Top 10 News Today | 25 March | Evening    


COMMERCIAL BREAK
SCROLL TO CONTINUE READING

1.Holi Celebration 2024: ମାର୍ଚ୍ଚ ୨୫ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ରଙ୍ଗର ପର୍ବ ହୋଲି। ଦେଶରେ ଅନେକ ସ୍ଥାନ ଅଛି ଯେଉଁଠିକାର ହୋଲି ହେଉଛି ବିଶ୍ୱ ପ୍ରସିଦ୍ଧ। ଯାହା ମାଧ୍ୟରୁ ଅନ୍ୟତମ ହେଉଛି ମଥୁରା-ବୃନ୍ଦାବନ। ଏଠାରେ ବିଭିନ୍ନ ପ୍ରକାରର ହୋଲି ଖେଳିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା ଠାରେ ଏକ ଅନନ୍ୟ ପ୍ରକାରର ହୋଲି ପାଳନ ହେଉଥିବାର ଦେଖିବାକୁ ପାଇବେ। ମଥୁରା-ବୃନ୍ଦାବନ ଠାରେ ହୋଲି ଉତ୍ସବ ବସନ୍ତ ପଞ୍ଚମୀ ଠାରୁ ଆରମ୍ଭ ହୋଇଥାଏ। କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରୁ ଭକ୍ତ ପ୍ରାୟ ୪୦ ଦିନିଆ ହୋଲି ପର୍ବରେ ଭାଗ ନେବାକୁ ଏଠାକୁ ଆସିଥାନ୍ତି। 


2.JNU Student Union Election Result 2024: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ (ଜେଏନୟୁ) ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଛାତ୍ର ସଂଘ ନିର୍ବାଚନର ଫଳାଫଳ ଆସିସାରିଛି। ଏହି ନିର୍ବାଚନରେ ​​ବାମପନ୍ଥୀ ଛାତ୍ର ସଙ୍ଗଠନ ଛାତ୍ର ସଂସଦର ୪ ପଦ ଅକ୍ତିଆର କରିଛନ୍ତି। ବାମପନ୍ଥୀ ଛାତ୍ର ସଙ୍ଗଠନର ପ୍ରାର୍ଥୀ  ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସଚିବ ଆଦି ୪ ପଦ ଦଖଲ କରି ନେଇଛନ୍ତି। ଏହି ୪ ପଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି।  


3.Telangana Phone Tapping Case: ୨୦୨୪ ନିର୍ବାଚନ ପୂର୍ବରୁ ଫୋନ୍-ଟ୍ୟାପିଂ ମାମଲାକୁ ନେଇ ସଗଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ପ୍ରଥମ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ବିଆରଏସ ସରକାର ସମୟରେ ବିରୋଧି ଦଳର ନେତାଙ୍କ ଫୋନ ବେଆଇନ ଭାବେ ଟ୍ୟାପିଂ କରି ସଂଗୃହିତ ହୋଇଥିବା ଇଲେକ୍ଟ୍ରୋନିକ୍ ତଥ୍ୟ ପୁନର୍ବାର ସଂଗ୍ରହ କରାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ଏବେ ଆମେରିକାରେ ରହିଥିବାର ଜଣାପଡ଼ିଛି। ତାଙ୍କ ନାମରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ଫୋନ୍-ଟ୍ୟାପିଂ ମାମଲାରେ ୩ ଅତିରିକ୍ତ ଏସପି ଭୁଜାଙ୍ଗା ରାଓ ଏବଂ ଥିରୁପାଥାନା ଏବଂ ଡେପୁଟି ଏସପି ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଛି।


4. boycott chinese products in india: ଏଥର ହୋଲି ସ୍ୱଦେଶୀ ବ୍ୟବସାୟୀଙ୍କ ପକେଟ ଗରମ କରିଥିବା ବେଳେ ଚୀନ୍ ଲାଗି ଜବରଦସ୍ତ ଝଟକା ସଦୃଶ୍ୟ ହୋଇଛି। ହୋଲି ଅବସରରେ ସମଗ୍ର ଦେଶରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କାରବାର ହେବାର ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଥିବା ବେଳେ ଲୋକେ ଏଥର ଚୀନୀ ଉତ୍ପାଦ ବହିଷ୍କାର କରିଛନ୍ତି। ଏଥର ହୋଲି ଅବସରରରେ "ଲୋକାଲ୍ ଫର ଭୋକାଲ୍" ପ୍ରାଧାନ୍ୟ ବିସ୍ତାର କରିଥିଲା। ଚୀନ ନିର୍ମିତ ସାମଗ୍ରୀ ବଜାରରୁ ସମ୍ପୂର୍ଣ୍ଣ ନିଖୋଜ ହୋଇ ଯାଇଥିବାର ଦେଖାଯାଇଥିଲା। ଚୀନ ନିର୍ମିତ ରଙ୍ଗ, ଅବିର, ପିଚକରୀ ଭଳି ଉତ୍ପାଦ ବଜରରୁ ଏକ ପ୍ରକାର ନିଖୋଜ ହୋଇଯାଇଥିଲା। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦରେ ଲୋକେ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ।


5.Lok Sabha Election 2024: ମାର୍ଚ୍ଚ ୨୫ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇସାରିଛି ରଙ୍ଗର ପର୍ବ ହୋଲି। ହେଲେ ଏଥର ହୋଲି ଅବସରରେ ଦେଶର କୋଣ ଅନୁକୋଣରେ ରହିଥିବା ସମସ୍ତ ବଜାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ପିଚକରୀ ଚାହିଦା ବହୁତ ଉଚ୍ଚରେ ରହିଥିବା। ଦେଶର ବିଭିନ୍ନ ରାଜ୍ୟର ବଜାରରେ ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଥିବା ପିଚକାରୀ ଏବଂ ମୁଖ୍ୟା ବହୁଳ ମାତ୍ରାରେ କିଣିଥିଲେ। ଚଳିତ ବର୍ଷ ହୋଲି ପାଳନରେ ରାଜନୈତିକ ରଙ୍ଗ ଛାଇ ଯାଇଥିଲା। ଯାହା ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା। ଯାହାର ପ୍ରମାଣ ହେଉଛି ବଜାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ମୁଖା ସହ ପିଚକାରୀ ବହୁଳ ମାତ୍ରାରେ ବିକ୍ରି ହୋଇଥିବାର ଜଣାପଡ଼ିଛି।
 
6.Election 2024 in Odisha: ରାଜ୍ୟରେ ନୂଆ ଭୋଟର ତଥା ଛାତ୍ରମାନଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେବ ବିଜେଡି। ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଷଷ୍ଠ ଥର ପାଇଁ ସରକାରକୁ ଆସିଲେ ବିଜେଡି କେଉଁ ପଦକ୍ଷେପ ସ୍ୱତନ୍ତ୍ର ଭାବେ ଗ୍ରହଣ କରିବା ସେଥିନେଇ ଇସ୍ତାହାରରେ ଉଲ୍ଲେଖ କରିବ। ଏଥିଲାଗି ପ୍ରସ୍ତାବ ଦେବାକୁ ଛାତ୍ର ବିଜେଡି ସଭାପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।ଦଳୀୟ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି ଛାତ୍ର ସଙ୍ଗଠନ ବିଭିନ୍ନ ଜିଲ୍ଲାରେ ଛାତ୍ର ପ୍ରତିନିଧିଙ୍କ ଠାରୁ ମତାମତ ସଂଗ୍ରହ କରିବ। ସେମାନେ ନବୀନ ସରକାରଙ୍କ ଠାରୁ କ'ଣ ଆଶା ରଖିଛନ୍ତି ତାହା ଉଲ୍ଲେଖ କରିବେ। ତାହାକୁ ତର୍ଜମା କରି ଛାତ୍ର ବିଜେଡି ୫ଟି ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଜଣାଇବ। ଏହାକୁ ଭିତ୍ତିକରି ବିଜେଡି ନିଜ ଇସ୍ତାହାରରେ ତାହା ପ୍ରକାଶ କରିବ ବୋଲି ବିଜେଡି ଛାତ୍ର ସଙ୍ଗଠନ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। 


7.Odisha BJP Delegation Meets State Election Commission: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶରେ ମଧ୍ୟ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଲାଣି। ହେଲେ ଏହା ପରେ ରାଜ୍ୟରେ ଶାସକ ବିଜେଡ଼ି ସରକାରୀ ଅଧିକାରୀଙ୍କୁ ଦଳୀୟ ସ୍ୱାର୍ଥ ପାଇଁ ଜାଣିଶୁଣି ବ୍ୟବହାର କରୁଛି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମିଶନ ଶକ୍ତି ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍‌ ସଭାପତି, ସମ୍ପାଦକ, ଏମ୍‌ବିକେ, ସିଆର୍‌ପି ଆଦିଙ୍କୁ ଡାକି ସାଲେପୁର ସ୍ଥିତ ବିକେ ମଣ୍ଡପ ଠାରେ ଗତ ୨୩ ତାରିଖ ଦିନ ଏକ ଦଳୀୟ ବୈଠକ ଆୟୋଜନ କରିଥିଲେ। ଯେଉଁଥିରେ ବିଜେଡ଼ି ବ୍ୟାନର୍ ଲାଗିଥିଲା। ନିର୍ବାଚନ ଆୟୋଗ ଗାଇଡଲାଇନ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରୁଛି ବୋଲି ବିଜେପି କହିଛି। ଏହି ପ୍ରସଙ୍ଗରେ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅଭିଯୋଗ ଜଣାଇଛି।


8.Thunder Storm in Odisha: ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାଣଅଡବ ମଚାଇଛି କାଳବୈଶାଖି। ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ନୂଆଗାଁ ଅଞ୍ଚଳରେ ଚରୁଥିବା ସମୟରେ ବଜ୍ରପାତ ହେବା କାରଣରୁ ୫୦ ଛେଳି ପ୍ରାଣ ହରାଇଛନ୍ତି। ଏହା ସହିତ ୪ ଜଣ ବ୍ୟକ୍ତି ଆହତ ହୋଇ ବଡଗଡ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ରାଉରକେଲା ଠାରେ ବଜ୍ରାଘାତ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।


9.Mo Bus schedule changed for Holi: ଆସନ୍ତାକାଲି କ୍ରୁଟ୍‍ ପକ୍ଷରୁ ଚାଲୁଥିବା ମୋ ଇ-ରାଇଡ୍‍ ସେବାକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି। ଅପରପକ୍ଷେ ମୋ ବସ୍‍ ସେବାକୁ ପୁନଃ ନିର୍ଘଣ୍ଟ କରାଯାଇଛି। କ୍ୟାପିଟାଲ୍‍ ରିଜନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏନେଇ ପୁନଃନିର୍ଦ୍ଧାରଣ ସମୟ ନିର୍ଘଣ୍ଟ ପ୍ରକାଶ କରାଯାଇଛି।


10. Purnachandra Sethi Join BJP: ମାର୍ଚ୍ଚ ୨୫ ତାରିଖ ସୋମବାର ଦଳ ଛାଡ଼ିଥିବା ପୂର୍ବତନ ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେପି ହାତ ଧରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପି ସଭାପତି ମନମୋହନ ସାମଲ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଗତ ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ଖଲ୍ଲିକୋଟ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ। ହେଲେ ତାଙ୍କୁ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇନଥିଲା ବିଜେଡ଼ି।