Tamil Nadu Dahi Thayir Curd Row: ତାମିଲନାଡୁରେ ଦହିର ନାମକରଣକୁ ନେଇ ତେଜିଛି ବିବାଦ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଦୁଗ୍ଧଜାତ ଦ୍ରବ୍ୟର ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେବା ପରେ  ରାଜ୍ୟରେ ହିନ୍ଦୀ ଲାଗୁ ହେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଦହିର ନାମ ଏବେ ଇଂରାଜୀରେ "କର୍ଡ" (Curd) କିମ୍ବା ତାମିଲରେ "ଥାଇର" (Thayir) ବଦଳେ ହିନ୍ଦୀ ଭାଷାରେ "ଦାହି" (Dahi) ନାମରେ ନାମିତ କରାଯିବ। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (Food Safety and Standards Authority of India) ଏଫଏସଏସଆଇ (FSSAI) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (Tamil CM MK Stalin) ଅଭିଯୋଗ କରିଛନ୍ତି ଦହି ପ୍ୟାକେଟ (Curd Packet) ଉପରେ ହିନ୍ଦୀ ଭାଷାରେ ଦହି ଲେଖି ହିନ୍ଦୀ ଥୋପାଯାଉଛି। 


ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ (Tamil Chief Minister) କହିଛନ୍ତି ଯେ ଏହି ଘଟଣା ପାଇଁ ଯେଉଁ ଲୋକ ଦାୟୀ ସେମାନଙ୍କୁ ଦେଶର ଦକ୍ଷିଣ ଭାଗରୁ (South India) ବିତାଡିତ କରାଯିବ। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏକ ଖବର ସେୟାର କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ, କର୍ଣ୍ଣାଟକ ମିଲ୍କ ଫେଡେରେସନ୍ (Karnataka Milk Federation) ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛି ଯେ ଦହି ପ୍ୟାକେଟ ଉପରେ ହିନ୍ଦୀରେ ଦହି ଲେଖିବାକୁ ନିର୍ଦ୍ଦେଶ ଦେଇଛି। 


ମୁଖ୍ୟମନ୍ତ୍ରୀ ଷ୍ଟାଲିନ କିଛି ଗଣମାଧ୍ୟମ ରିପୋର୍ଟ ଦର୍ଶାଇ କହିଛନ୍ତି ଯେ ହିନ୍ଦୀ ଥୋପିବା ଜିଦରେ, ଏକ ଦହି ପ୍ୟାକେଟ ଉପରେ ହିନ୍ଦୀରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାମିଲନାଡୁରୁ (Tamil Nadu) ତାମିଲ ଏବଂ କନ୍ନଡ ଭାଷା (Tamil and Kannad Language) ହଟାଇ ଦିଆଯାଇଛି। ଆମ ମାତୃଭାଷା ପ୍ରତି ଏପରି ଅବମାନନା ନିଶ୍ଚିତ କରିବ ଯେ, ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଦକ୍ଷିଣ ଭାରତରୁ ସବୁଦିନ ପାଇଁ ବହିଷ୍କୃତ କରି ଦିଆଯାଉ। 


ପୂର୍ବରୁ ଏଫଏସଏସଆଇ ନିର୍ଦ୍ଦେଶ ଦେଇଥିଲା ଯେ ଦହିର ସମସ୍ତ ପ୍ୟାକେଟ (Curd Packet) ଉଭୟ ତାମିଲନାଡୁ ଏବଂ କର୍ଣ୍ଣାଟକରେ (Tamil Nadu and Karnataka) "ଦହି" (Dahi) ନାମରେ ନାମକରଣ କରାଯିବା ଆବଶ୍ୟକ। ତାମିଲନାଡୁରେ ଦହିକୁ  "ଥାଇର" (Thayir) କୁହାଯାଉଥିବା ବେଳେ କର୍ଣ୍ଣାଟକରେ ଏହାକୁ "ମୋସ୍ରୁ" (Mosaru) କୁହାଯାଏ। ଏହି ନିର୍ଦ୍ଦେଶ ଉପରେ ଦକ୍ଷିଣ ଭାରତୀୟ ରାଜ୍ୟ (South India State) ପକ୍ଷରୁ ଆପତ୍ତି ଉଠାଯାଇଥିଲା। ତାମିଲନାଡୁ ଦୁଗ୍ଧ ଉତ୍ପାଦକ ସଂଘ (Tamil Nadu Cooperative Milk Producers Federation) ପକ୍ଷରୁ କୁହାଯାଇଛି ଯେ ଏହାର ଦହି ପ୍ୟାକେଟ ଉପର ହିନ୍ଦୀ ଶବ୍ଦ "ଦାହି" ବଦଳରେ ତାମିଲ ଶବ୍ଦ "ଥାଇର" ବ୍ୟବହାର କରାଯିବ। ଏହି ବିବାଦ ଉପୁଜିବା ପରେ ଏଫଏସଏସଆଇ ଦହି ଶବ୍ଦର ବ୍ୟବହାର ସମ୍ବନ୍ଧରେ ନୂତନ ନିର୍ଦ୍ଦେଶନାମା ଜାରି କରିଛି।