ ରେଳ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇଥାଏ ରେଳ। ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅତି କମ୍ ମୂଲ୍ୟରେ ଏବଂ ନିରାପଦ ଉପାୟରେ ରେଳ ଯୋଗେ ଯାତ୍ରା କରିପାରିବେ। କୌତୁହଳର ବିଷୟ ହେଉଛି ଲୋକେ ଭାରତୀୟ ରେଳବାଇ ସହ ଜଡ଼ିତ ଅନେକ ମଜାଦାର ଜିନିଷ ବିଷୟରେ ଜାଣିନାହାଁନ୍ତି। ଏହି କ୍ରମରେ ଏବେ ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହୁଛୁ ଯେଉଁଠି ପହଞ୍ଚିବା ମାତ୍ରେ ଟ୍ରେନ ଲାଇଟ ବନ୍ଦ ହୋଇଯାଏ।


COMMERCIAL BREAK
SCROLL TO CONTINUE READING

ଏହା ଏପରି ଏକ ସ୍ଥାନ ଯେଉଁଠାରେ କିଛି ବିଶେଷ କାରଣରୁ ଟ୍ରେନ ଲାଇଟ ବନ୍ଦ ହୋଇଯାଏ। ଏହି ସ୍ଥାନ ତାମିଲନାଡୁ ରାଜଧାନୀ ଚେନ୍ନାଇ ସ୍ଥିତ ତାମ୍ବରାମ ରେଳ ଷ୍ଟେସନ ନିକଟରେ ଅବସ୍ଥିତ। ଯେତେବେଳେ କୌଣସି ଲୋକାଲ  ଟ୍ରେନ ଏହି ସ୍ଥାନ ଅତିକ୍ରମ କରେ ସେତେବେଳେ ସେଠକାର ବିଦ୍ୟୁତ୍ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା କେବଳ ଲୋକାଲ ଟ୍ରେନ୍ ସହିତ ହୋଇଥାଏ। ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍ ସହ ଏପରି ହୋଇନଥାଏ। ଅର୍ଥାତ ଯେତେବେଳେ କୌଣସି ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଏହି ସ୍ଥାନ ଅତିକ୍ରମ କରିଥାଏ ସେତେବେଳେ ଟ୍ରେନ ମଧ୍ୟରେ ଲାଇଟ ଯୋଗାଣ ଜାରି ରହିଥାଏ।


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହାର କାରଣ ହେଉଛି ଏହି ସ୍ଥାନରେ OHE (Over Head Equipment-Cantilever) ରେ କୌଣସି ବିଦ୍ୟୁତ (Current) ନାହିଁ। ଯେଉଁ ଉପକରଣ ସହାୟତାରେ ବିଦ୍ୟୁତ ଇଞ୍ଜିନ (Electric Locomotive) ବିଦ୍ୟୁତ୍ ପାଇଥାଏ, ତାହାର ଓଭରହେଡ୍ ଉପକରଣରେ (Overhead Equipment) କୌଣସି ବିଦ୍ୟୁତ ସଂଯୋଗ ନଥାଏ। ଏପରି ସ୍ଥାନକୁ ନ୍ୟାଚୁରାଲ ସେକ୍ସନ (Naturals Section) କୁହାଯାଏ। ଏପରି ସ୍ଥାନ ରେଳବାଇ (Indian Railway) ଦ୍ୱାରା ନିର୍ମିତ ହୋଇଥାଏ। ଯାହାର ଉଦ୍ଦେଶ୍ୟ ହେଉଛି ଓଭରହେଡ୍ ଭୋଲଟେଜ୍ ଏବଂ କରେଣ୍ଟ୍ (Overhead Voltage and Current) ବଜାୟ ରଖିବା। ଏହାକୁ CUT Current କୁହାଯାଏ। ଯାହା ଏକ ନୂତନ କରେଣ୍ଟ୍ ଜୋନ (New Current Zone) ଆରମ୍ଭକୁ ଚିହ୍ନିତ କରେ।


ଏହି କାରଣରୁ, କିଛି ଦୂରତା ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ନଥାଏ। ନୂତନ କରେଣ୍ଟ୍ ଜୋନ୍ କାରଣରୁ ବିଦ୍ୟୁତ୍ ସମସ୍ୟା ଦେଖାଦେଇଥାଏ। ଲୋକ ଟ୍ରେନ ମଧ୍ୟରେ ଆଲୋକ ବ୍ୟବସ୍ଥା ଲୋକ ପାଇଲଟ କ୍ୟାବିନ ଠାରୁ ପରିଚାଳିତ ହୋଇଥାଏ। ତାହାର Power System ଅଲଗା ହୋଇଥାଏ ଏବଂ ଏହା ଏହି ସ୍ଥାନରେ ପ୍ରଭାବିତ ହୋଇଥାଏ। ଲୋକାଲ ଟ୍ରେନ ବିଦ୍ୟୁତ୍ ଯୋଗାଣ ଡ୍ରାଇଭର କ୍ୟାବିନ ଦେଇ ଯାଇଥାଏ। ପାୱାର ସିଷ୍ଟମ ଲୋକ ପାଇଲଟ  କ୍ୟାବିନ ଠାରେ ସ୍ଥାପିତ ହୋଇଥାଏ। ଯାହା OHE ପାଖରୁ ବିଦ୍ୟୁତ ନେଇଥାଏ ଏବଂ ଏହାକୁ ସମଗ୍ର ଟ୍ରେନ ମଧ୍ୟରେ ଯୋଗାଇଥାଏ।