Bahuda Yatra 2023: ଜଗନ୍ନାଥ ରଥ ଯାତ୍ରାରେ ୭ ମୃତ୍ୟୁ, ୧୮ ଆହତ; ଇଲେକ୍ଟ୍ରିକ୍ ତାରରେ ଲାଗି ହେଲା ଏହି ବଡ଼ ଦୁର୍ଘଟଣା
Accidents during Bahuda Yatra: ବାହୁଡ଼ା ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୮ ଜଣ ଆହତ ହୋଇଥିବାର ଖବର ମିଳିଛି।
Bahuda Yatra 2023 Tripura: ବାହୁ଼ଡ଼ ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୮ ଜଣ ଆହତ ହୋଇଛନ୍ତି। ଜୁନ ୨୮ ତାରିଖ ମଙ୍ଗଳବାର ତ୍ରିପୁରାର ଉନାକୋଟି ଜିଲ୍ଲାରେ ଆୟୋଜିତ ହୋଇଥିବା ବାହୁଡ଼ା ଯାତ୍ରା ସମୟରେ ଘଟିଯାଇଛି ଏଭଳି ଅଘଟଣ। ବହୁଡ଼ା ଯାତ୍ରା ଚାଲିଥିବା ବେଳେ ରଥ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂଶ୍ପର୍ଷରେ ଆସିଯାଇଥିଲା। ଏହି କାରଣରୁ ଦୁଇ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିବା ଅନ୍ୟ ୧୮ ଜଣ ଲୋକ ଜଳି ଯାଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି। ଯଦିଓ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନାହିଁ।
ବାହୁଡ଼ା ଯାତ୍ରା ସମୟରେ ଘଟିଥିଲା ଅଘଟଣ
ତ୍ରିପୁରା ପୋଲିସ (Tripura Police) ସୂତ୍ରରୁ ମିଳିଥିବା ଖବର ଅନୁସାରେ ଇସ୍କନ ମନ୍ଦିର (ISKCON Temple Tripura) ପକ୍ଷରୁ ରାଜ୍ୟର କୁମାରଘାଟ (Tripura Kumarghat Area) ଅଞ୍ଚଳରେ ବାହୁଡ଼ା ଯାତ୍ରା (Bahuda Yatra) ଆୟୋଜିତ ହୋଇଥିଲା। ଜୁନ ୨୮ ତାରିଖ ମଙ୍ଗଳବାର ବାହୁଡ଼ା ଯାତ୍ରା ଚାଲିଥିବା ବେଳେ, ଅପରାହ୍ନ ୪.୩୦ ସମୟରେ ଘଟିଯାଇଥିଲା ଅଘଟଣ। ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକ ରଥ ଟାଣିଥିଲେ (Chariot Pulling on Bahuda Yatra)। ହେଲେ ରଥ ଟଣା ହେବା ସମୟରେ, ରଥ ଉଚ୍ଚ କ୍ଷମତା ସମ୍ପନ୍ନ ୧୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଯେଉଁ କାରଣରୁ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୮ ଜଣ ଆହତ ହୋଇଛନ୍ତି। ଏନେଇ ଖବର ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରଥ କିପରି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ତାହାର କାରଣ ଜାଣିବାକୁ ଚେଷ୍ଟା କରୁଛି ପୋଲିସ।
ପୌରାଣିକ ମାନ୍ୟତା ଅନୁସାରେ ରଥ ଯାତ୍ରା ଅନୁଷ୍ଠିତ ହେବାର ସପ୍ତାହ ପରେ ଅନୁଷ୍ଠିତ ହୋଇଥାଏ ବାହୁଡ଼ା ଯାତ୍ରା। ଯେଉଁଥିରେ ମହାପ୍ରଭୁଙ୍କୁ ରଥରେ ବସାଇ ମନ୍ଦିର ଫେରାଇ ଅଣାଯାଇଥାଏ। ରଥରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ଭଗବାନ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ରଥରେ ବସି ଯାତ୍ରା କରନ୍ତି।
ରାଜ୍ୟରେ ଆୟୋଜିତ ହୋଇଥିବା ବାହୁଡ଼ା ଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମାଣିକ ଶାହ (Tripura CM Manik Saha) ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଅନେକ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ଏହା ସହିତ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଖବର ଶୁଣି ମୁଁ ଦୁଃଖିତ। ପୀଡିତଙ୍କ ପରିବାର ପ୍ରତି ମୋର ସମବେଦନା ଏବଂ ଆହତଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି। ଏହି କଷ୍ଟ ସମୟରେ ପୀଡିତଙ୍କ ସହ ତ୍ରିପୁରା ସରକାର (Govt of Tripura) ଛିଡା ହୋଇଛନ୍ତି।
ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ତ୍ରିପୁରା ଶକ୍ତି ମନ୍ତ୍ରୀ
ରାଜ୍ୟରେ ହୋଇଥିବା ଦୁର୍ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ତ୍ରିପୁରା ଶକ୍ତି ମନ୍ତ୍ରୀ ରତନ ଲାଲ ନାଥ (Tripura Energy Minister Ratan Lal Nath)। ଏନେଇ ମନ୍ତ୍ରୀ କହିଛନ୍ତି ଯେ ମୁଁ ସ୍ଥାନୀୟ ବିଧାୟକ ଭଗବାନ୍ ଦାସ ଏବଂ ତ୍ରିପୁରା ରାଜ୍ୟ ବିଦ୍ୟୁତ୍ ନିଗମ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛି। ଏହି ଘଟଣାର ତଦନ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଯଥା ଶୀଘ୍ର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।