Weird News: ୩୮ ଦିନ ସମୁଦ୍ରରେ ଫସି ରହିଲେ ପୁରା ପରିବାର, ଜୀବନ ବଞ୍ଚାଇବା ପାଇଁ ପିଇଲେ କଇଁଛର ରକ୍ତ ସାଙ୍ଗକୁ...
Weird News In Odia : ଯଦି ଆପଣ ସମୁଦ୍ରରେ କେବେ ଯାତ୍ରା କରନ୍ତି । ହଠାତ୍ ସମୁଦ୍ର ମଝିରୁ ନିଖୋଜ ହୋଇଯିବା । ତେବେ,ଆପଣ କଣ କରିବେ । ବାହାରିବା ପାଇଁ ଆପଣ ନିଶ୍ଚିତ ବାଟ ଖୋଜିବେ । ଏ-ପରି ଏକ ଘଟଣା ମଧ୍ୟ ଜଣେ ପରିବାର ସହ ଘଟିଛି। ଜଣେ ନାବାଳକ ତାଙ୍କ ପରିବାର ସହିତ ଏକ ବିଶ୍ୱ ଭ୍ରମଣରେ ଯାଇଥିଲେ। ଦିନେ ହଠାତ୍ ଏ-କ ସାର୍କ (shark)ସେମାନଙ୍କ ଡଙ୍ଗା ଉପରେ ଆକ୍ରମଣ କଲା ।
Weird News In Odia : ଯଦି ଆପଣ ସମୁଦ୍ରରେ କେବେ ଯାତ୍ରା କରନ୍ତି । ହଠାତ୍ ସମୁଦ୍ର ମଝିରୁ ନିଖୋଜ ହୋଇଯିବା । ତେବେ,ଆପଣ କଣ କରିବେ । ବାହାରିବା ପାଇଁ ଆପଣ ନିଶ୍ଚିତ ବାଟ ଖୋଜିବେ । ଏ-ପରି ଏକ ଘଟଣା ମଧ୍ୟ ଜଣେ ପରିବାର ସହ ଘଟିଛି। ଜଣେ ନାବାଳକ ତାଙ୍କ ପରିବାର ସହିତ ଏକ ବିଶ୍ୱ ଭ୍ରମଣରେ ଯାଇଥିଲେ। ଦିନେ ହଠାତ୍ ଏ-କ ସାର୍କ (shark)ସେମାନଙ୍କ ଡଙ୍ଗା ଉପରେ ଆକ୍ରମଣ କଲା । ପରେ ଡଙ୍ଗାଟି ଓଲଟି ପଡିଲା ଏବଂ ତାଙ୍କ ପରିବାର ସଦସ୍ୟ ସମୁଦ୍ର ମଝିରେ ଫସି ଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ସଂଘର୍ସ ସେଠାରୁ ହିଁ ଆରମ୍ଭ ହୋଇଥିଲା । ଦୀର୍ଘ ୩୮ ଦିନ (38 days ) ଧରି ସମଗ୍ର ପରିବାର ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ ଜାରି ରଖିଥିଲେ। ଜୀବିତ ରହିବାକୁ ସେମାନେ କଇଁଛର ରକ୍ତ (turtle blood ) ପିଇବା ସହ ସାର୍କ ମାଂସ(shark flesh) ଖାଇଥିଲେ । ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଡଗଲାସ୍ ରୋବର୍ଟସନଙ୍କୁ (Douglas Robertson)ଙ୍କୁ ଯେତେବେଳ ମାତ୍ର ୧୮ ବର୍ଷ ହୋଇଥିଲା, ଯେତେବେଳେ ତାଙ୍କ ପରିବାର ସମୁଦ୍ର ଯାତ୍ରାରେ ବିଶ୍ବ ଭ୍ରମଣରେ ବାହାରିଥିଲେ। ସେହି ସମୟରେ ତାଙ୍କ ଡଙ୍ଗା ବୁଡି ଯାଇଥିଲା ବୋଲି ଡଗଲାସ୍ କହିଛନ୍ତି। ଏହି ଘଟଣା ୧୯୭୧ ମସିହାରେ ଅଟେ। ପୁରା ପରିବାର ଏକ ବିଶ୍ୱ ଭ୍ରମଣରେ ଯାଇଥିଲେ । ଗାଲାପାଗୋସ୍ ଦ୍ୱୀପପୁଞ୍ଜ ଠାରୁ (Galápagos Islands) ପ୍ରାୟ ୨୦୦ ମାଇଲ ଦୂରରେ ଏକ ସାର୍କ ଡଙ୍ଗା ଉପରେ ଆକ୍ରମଣ କରିଥିଲା । ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା । ମୋ ସହିତ ମୋ- ପିତାମାତା, ଦୁଇ ଯାଆଁଳା ଭାଇ ନୀଲ ଏବଂ ସାଣ୍ଡି ଥିଲେ । ଯେଉଁମାନଙ୍କର ବୟସ ମାତ୍ର ୧୧ ବର୍ଷ ହୋଇଥିଲେ । ଏହି ବିପଦ ଦେଖି ବାପା ମୋତେ ସାହାସ ଦେଇଥିଲେ। ଏବଂ କହିଥିଲେ , ଯେ-ପର୍ଯ୍ୟନ୍ତ ଆମେ ସମୁଦ୍ର କୂଳରେ ନ ପହଞ୍ଚିଛୁ ସେପର୍ଯ୍ୟନ୍ତ ଆମକୁ ସଂଗ୍ରାମ ଜାରି ରଖି ଏଠାରୁ ବାହାରିବାକୁ ପଡିବ । ଆମର ଏକ ଛୋଟ ଡଙ୍ଗା ଥିଲା,ଯାହା ସାହାର୍ଯ୍ୟରେ ଆମେ କୂଳ ଆଡକୁ ଯାତ୍ରା ଆରମ୍ଭ କରିଥିଲୁ ।
Also Read : Weird News: ବିଶ୍ୱର ସବୁଠୁ ମହଙ୍ଗା ଗୋପାଳୁଣି, ବିକିନି ପିନ୍ଧି କରନ୍ତି କାମ ଲୋକ ଦେଖିବାକୁ ହୁଅନ୍ତି ପାଗଳ
Also Read : Balasore News: ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ, ଶେଷ ମେସେଜରେ ବାପାଙ୍କୁ ଲେଖିଥିଲେ...
ଡେଲି ଷ୍ଟାର (Daily Star,) ଅନୁଯାୟୀ ଡଗଲାସ କହିଛନ୍ତି ଯେ, ତାଙ୍କ ପିତା ତାଙ୍କୁ ବଞ୍ଚିବାର କିଛି ଉପାୟ ଶିଖାଇଥିଲେ। କହିଥିଲେ,ଯେ ପିଇବା ପାଇଁ ବର୍ଷା ପାଣି ସଂଗ୍ରହ କର । ଆମକୁ ମାଛ ଧରିବାକୁ ପଡିବା, କାହିଁକିନା ସେମାନେ ହିଁ ଆମ ଖାଦ୍ୟର ଉତ୍ସ । ଏହା ଆମ ପାଇଁ ଏକ ଭୟଙ୍କର ପରୀକ୍ଷା ଥିଲା । କିନ୍ତୁ କୌଣସି ମାଛକୁ ଆମେ ଶୀକାର କରିପାରି ନ ଥିଲୁ । ଦିର୍ଘ ୫ ଦିନ ପର୍ଯ୍ୟନ୍ତ ଭୋକ ଉପାସରେ ଥିଲେ ପୁରା ପରିବାର । ଶେଷରେ ସମୁଦ୍ରରୁ କିଛି କଇଁଛକୁ ଆଣି ଭୋକ ମେଣ୍ଟାଇଥିଲେ ପୁରା ପରିବାର। କଇଁଛକୁ ଖାଇବା ବଦଳରେ ତାର ରକ୍ତ ପିଇଥିଲେ ପରିବାର ଲୋକେ । ଏବଂ ବର୍ଷା ପାଣିରେ ନିଜ ଶୋଷ ମଧ୍ୟ ମେଣ୍ଟାଇଥିଲେ । ଏପରିକି ଜୀବନ ବଞ୍ଚାଇବା ପାଇଁ ସାର୍କର ମାଂସ ମଧ୍ୟ ଖାଇଥିଲେ । ସେହି ସମୁଦ୍ର ମଝି ଦେଇ ଏକ ଜାପାନର ଟ୍ରଲର ଡଙ୍ଗା ଯାଉଥିଲା । ଏ-ହି ପରିବାର ସେହି ଡଙ୍ଗାକୁ ଦେଖି ସାହାର୍ଯ୍ୟ ପାଇଁ ସହାୟତା ମାଗିଥିଲେ । ପରେ ପୁରା ପରିବାରକୁ ସାହାର୍ଯ୍ୟ ପାଇଁ ଆଗେଇ ଆସିଥିଲା ଜାପାନୀ ଟ୍ରଲର ଡଙ୍ଗା । ପାନାମା କେନାଲ ଆଡକୁ ଯାଉଥିବା ଜାପାନୀ ଡଙ୍ଗା ପୁରା ପରିବାରକୁ ସେଠାରୁ ଉଦ୍ଧାର କରିଥିଲା । ସେତେବେଳକୁ ୩୮ ଦିନ ବିତି ଯାଇଥିଲା ।