Interesting Story: ବ୍ୟସ୍ତ ବହୁଳ ଜୀବନରେ ମଣିଷ ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରିଥାଏ । କିଏ ସକାଳୁ ଉଠିକି ପାର୍କରେ ଜଗିଂ କରିଥାଏ ତ ଆଉ କିଏ ଜିମରେ ଯାଇ ଝାଳ ବୁହାଇଥାଏ । ତ ଆଉ କିଏ ନିଜକୁ ସୁସ୍ଥ ରଖିବା ପାଇଁ ସକାଳୁ ଗ୍ରାଉଣ୍ତରେ ଦୌଡି ଥାଏ । ଆପଣ ଜାଣିଛନ୍ତି କି ଏମିତି ଏକ ଦେଶ ରହିଛି ଯେଉଁଠି ବ୍ୟାୟାମ୍ ବା ଏକସରସାଇଜ୍ କଲେ ଲୋକଙ୍କୁ ବସ ଟିକେଟ୍ ମାଗଣା ମିଳିଥାଏ । ଆପଣଙ୍କୁ ଏ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ କଥା।  ଏପରି ଏକ ଦେଶ ହେଉଛି ରୋମାନିଆ । ରୋମାନିଆ ନିଜ ଦେଶର ନାଗରିକଙ୍କୁ ଫିଟ୍ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ମେସିନ୍ ଆଗରେ ୨୦ ଥର (20 squats) ସ୍କ୍ୱାଟସ୍ କରନ୍ତି । ୧ରୁ ୨୦ ସେକେଣ୍ତ ମଧ୍ୟରେ ସ୍କ୍ୱାଟସ୍ ପରେ ତାଙ୍କ ସାମ୍ନାରେ ଥିବା ସେହି ମେସିନରୁ ଏକ ବସ ଟିକେଟ ବାହାରୁଛି । ତେବେ, ଏହି ଭିଡିଓଟିକୁ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ @alinabzholkina ସେୟାର କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏହି ଭିଡିଓ କିଛି ସପ୍ତାହ ପୂର୍ବରୁ ସେୟାର କରାଯାଇଥିଲା । ଅପଲୋଡ୍ ହେବା ପରଠାରୁ, ଏହାକୁ ୫୫୦୦୦ ରୁ ଅଧିକ ଥର ଲାଇକ୍ ଆସିଥିବା ବେଳେ ଏକାଧିକ ୟୁଜର୍ସ ମଧ୍ୟ ଏଥିରେ କମେଣ୍ଟ କରିଛନ୍ତିୁ । ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, "ଟଙ୍କା ସଞ୍ଚୟ କରିବା ଏବଂ ପରିବେଶ ସଞ୍ଚୟ କରିବା !!!! ଦୟାକରି ମୋତେ ସାଇନ୍ ଅପ୍ କରନ୍ତୁ।" ଅନ୍ୟ ଜଣେ ପଚାରିଥିଲେ, ରୋମାନିଆ ଅନ୍ୟ ସ୍ଥାନ ଅପେକ୍ଷା କାହିଁକି ଶୀତଳ? ଜଣେ ତୃତୀୟ ୟୁଜର୍ସ କହିଲେ, "ଅଭିଶାପ, ମୁଁ ଇଚ୍ଛା କରେ ଆମ ପାଖରେ ସେଗୁଡିକ ଅଛି।" ଚତୁର୍ଥ ୟୁଜର୍ସ କହିଛନ୍ତି “ମୋ ପାଇଁ ଏକ ଲକ୍ଷ ଟିକେଟ୍ ଧନ୍ୟବାଦ।''


 




ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ ତଥା ହୃତ୍‌ପିଣ୍ଡ ଓ ରକ୍ତନଳି ରୋଗ, ଟାଇପ ୨ ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗମାନଙ୍କୁ ପ୍ରତିରୋଧ ହୋଇଥାଏ । ବ୍ୟାୟାମଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ। ଏହାର ବିବିଧ ଉପକାରୀତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନେ ବ୍ୟାୟାମର ଉପକାରୀତାକୁ "ଆଶ୍ଚର୍ଯ୍ୟଜନକ" ବା "ଚମତ୍କାର" ଔଷଧ ଭାବେ ଅଭିହିତ କରିଥାନ୍ତି ।