Weather Update: ରାଜଧାନୀରେ ୧୪ ବର୍ଷର ରେକର୍ଡ ଭାଙ୍ଗିଲା ତାତି ।  ୨୦୧୦ ମସିହା ୨୦ ଅପ୍ରେଲ ଏପ୍ରିଲ ପରେ ଆଜି ଦିନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ ଭୁବନେଶ୍ୱରରେ ୪୫.୪ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।  ଅନ୍ୟପଟେ ଆଜି ବାଲେଶ୍ୱର ତାପମାତ୍ରା ୪୬ଡ଼ିଗ୍ରୀ ଛୁଇଁଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତାତି । 


COMMERCIAL BREAK
SCROLL TO CONTINUE READING

୨ଟା୩୦ ସୁଦ୍ଧା ଝାରସୁଗୁଡା: ୪୪.୨ ଡ଼ିଗ୍ରୀ, ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ, ରାଉରକେଲା: ୪୩.୨ ଡ଼ିଗ୍ରୀ, ସମ୍ବଲପୁର: ୪୩.୨ ଡ଼ିଗ୍ରୀ, କେନ୍ଦୁଝର : ୪୩ ଡ଼ିଗ୍ରୀ, ପୁରୀ: ୩୫.୧ ଡ଼ିଗ୍ରୀ, ଗୋପାଳପୁର: ୩୩.୬ ଡ଼ିଗ୍ରୀ, ପାରାଦୀପ: ୩୩.୬ ଡ଼ିଗ୍ରୀ ରେକର୍ଡ ହୋଇଛି


ଆଜି ୧୧ ଟା ୩୦ ସୁଦ୍ଧା ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା । ବାଲେଶ୍ୱର ୪୪.୧ ଡ଼ିଗ୍ରୀ, ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ, ଝାରସୁଗୁଡା ୪୨.୫ ଡ଼ିଗ୍ରୀ, କେନ୍ଦୁଝର ୪୧.୪ ଡ଼ିଗ୍ରୀ, ଚାନ୍ଦବାଲି ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ହୀରାକୁଦ ୩୯.୯ ଡ଼ିଗ୍ରୀ, ସମ୍ବଲପୁର ୩୯.୮ ଡ଼ିଗ୍ରୀ, ପୁରୀ ୩୪.୪ ଡ଼ିଗ୍ରୀ, ପାରାଦୀପ ୩୩.୬ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।


Also Read- Indian Navyର ମୁଖ୍ୟ ହେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ


Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ