Tamil Nadu Leopard News: ସଦ୍ୟ ତାମିଲନାଡୁର କୁନ୍ନୁର ସ୍ଥିତ ବ୍ରୁକଲ୍ୟାଣ୍ଡ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଏକ କଲରା ପତ୍ରିଆ ବାଘ। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଗତ ରହିବାର ରାଜ୍ୟର ଏକ ଜନବସତି ଅଞ୍ଚଳରେ ଏକ କଲରା ପତ୍ରିଆ ବାଘର ତାଣ୍ଡବ ଦେଖିବାକୁ ମିଳିଥଲା। ଯିଏ ଜଙ୍ଗଲ ଛାଡ଼ି ପ୍ରାୟ ୧୫ ଘଣ୍ଟା ଧରି ଜନବସତି ଅଞ୍ଚଳରେ ରହିଥିଲା। ରବିବାର ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଥିବା ବେଳେ ଏକ କଲରା ପତ୍ରିଆ ବାଘ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ଏହି ଘଟଣା ସମ୍ପର୍କରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। ଏନେଇ ଖବର ପାଇବା ପରେ ବନ ବିଭାଗର ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।


COMMERCIAL BREAK
SCROLL TO CONTINUE READING

ଜଙ୍ଗଲ ଛାଡ଼ି ଜନବସତିକୁ ଚାଲି ଆସିଥିବା କଲରା ପତ୍ରିଆ ବାଘକୁ ଉଦ୍ଧାର କରିବା ପାଇଁ ବନ ବିଭାଗ (Tamil Nadu Forest Department) ପକ୍ଷରୁ ଆରମ୍ଭ ହୋଇଯାଇଥିଲା ପ୍ରୟାସ। ମାତ୍ର ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଉଦ୍ଧାରକାରୀ ଦଳ (Forest Department Rescue Team Tamil Nadu) ଉପରେ ଆକ୍ରମଣ ସେହି ବାଘ। ଏହି ଘଟଣାରେ ୬ ଜଣ ଆହତ ହୋଇଥିବାର ଖବର ମିଳିଛି। ଏନେଇ ବନ ବିଭାଗ ଅଧିକାରୀ କହିଛନ୍ତି ଯେ ରବିବାର ଚିତାବାଘ ଆକ୍ରମଣରେ ୪ ଜଣ ଅଗ୍ନିଶମ ଏବଂ ଉଦ୍ଧାରକାରୀ କର୍ମଚାରୀଙ୍କ ସମେତ ୬ ଜଣ ଲୋକ ଆହତ ହୋଇଛନ୍ତି। ଜନବସତି ଅଞ୍ଚଳରେ ପ୍ରାୟ ୧୫ ଘଣ୍ଟା ଧରି ରହିଥିବା  କଲରା ପତ୍ରିଆ ବାଘ ସେହି ମହିଳାଙ୍କୁ ମଧ୍ୟ ଆଘାତ କରିଥିଲା ଯେଉଁ ଘରେ ସେ ଆଶ୍ରୟ ନେଇଥିଲା।


ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ କଲରା ପତ୍ରିଆ ବାଘ ଘର ଭିତରେ ପ୍ରାୟ ୧୫ ଘଣ୍ଟାରୁ ଅଧିକ ସମୟ ଧରି ରହିଥିଲା। ଏହି ସମୟ ମଧ୍ୟରେ ଘର ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବନ ବିଭାଗ ଅଧିକାରୀଙ୍କ ଅନୁଯାୟୀ, ବିଳମ୍ବିତ ରାତିରେ କଲରା ପତ୍ରିଆ ଯେଉଁ ଘରେ ପଶି ଯାଇଥିଲା ସେହି ଘରୁ ବାହାରି ଆସିଥିଲା।



ବନ ବିଭାଗ ଅଧିକାରୀଆହୁରି କହିଛନ୍ତି ଯେ କଲରା ପତ୍ରିଆ ବାଘ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ମଧ୍ୟ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ରିପୋର୍ଟ ଅନୁଯାୟୀ ପରେ ସେହି ବାଘ ସ୍ଥାନୀୟ ତହସିଲଦାର ଙ୍କ ଡ୍ରାଇଭର ଉପରେ ମଧ୍ୟ ଆକ୍ରମଣ କରିଥିଲା। ଜଙ୍ଗଲ ଛାଡ଼ି ଜନବସତି ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲରା ପତ୍ରିଆ ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି।