Car Accident Video Viral: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକଙ୍କୁ ଦେଶର କୌଣସି ଗୋଟିଏ ସ୍ଥାନରେ ସଡ଼କ ଦୁର୍ଘଟଣାର ସାମ୍ନା କରିବାକୁ ପଡୁଛି। ବିଭିନ୍ନ ସମୟରେ ଲୋକେ ରାସ୍ତାରେ ଗାଡି ଚଳାଇବା ସମୟରେ ସେମାନଙ୍କର ଗାଡିର ବେଗକୁ ଏତେ ବଢାଇ ଦିଅନ୍ତି ଯେ ଯାହାକୁ ହଠାତ୍ ନିୟନ୍ତ୍ରଣ କରିବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଯାଏ। ଏଭଳି ଅସାବଧାନତା କାରଣରୁ ଅନେକ ଥର ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଥାଏ।


COMMERCIAL BREAK
SCROLL TO CONTINUE READING

ଅନ୍ୟ ଗାଡ଼ି ଅପେକ୍ଷା କାର ସାଧାରଣତଃ ରାଜରାସ୍ତାରେ ଦ୍ରୁତ ଗତିରେ (Car Speed on Road) ଚାଲିଥାଏ। ଅନେକ ଲୋକ ସେମାନଙ୍କର ଗାଡ଼ି ଚଳାଇବାର କୌଶଳ (Driving Skills) ଦେଖାଇବାକୁ ଯାଇ ଗାଡ଼ିର ଗତି ମଧ୍ୟ ବଢାଇ ଦେଇଥାନ୍ତି। ହେଲେ ଏପରି ଦାୟିତ୍ୱହୀନ କାର୍ଯ୍ୟ ହେତୁ ସେମାନଙ୍କୁ କେବଳ ଜୀବନ ହରାଇବାକୁ ପଡେ ନାହିଁ ବରଂ ଯେଉଁମାନଙ୍କର କୌଣସି ଦୋଷ ନାହିଁ ସେମାନଙ୍କୁ ମଧ୍ୟ ନିଜ ଜୀବନ ବଳି ଦେବାକୁ ପଡିଥାଏ।


ସଦ୍ୟ ଏବେ ଏକ ସଡ଼କ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ (Car Accident Viral Video) ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଦ୍ରୁତ ଗତିରେ ଆସୁଥିବା ଏକ ଟୋଲ ଗେଟ ଠାରେ ଧକ୍କା (Car Accident at Toll Gate) ହେବା ମାତ୍ରେ ଏହା ଆଖି ପିଛୁଳାକେ ଛିନଛିତ୍ର ହୋଇଯାଉଛି। ଏନେଇ କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ କାର ରାଜରାସ୍ତାରେ ୨୨୦ କିଲୋମିଟର ବେଗରେ ଦୌଡୁଥିଲା। କାର ଡ୍ରାଇଭର ଗାଡ଼ିର ବେଗକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ହେଲେ କାର ଦ୍ରୁତ ଗତିରେ ଦୌଡୁଥିବାରୁ ଏହାକୁ ରୋକା ଯାଇ ପାରିନଥିଲା। ଯାହା ପରେ କାର ଟୋଲ ଗେଟ ଠାରେ ପିଟି ହୋଇଯାଇଥିଲା। କେବଳ ସେତିକି ନୁହେଁ ଟୋଲ ଗେଟ ଠାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ କାର ଛିନଛତ୍ର ହୋଇଯାଇଥିଲା। ଏହି ଦୁର୍ଘଟଣା ଦେଖିବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା। 


ଭିଡ଼ିଓ ଦେଖି ଚମକି ପଡିଲେ ସୋସିଆଲ ମିଡ଼ିଆ ୟୁଜର (social media shocking video)
ଏହି ଭୟଙ୍କର ଦୁର୍ଘଟଣାରେ କାର ଚାଳକଙ୍କ ଜୀବନ ବଞ୍ଚିଛି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ହେଲେ ଏହା ନିଶ୍ଚିତ ଭାବରେ କୁହାଯାଇପାରେ ଯେ ଏଭଳି ଦୁର୍ଘଟଣାରେ କେହି ବଞ୍ଚିଥିବେ। ଏହା କହିବା କଷ୍ଟକର। ଏହି ଦୁର୍ଘଟଣାର ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର ଚମକି ଉଠିଛନ୍ତି। ଏନେଇ ଜଣେ ୟୁଜର କହିଛନ୍ତି ଯେ କହିଛନ୍ତି ଡ୍ରାଇଭର ବଞ୍ଚି ନ ଥାଇ ପାରନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ଗାଡ଼ି ଚଳାଉଥିବା  ଡ୍ରାଇଭର ସହିତ କ’ଣ ହୋଇଛି ତାହା କେହି କହିପାରିବେ ନାହିଁ।