Padma Awards 2024 Ceremony: ରାଷ୍ଟ୍ରପତି ଭବନରେ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଦିନ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସମ୍ମାନିତ କରିଛନ୍ତି ।  କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓଡ଼ିଶାର ବିନୋଦ କୁମାର ପଶାୟତ ଏବଂ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ସମାଜସେବା ଲାଗି ବିନ୍ଦେଶ୍ଵର ପାଠକଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ , କଣ୍ଠଶିଳ୍ପୀ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।  


COMMERCIAL BREAK
SCROLL TO CONTINUE READING

ଏହା ସହ ସଦାନମ ପୁଥିୟାଭିତିଲ ବାଲକ୍ରିଷ୍ଣନ, ଖାଲିଲ ଅହମଦ, କାଲୁରାମ ବାମନିଆ, ନସୀମ ବାନୋ,  ପ୍ରଫେସର ଡକ୍ଟର ରେଜଓ୍ଵାନା ଚୌଧୁରୀ ବନ୍ୟା,  ଗୀତା ରାୟ ବର୍ମନ, ସର୍ବେଶ୍ଵର ବସୁମତରୀ, ଜାନକୀ ଲାଲ ଭଣ୍ଡ, ଦ୍ରୋଣ ଭୂୟାଁ, ଡକ୍ଟର ନାରାୟଣ ଚକ୍ରବର୍ତ୍ତୀ ଓ ତକଦିରା ବେଗମଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ମେଡିସନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମନୋହର କ୍ରିଷ୍ଣା ପଦ୍ମଶ୍ରୀ ଏବଂ ଟେନିସ୍ ଖେଳାଳି ରୋହନ ବୋପାନ୍ନାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ସେହିପରି, ସମାଜସେବା କ୍ଷେତ୍ରରେ ନିଜକୁ ଜଡି଼ତ ରଖିଥିବାରୁ ଡକ୍ଟର ସୀତାରାମ ଜିନ୍ଦଲଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି।


ସେହିପରି,  ଚିତ୍ତରଞ୍ଜନ ଦେବବର୍ମା, ଡକ୍ଟର ପ୍ରେମା ଧନରାଜ, ଡକ୍ଟର ସି ଆର ଚନ୍ଦ୍ରଶେଖର, ପ୍ରଫେସର ଡକ୍ଟର ରାମ ଚେତ ଚୌଧୁରୀ, ଆରଏନ ଜୋ ଡି’ କ୍ରୁଜ, ଗୁଲାମ ନବୀ ଦର,  ଡକ୍ଟର ମନୋହର କ୍ରିଷ୍ଣା ଡୋଲେ, ଡକ୍ଟର ଯଶୋବନ୍ତ ସିଂ କାଥୋଚ, ମହାବୀର ସିଂ ଗୁଡ୍ଡୁ, ଡକ୍ଟର ୟାଜିତ ଏମ. ଇଟାଲିଆ, ଡକ୍ଟର ଜାହିର ଇସାକ୍ କାଜି, ୟାନୁଙ୍ଗ ଜାମ ଲେଗୋ ଓ ଦଶରି କୋଣ୍ଡାପ୍ପାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ସୂଚନା ଯୋଗ୍ୟ ଚଳିତ ଥର ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର,  ୫ ଜଣଙ୍କୁ ପଦ୍ମ ବିଭୂଷଣ ଓ ୧୭ ଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ଅନ୍ୟପଟେ, କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓଡ଼ିଶାର ବିନୋଦ କୁମାର ପଶାୟତ ଏବଂ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଏ-ହି ପୁରସ୍କାର ବିତରଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ  ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।