Tamil Nadu Police release two astrologer after arrest: ତାମିଲନାଡୁ କୁଡ୍ଡାଲୋର ଅଞ୍ଚଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ଲାଗି ମତଦାନ ହେବା ପୂର୍ବରୁ ତାମିଲ ନାଡୁ ପୋଲିସ ୨ ଜଣ ଶୁଆ ମାଲିକଙ୍କୁ ଗିରଫ କରିଛି। ଯେଉଁମାନେ ଜ୍ୟୋତିଷ ଭଳି ରାସ୍ତାରେ ପିଞ୍ଜରାବଦ୍ଧ ହୋଇଥିବା ଶୁଆଙ୍କ ସହାୟତାରେ ଭବିଷ୍ୟବାଣୀ କରୁଥିଲେ। ଉଭୟେ ପତ୍ତାଲି ମକ୍କାଲ କଟାଚି (ପିଏମକେ) ପ୍ରାର୍ଥୀ ଥାଙ୍ଗର ବଚନଙ୍କ ବିଜୟ ବିଷୟରେ ପୂର୍ବାନୁମାନ କରିଥିଲେ। ପରେ ଉଭୟଙ୍କୁ ମୁକ୍ତ କରାଯାଇଥିଲା। ଜଣେ ବନ ବିଭାଗ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଚଳଚ୍ଚିତ୍ର ନିର୍ଦ୍ଦେଶନାରୁ ରାଜନୀତିକୁ ଆସିଛନ୍ତି ଥାଙ୍ଗର ବଚନ (Thangar Bachan)। ଯିଏ ତାମିଲନାଡୁ କୁଡ୍ଡାଲୋର ଆସନରୁ (Cuddalore Lok Sabha Tamil Nadu) ୨୦୨୪ ଲୋକସଭା ନିର୍ବାଚନରେ (Lok Sabha Election 2024) ପତ୍ତାଲି ମକ୍କାଲ କଟାଚି (Pattali Makkal Katchi) ପିଏମକେ ପ୍ରାର୍ଥୀ (PMK Lok Sabha Candidate 2024) ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ପୂର୍ବରୁ ପିଏମକେ ପ୍ରାର୍ଥୀ ଜଣଙ୍କ ଉଭୟ ଜ୍ୟୋତିଷଙ୍କ ସହ ଯୋଗାଯୋଗ କରିଥିଲେ। ସେ ଚାରୋଟି ଶୁଆ ମଧ୍ୟରୁ ଗୋଟିଏକୁ କାର୍ଡ ଉଠାଇବାକୁ କହିଥିଲେ। ଏହି କାର୍ଡ ଉଠାଇବା ଆଧାରରେ ଥଙ୍ଗର ବଚନଙ୍କ ବିଜୟର ପୂର୍ବାନୁମାନ କରିଥିଲେ ସେହି ଜ୍ୟୋତିଷ। 


ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେହି ଜ୍ୟୋତିଷ ଦୁଇ ଜଣ ପିଏମକେ ପ୍ରାର୍ଥୀଙ୍କ ନିର୍ବାଚନରେ ବିଜୟ ସମ୍ପର୍କରେ ଭବିଷ୍ୟବାଣୀ କରୁଥିବାରଲ ଦେଖିବାକୁ ମିଳିଛି। ପ୍ରାର୍ଥୀ ଭବିଷ୍ୟତ ବିଷୟରେ ପଚାରିବା ପରେ ଶୁଆଙ୍କୁ ଖାଇବାକୁ ଦେଉଛନ୍ତି। ଜ୍ୟୋତିଷଙ୍କୁ କଦଳୀ ଦେଉଥିବାର ଦେଖିବାକୁ ମିଳୁଛି।



ଅଧିକାରୀ କହିଛନ୍ତି ଯେ ଦୁଇଟି ପିଞ୍ଜରାରେ ରହିଥିବା ଚାରୋଟି ଶୁଆକୁ ଜବତ କରାଯାଇଛି। କାରଣ ଶୁଆଙ୍କୁ ପଞ୍ଜୁରୀରେ ରଖିବା ହେଉଛି ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଲ୍ଲଂଘନ। ପରେ ସେହି ଜ୍ୟୋତିଷ ଦ୍ୱୟଙ୍କୁ ଚେତାବନୀ ଦେଇ ଛାଡ଼ି ଦିଆଯାଇଛି। ପିଏମକେ ପ୍ରାର୍ଥୀ ଥାଙ୍ଗର ବଚନ ନିର୍ବାଚନ ପ୍ରଚାର କରିବା ସମୟରେ କୁଡାଲୋର ସ୍ଥିତ ଥେନ୍ନାମପକ୍କମ୍ ଠାରେ ଅଝଗୁ ମୁଥୁ ଆୟନାର ମନ୍ଦିର ପରିଦର୍ଶନ କରିଥିଲେ। ତାଙ୍କ ନିର୍ବାଚନ ଭାଗ୍ୟ ବିଷୟରେ ଜାଣିବା ପାଇଁ ଜ୍ୟୋତିଷଙ୍କ ସହୟତା ନେଇଥିଲେ। 


ସେହି ଜ୍ୟୋତିଷଙ୍କ ମଧ୍ୟରୁ ଜଣେ ପିଞ୍ଜରା ଭିତରୁ ଏକ ଶୁଆ ବାହାର କରି ଏହାକୁ ଏକ କାର୍ଡ ଉଠାଇବାକୁ କହିଥିଲେ। ଯେତେବେଳେ ଶୁଆ ଅଝଗୁ ମୁଥୁ ଆୟନାର ମନ୍ଦିରର ମୁଖ୍ୟ ଦେବତାଙ୍କ ଫଟୋ ରହିଥିବା ଏକ କାର୍ଡ ଉଠାଇଲେ, ସେତେବେଳେ ଜ୍ୟୋତିଷ ଏହାକୁ ଏକ ଶୁଭ ସଙ୍କେତ ଭାବେ ବ୍ୟାଖ୍ୟା କରିଥିଲେ। ସେ ନିର୍ବାଚନରେ ​​ଜିତିବା ନେଇ ଥାଙ୍ଗର ବଚନଙ୍କୁ କହିଥିଲେ ଜ୍ୟୋତିଷ। ଅନ୍ୟପକ୍ଷରେ ପିଏମକେ ନେତା ଡକ୍ଟର ଅମ୍ବୁମଣି ରାମଦୋସ ମଙ୍ଗଳବାର (ଅପ୍ରେଲ 9) ଉଭୟ ଜ୍ୟୋତିଷଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି।