Dog Going Canada: ସାଧାରଣତଃ ଫ୍ଲାଇଟରେ ନିଜର ପୋଷା ଜୀବଙ୍କୁ ନେବାପାଇଁ ଅନେକ ଲୋକ କୁଣ୍ଠାବୋଧ କକରିଥାନ୍ତି । କାରଣ ଏଥିପାଇଁ ସ୍ୱତନ୍ତ୍ର ନିୟମ ରହିଛି । ସେହି ନିୟମ ଗୁଡିକୁ ପାଳନ କରି ପୋଷା ଜୀବଙ୍କୁ ଯାତ୍ରାରେ ସାମିଲ କରିବା ପାଇଁ ଅଧିକ ସମୟ ଲାଗିଥାଏ । ତେବେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣି ଆପଣ ମଧ୍ୟ ନିଜର ପୋଷା ଜୀବଙ୍କୁ ସାଥିରେ ନେଇ ଯାତ୍ରା କରିବାକୁ ଇଚ୍ଛା ପ୍ରକାଶ କରିବେ । ଅମୃତସରରୁ ଦୁଇଟି କୁକୁର ବିଜନେସ କ୍ଲାସ (Business class)ରେ କାନାଡାକୁ ଯାତ୍ରା କରିବେ । ପଶୁ କଲ୍ୟାଣ ଏବଂ କେୟାର ସୋସାଇଟି (Animal Welfare and Care Society) (AWCS)ର ଡକ୍ଟର ନବନିତ କୌର ନିଜର ଦୁଇ କୁକୁର ଲିଲି ଏବଂ ଡେଜିଙ୍କୁ ଅମୃତସର (Amritsar)ରୁ କାନାଡାକୁ ନେଉଛନ୍ତି । ଏଥିପାଇଁ ସମସ୍ତ କାଗଜପତ୍ର (Paper work) କାମ ସମାପ୍ତ ହୋଇଛି । ଜୁଲାଇ ୧୫ରେ ଦୁହେଁ ଦିଲ୍ଲୀରୁ କାନାଡା ଅଭିମୁଖେ ଉଡ଼ିବେ । ଡକ୍ଟର ନବନିତ କୌର କହିଛନ୍ତି ଯେ, କାନାଡାର ବ୍ରାଣ୍ଡା ନାମକ ଜଣେ ମହିଳା ଲିଲି ଏବଂ ଡେଜିଙ୍କୁ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ସେ ୬ଟି କୁକୁରକୁ ବିଦେଶକୁ ନେଇଛନ୍ତି । ସେଥିମଧ୍ୟରୁ ଦୁଇ ଜଣ ତାଙ୍କ ସହ ଆମେରିକା (America)ରେ ରୁହନ୍ତି । ଡକ୍ଟର ନବନିତ କହିଛନ୍ତି ଯେ, ସେ ନିଜେ ଆମେରିକାରେ ରୁହନ୍ତି, କିନ୍ତୁ ଅମୃତସରରେ ତାଙ୍କ ଘର । ଯେଉଁଠାରେ ସେ ପିଲାଦିନରୁ ବଢିଥିଲେ । 


COMMERCIAL BREAK
SCROLL TO CONTINUE READING

ସେମାନେ ମାସେ ପାଇଁ ସ୍ୱତନ୍ତ୍ର ଗୃହରେ ଅଛନ୍ତି ।
କୋଭିଡ୍ ସମୟ (Covid time)ରେ ଯେତେବେଳେ ୨୦୨୦ ରେ, ଯେତେବେଳେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା ସେତେବେଳେ ସବୁକିଛି ପ୍ରାୟ ଠପ୍ ହୋଇଯାଇଥିଲା । ସେତେବେଳେ ସେ AWCS ନାମରେ ଏକ ସଂଗଠନ ଗଠନ କରିଥିଲେ । ଅମୃତସରରେ ସୁଖବିନ୍ଦର ସିଂ ଜଲି ଏହାର ଦାୟିତ୍ୱ ଗ୍ରହଣ କରି ସଂଗଠନର ସମସ୍ତ କାର୍ଯ୍ୟକୁ ଆଗେଇ ନେଇଥିଲେ । ଡକ୍ଟର ନବନିତ କହିଛନ୍ତି ଯେ, ଲିଲି ଏବଂ ଡେଜି ପ୍ରାୟ ଏକ ମାସ ଧରି ଏଠାରେ ରହୁଛନ୍ତି। ଉଭୟଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଏହି ଅନୁଷ୍ଠାନରେ ଛାଡି ଦିଆଯାଇଥିଲା। ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ପରେ ସେମାନଙ୍କୁ ଚିକିତ୍ସା କରାଗଲା ଏବଂ ସେମାନଙ୍କ ପାଇଁ ଘର ଖୋଜିବାକୁ ଉଦ୍ୟମ କରାଗଲା ।


କାନାଡା ପାଇଁ ଏମାନେ ବିଦେଶୀ କୁକୁର


ଡାକ୍ତର ନବନିତ କହିଛନ୍ତି ଯେ, ଆମ ଭାରତୀୟମାନେ ଆମର ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଆବଶ୍ୟକ । ଆମେ ଆମର ଗଳିରେ ବୁଲୁଥିବା କୁକୁର (Indian dog) ମାନଙ୍କୁ ଗ୍ରହଣ କରୁନାହୁଁ ଏବଂ ସେମାନଙ୍କୁ ଗୁରୁତ୍ୱ ଦେଉନାହୁଁ । ଆମ ଏଠାରେ ରହୁଥିବା କୁକୁରମାନେ କାନାଡାର ଲୋକଙ୍କ ପାଇଁ ବିଦେଶୀ କୁକୁର (Exotic dog)। ଆମେ ଯେପରି ଭାବରେ ବିଦେଶୀ କୁକୁରକୁ ଅନୁଭବ କରିଥାଉ ଓ ଭଲ ପାଉ ସେମାନେ ଠିକି ସେହିପରି ଭାବରେ ଭାରତୀୟ କୁକୁରଙ୍କୁ ପସନ୍ଦ କରନ୍ତି । ସେମାନେ ଖୁସି ଓ ଆଗ୍ରହରେ ଆମର ଦେଶୀ କୁକୁରଙ୍କୁ ପାଳନ କରିବାକୁ ଚାହାଁନ୍ତି । ଭାରତୀୟ କୁକୁରମାନଙ୍କର ପ୍ରଜାତି ଅଧିକ ବନ୍ଧୁତ୍ୱପୂର୍ଣ୍ଣ (Friendly) ଏବଂ ଯତ୍ନଶୀଳ । ଏହି କାରଣରୁ ସେ, ଏହି କୁକୁରମାନଙ୍କୁ ଗ୍ରହଣ କରିବାକୁ ଚାହୁଁଛନ୍ତି । ଏହି କୁକୁରମାନଙ୍କୁ କାନାଡା (Canada) ପଠାଯାଉଛି, ସେଠାରେ ସେମାନଙ୍କର ଭଲ ଭାବରେ ଯତ୍ନ (Care) ନିଆଯିବ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଡକ୍ଟର ନବନିତ ପିଲାଦିନରୁ ଜଣେ ଡଗ୍ ଲଭର (Dog Lover) । ସେ କୁକୁରମାନଙ୍କର ଯତ୍ନ ନେବାକୁ ଖୁବ୍ ପସନ୍ଦ କରନ୍ତି । ଏହି କାରଣରୁ ସେ ବର୍ତ୍ତମାନ ଲିଲି ଏବଂ ଡେଜିଙ୍କୁ ସେ କାନାଡା ନେଇଯାଉଛନ୍ତି ।


Also read- Love Case: ଆତ୍ମହତ୍ୟା କଲେ AIIMS ଡାକ୍ତର, ସୁଇସାଇଡ ନୋଟରେ ଲେଖାଥିଲା ମୁଁ ପ୍ରେମରେ ବର୍ବାଦ