First Flight To Ayodhya Airport: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଯୋଧ୍ୟାର ମହର୍ଷୀ ବାଲ୍ମିକୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ହେବା ପରେ ରାଜଧାନୀ ଦିଲ୍ଲୀରୁ ଧାର୍ମିକ ସହର ଅଯୋଧ୍ୟାକୁ ବିମାନ ସେବା ଆରମ୍ଭ ହୋଇଛି । ଏହି ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଡିଗୋ ବିମାନର କ୍ୟାପଟେନ ଆଶୁତୋଷ ଶେଖର 'ଜୟ ଶ୍ରୀରାମ' କହିବା ସହିତ ଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଏଏନଆଇ ପେଜରେ ଏକ ଭିଡିଓ ଅପଲୋଡ ହୋଇଥିବା ସମୟରେ ଏପରି କିଛି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଇଣ୍ଡିଗୋ ବିମାନର କ୍ୟାପଟେନ୍ ଆଶୁତୋଷ ଶେଖର ଯାତ୍ରୀମାନଙ୍କୁ କହିଛନ୍ତି ଯେ, ମୋ ପାଇଁ ବଡ ଭାଗ୍ୟର ବିଷୟ ଏହା ଯେ, ଆଜି ପରି ଦିନରେ ମୁଁ ପ୍ରଥମ ଉଡାଣ ଅଯୋଧ୍ୟାକୁ କରୁଛି । ବିମାନର ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ଯାତ୍ରା ନିଶ୍ଚିତ ଖୁବ ଶୁଭ ହେବ ବୋଲି କହିଥିଲେ ପାଇଲଟ ଆଶୁତୋଷ । ଏହା ପରେ ସମସ୍ତ ଯାତ୍ରୀମାନେ ବିମାନରେ 'ଜୟ ଶ୍ରୀରାମ' କହି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ ।


କେବଳ ସେତିକି ନୁହେଁ ବିମାନ ମଧ୍ୟରେ କିଛି ଯାତ୍ରୀ ଶ୍ରୀରାମଙ୍କ ପରମ ଭକ୍ତ ତଥା ସଙ୍କଟ ମୋଚନ ପ୍ରଭୁ ହନୁମାନଙ୍କ ଚାଲିସା ପାଠ କରିଥିଲେ । ଯେତେବେଳେ ବିମାନଟି ରନୱେକୁ ଯାଇଥିଲା ସେତେବେଳେ ଯାତ୍ରୀମାନେ ସ୍ୱରରେ ସ୍ୱର ମିଶାଇ 'ଜୟ ଶ୍ରୀରାମ' କହିଥିଲେ  । ଏହି ଅବସରରେ କିଛି ଯାତ୍ରୀ ନିଜର ପ୍ରତିକ୍ରିୟା ରଖିଥିଲେ । ଜଣେ ଯାତ୍ରୀ ନିଜର ଅନୁଭୂତି ବାଣ୍ଟି କହିଛନ୍ତି ଯେ, ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବା ଖବର ମତେ ଅତ୍ୟନ୍ତ ଖୁସି ପ୍ରଦାନ କରିଛି । ତେଣୁ ମୁଁ ଅତ୍ୟନ୍ତ ଉତ୍ସାହିତ ଅଛି ଏବଂ ନିଶ୍ଚିତ ଭାବରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିବି । ସେହିପରି କର୍ଣ୍ଣାଟକରୁ ଆସିଥିବା ଆଉ ଜଣେ ବିମାନଯାତ୍ରୀ ବିମାନ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅତ୍ୟନ୍ତ ଧନ୍ୟବାଦ ଜଣାଇଛନ୍ତି । ଏହା ଏକ ଐତିହାସିକ ଦିନ ବୋଲି ଯାତ୍ରୀଜଣକ କହିଛନ୍ତି । ଅନ୍ୟଜଣେ ଯାତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି କାର୍ଯ୍ୟ ଏକ ସ୍ୱପ୍ନ ପୂରଣ ହେବା ପରି କଥା । ସ୍ୱପ୍ନ ଆଜି ବାସ୍ତବତାର ରୂପ ନେଇଛି ବୋଲି ବିମାନଯାତ୍ରୀ କହିଛନ୍ତି ।


Also Read- Vigilance Raid: ଭିଜିଲାନ୍ସ ଜାଲରେ ଧରାପଡିଲେ ମୟୁରଭଞ୍ଜର ଲାଞ୍ଚୁଆ ଅଫିସର


Also Read- ଓଡ଼ିଶାର ଏହିସବୁ ଷ୍ଟେସନ୍‌ରେ ଅଟକିବ ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସ୍