Odisha News: ଭୁବନେଶ୍ୱର: ରାଜ୍ୟର ୫୭ ଥାନାରେ ସିସିଟିଭି ନାହିଁ। ଯଦି ଏ ବ୍ୟବସ୍ଥା ଥାଆନ୍ତା ତେବେ ଏଭଳି ଘଟଣା ଆଗକୁ ବଢ଼ି ନଥାଆନ୍ତା। ଏଣୁ ଆଗକୁ ଯେମିତି ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ରହିବ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 


COMMERCIAL BREAK
SCROLL TO CONTINUE READING

ଭରତପୁର ଘଟଣାରେ ସରକାର ନେଇଥିବା ପଦକ୍ଷେପ ବାବଦରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ସେ ଏହା କହିଛନ୍ତି। ଏହାଛଡ଼ା ଯେଉଁ ଭିଡିଓସବୁ ଭାଇରାଲ ହେଉଛି ସେ ବାବଦରେ ନଜର ରଖିବା ଲାଗି ପୁଲିସ ବିଭାଗକୁ କୁହାଯାଇଥିବା କହିଛନ୍ତି ଶ୍ରୀ ହରିଚନ୍ଦନ। ଆଇପି ଠିକଣାକୁ ଠାବ କରିଏହାର ସ୍ରଷ୍ଟାକୁ ଦଣ୍ଡିତ କରିବା ଲାଗି ପଦକ୍ଷେପ ଆରମ୍ଭ କରୁ ବୋଲି କୁହାଯାଇଛି। 


ଆଜି ଏ ମାମଲାରେ ଶୁଣାଣି ମଧ୍ୟ ହାଇକୋର୍ଟ କରିଛନ୍ତି। ପୁଲିସ ବିଭାଗର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏହି ସମୟରେ ଉପସ୍ଥିତ ଥିଲେ। ୬୫୦ ପୁଲିସ ଥାନା ଭିତରୁ ୫୭ଟିରେ ସିସିଟିଭି ବ୍ୟବସ୍ଥା ନଥିବା କହିଥିଲେ। ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହ ଗଣମାଧ୍ୟମରେ ପ୍ରଭାବିତ କ୍ୟାପ୍ଟେନ ଓ  ତାଙ୍କ ବାନ୍ଧବୀଙ୍କ ନାଁକୁ ପ୍ରକାଶ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୯ ତାରିଖରେ ଏ ବାବଦରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 


ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା କରି ଭରତପୁର ଘଟଣାର ତଦନ୍ତକୁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଆଜି ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାଶଙ୍କୁ ଏହି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିଲାଗି ୬୦ ଦିନ ସମୟ ନିର୍ଦ୍ଧାରଣ କରରଯାଇଛି। ଏହି କମିଶନ ତଦନ୍ତ ନିଯୁକ୍ତିକୁ ନେଇ  ପୂର୍ବତନ ସେନା କର୍ମଚାରୀ ତଥା ପୀଡ଼ିତାଙ୍କ ବାପା ଅନ୍ତର୍ଯ୍ୟାମୀ ପ୍ରଧାନ ଖସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଆମେ ଏହା ଦାବି କରୁଥିଲୁ, ସରକାର ତାହାକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା ଆମେ ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ଆଶା କରୁଛୁ। 


ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଏହି ନିର୍ଦ୍ଦେଶକୁ ସ୍ୱାଗତ କରାଯାଇଛି। ଦଳ ଆସନ୍ତା କାଲି  ଯୋଜନା କରିଥିବା ହରତାଳକୁ ପ୍ରତ୍ୟାହାର କରିଥିବା ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସନ୍ନ ମିଶ୍ର। ଶ୍ରୀ ହରିଚନ୍ଦନ କହିଛନ୍ତି ଗତ ୨୪ ବର୍ଷର ସରକାରରେ ଅନେକ ଘଟଣା ଘଟିଛି ଯାହାର ଗଣତି କରାଯାଇ ନପାରେ। ପ୍ରତି ଘଟଣାରେ  ଅପରାଧିକୁ ଘଣ୍ଟ ଘୋଡ଼ାଇଛନ୍ତି ପୂର୍ବତନ ବିଜେଡି ସରକାର। ଏବେ  ଏହି ଘଟଣାକୁ ନେଇ ଯଦି ଯେଉଁ ପ୍ରକ୍ରତିକ୍ରିୟା ଦେଖଉଛନ୍ତି ତାହାର ୫ % ଯଦି ସରକାରରେ ଥିବା ବେଳେ ହୋଇଥାଆନ୍ତା ତେବେ ଆଜି ଅନେକ ସମସମ୍ୟାର ସମାଧାନ ହୋଇପାରି ଥାଆନ୍ତା। ଏଣୁ ବିଜେଡି ଯାହା କହୁଛି ତାହା ହାସ୍ୟାସ୍ପଦ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।