IRCTC: ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର। ଆଜି ସକାଳ ପରଠୁ ଆଇଆରସିଟିସି ଓ୍ବେବସାଇଟ୍ ଡାଇନ୍ ହୋଇଛି। ଫଳରେ ତତ୍-କାଳ ଟିକେଟ୍ କରିବା ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି।  ଆଇଆରସିଟିସି ଓ୍ବେବସାଇଟ୍ ଖୋଲିବା ପରେ ପେଜ୍-ରେ ଏକ ମେସେଜ୍ ଆସୁଛି ଯେ, (Sorry plese try again) କୌଣସି ପ୍ରକାର ବୈଷୟିକ ତ୍ରୃଟି ଯୋଗୁଁ ଏପରି ସମସ୍ୟା ହୋଇଥିବା ଦେଖିବାକୁ ମିଳିଛି। କିଛି କିଛି ଉପଭୋକ୍ତା ମଧ୍ୟ ଓ୍ବେବସାଇଟ୍-ଲଗଇନ୍ କରିବାରେ ସମସ୍ୟା ସମ୍ମୁଖିନ ହୋଇଥିବା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Gold Rate Today: ନୂଆସୁନା ଦର ଜାରି, ଜାଣନ୍ତୁ ଭରି ପିଛା କେତେ ବଢିଲା ରେଟ୍?


ALSO READ: Guru Ast 2025: ବର୍ଷ-୨୦୨୫ରେ ବୃହସ୍ପତି ହେବେ ଅସ୍ତ, ଟଙ୍କାରେ ଖେଳିବେ ଏହି ୫ ରାଶି!


ଯଦିଓ କିଛି ଓ୍ବବ୍-ସାଇଟ୍ ଲଗଇନ୍ ହେଉଛି। ସେଥିରେ ଏରର ଦେଖିବାକୁ ମିଳୁଛି। ଫଳରେ ଟ୍ରେନ୍-ଟିକେଟ୍ କରି ହେଉନି। ତେବେ, ଆଇଆରସିଟିସି ଓ୍ବେବସାଇଟ୍-ରେ (irctc website) କାହିଁକି ଏହି ସମସ୍ୟା ଦେଖାଦେଇଛି। ତାହାର ସ୍ପଷ୍ଟତା ଏଯାଏଁ ଜଣାପଡି ନାହିଁ। ଏ ସମ୍ପର୍କରେ ଭାରତୀୟ ରେଳବାଇ ପକ୍ଷରୁ କୌଣସି ଅଫିସିଆଲ୍ ବିବୃତ୍ତି (Indian Railway Catering and Tourism Corporation) ଜାରି କରାଯାଇ ନାହିଁ। ତେବେ, ସକାଳ ପ୍ରାୟ ୧୦ ଟା ୨୦ ପର ଠାରୁ ଓ୍ବେବସାଇଟ୍ -ରେ ସମସ୍ୟା  ଦେଖାଦେଇଥିଲା।