Shocking Video: ଯେବେ ଶିକାରୀ ନିଜେ ପାଲଟିଗଲା ଶିକାର
Tiger vs Monkey Fight: ବାଘ-ମାଙ୍କଡ଼ ଲଢେଇରେ କିଏ ମାରିଛି ବାଜି ତାହା ଭାଇରାଲ ଭିଡି଼ଓରେ ସ୍ପଷ୍ଟ ହୋଇଯାଇଛି।
Tiger vs Monkey: ନିଜକୁ ବାଘ କବଳରୁ ବଞ୍ଚାଇବାକୁ ଯାଇ ମାଙ୍କଡ ଯେଉଁ କାରନାମା କରିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମାଙ୍କଡ଼ର ବୁଦ୍ଧିମତା ଆଗରେ ଫେଲ ମାରିଛି ବାଘର ତାକତ। ଯାହାର ଭିଡି଼ଓ ଭାଇରାଲ ହୋଇଛି। ବିଭିନ୍ନ ପଶୁଙ୍କ ମଧ୍ୟରେ ହେଉଥିବା ଲଢେଇରେ କିଏ ଜିତିବ ତାହା ସବୁବେଳେ ଚର୍ଚ୍ଚାରେ ଥାଏ। କେତେବେଳେ ବୁଦ୍ଧି ଆଉ କେତେବେଳେ ବଳର ହୋଇଥାଏ ବିଜୟ। ହେଲେ ମାଙ୍କଡ଼-ବାଘ ଲଢେଇରେ ବୁଦ୍ଧି ଆଗରେ ଚିତପଟାଙ୍ଗ ମାରିଛି ବଳ।
ସଦ୍ୟ ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି। ଯେଉଁଠି ମୁହାଁମୁହିଁ ହୋଇଛନ୍ତି ମାଙ୍କଡ ଆଉ ବାଘ (Tiger vs Monkey Fight)। ଉଭୟଙ୍କ ମଧ୍ୟରେ ଲଢେଇରେ କିଏ ମାରିଛି ବାଜି ତାହା ଏବେ ସ୍ପଷ୍ଟ ହୋଇଯାଇଛି। ଶାରୀରିକ ବଳ ଦୃଷ୍ଟିରୁ ମାଙ୍କଡ଼, ବାଘ ସାମ୍ନାରେ ତିଷ୍ଠି ପାରିବ ନା ନାହିଁ। ଯଦି ଆପଣ ଏହି ଲଢେଇରେ କିଏ ମାରିବ ବାଜି ତାହାର ଉତ୍ତର ପାଉନାହାଁନ୍ତି, ତାହେଲେ ଆପଣ ଏହି ଭିଡ଼ିଓ ଫୁଟେଜ୍ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଶାରୀରିକ ବଳ ଦୃଷ୍ଟିରୁ ହାତୀ, ଭାଲୁ, ସିଂହଙ୍କୁ ଛାଡ଼ି ବାଘ ହେଉଛି ସବୁଠାରୁ ଶକ୍ତିଶାଳୀ। ଯେଉଁ ଜଙ୍ଗଲରେ ସିଂହ ନ ଥାନ୍ତି ସେଠାରେ ବାଘ ହେଉଛି ରାଜ। ଖାଦ୍ୟ ପାଇଁ ଜଙ୍ଗଲର ଅନ୍ୟ ପ୍ରାଣୀଙ୍କୁ ଶୀକାର କରିବାକୁ ପଛେଇ ନଥାଏ ବାଘ। ଏହି କ୍ରମରେ ମାଙ୍କଡ଼ ଶୀକାର କରିବାକୁ ଚାହିଁଛି ବାଘ। ହେଲେ ଚତୁର ପ୍ରାଣୀ ଭାବେ ଜଣାଶୁଣା ମାଙ୍କଡ଼ ଆଗରେ ଫିକା ପଡ଼ିଯାଇଛି ବାଘର ଶୀକାର କୌଶଳ।
ନିଜର ବୁଦ୍ଧି ପାଇଁ ପ୍ରାଣୀ ଜଗତରେ ଜଣାଶୁଣା ମାଙ୍କଡ଼। ନିଜର ଚତୁରତା ଏବଂ ଚଞ୍ଚଳ ସ୍ୱଭାବ ପାଇଁ ଅନ୍ୟ ପ୍ରାଣୀଙ୍କୁ ଚିଡ଼ାଇବା ଭଳି କାମ କରିଥାଏ ମାଙ୍କଡ଼। ଯାହା ଏବେ ଶୀକାରୀ ବାଘ ପାଇଁ ମହଙ୍ଗା ପଡ଼ିଯାଇଛି। ସଦ୍ୟ ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଗୋଟିଏ ବାଘ ଏକ ମାଙ୍କଡ଼ ଶୀକାର କରିବା ପାଇଁ ଗଛ ଉପରକୁ ଚଢୁଛି। ଗଛରେ ଚଢିବା ପରେ ଧିରେ ଧିରେ ମାଙ୍କଡ଼ର ନିକଟତର ହେବାରେ ଲାଗିଛି ବାଘ। ହେଲେ ଏହା ପରେ କିଛି ଘଟେ, ତାହା ଅନୁମାନ କରିବା ବହୁତ କଷ୍ଟକର।
ନିଜକୁ ବଞ୍ଚାଇବା ପାଇଁ ମାଙ୍କଡ଼ ଏଭଳି କାରନାମା କରୁଛି ଯାହା ଦ୍ୱାରା ବାଘର ଶୀକାର କୌଶଳ ମାତ ଖାଇଯାଇଛି। ଗଛରେ ଡାଳକୁ ଡାଳ ଡେଇଁବାରେ ଲାଗିଛି ମାଙ୍କଡ଼। ଆଉ ବାଘ ମଧ୍ୟ ମାଙ୍କଡ଼ ପଛେ ପଛେ ଗୋଡାଉଛି। ହେଲେ ଯେତେବେଳେ ମାଙ୍କଡ ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ଡେଇଁପଡିଲା ସେତେବେଳେ ବାଘ ଗଛରୁ ତଳକୁ ଖସି ପଡିଥିଲା। ନିଜର ଚତୁରତା ପାଇଁ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲା ମାଙ୍କଡ଼। ଆପ ଶୀକାରୀ ବାଘ ହୋଇଗଲା ନିଜେ ଶୀକାର।
ଏହି ଭିଡ଼ିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ରେ ସେୟାର କରାଯାଇଛି। ଯାହା ୟୁଜରଙ୍କ ବହୁତ ମନୋରଞ୍ଜନ କରିଛି। ଲୋକେ ଭିଡ଼ିଓ ଦେଖିବା ପରେ ମାଙ୍କଡପ ବୁଦ୍ଧିମତାକୁ ପ୍ରଶଂସା କରିଛନ୍ତି।