Sambalpur News: ବୁର୍ଲା ଭିମସାରରୁ ପିଲା ଚୋରି ଘଟଣାର ସତ କାହାଣୀ, `ସମାଜର ଟାହି ଟାପରା ବନେଇଥିଲା ପିଲା ଚୋରଣୀ`
Sambalpur News: ସେ ତାର ପୁରାତନ ପ୍ରେମିକା ସହିତ ଘର ସଂସାର କରିବା ପାଇଁ ନିଷ୍ପତି ନେଲା ଓ ପରିବାର ସହମିତି ରେ ଅରୁଣ ପୁଣି ବିବାହ କଲା ତାର ପୁରୁଣା ପ୍ରେମିକା କୁ । କିଛି ବର୍ଷ ମଧ୍ୟ ରେ ମହିଳା ଜଣଙ୍କ ଗର୍ଭବତୀ ହେଉଥିବା ସତ୍ୱେ କୌଣସି କାରଣବଶତଃ ତାଙ୍କର ଗର୍ଭ ନଷ୍ଟ ହେଇ ଯାଉଥିଲା । ପିଲାପିଲି ନ ହେବାରୁ ପରିବାର ଲୋକ ତଥା ସାହି ପଡିଶା ଙ୍କର ଟାହି ଟାପରା ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଲା ।
Sambalpur News: ସମ୍ବଲପୁର (ଅଜୟ କୁମାର ନାଥ)-: ସମାଜ ତଥା ପରିବାର ର ଟାହି ଟାପରା ମହିଳା ଙ୍କୁ ବନେଇଲା ପିଲା ଚୋରଣୀ ବା ଅପରାଧୀ। ବାରମ୍ବାର ଘର ଓ ସାହି ପଡି଼ଶା ଲୋକଙ୍କ ଟାହି ଟାପରା କାରଣରୁ ମାନସିକ ନିର୍ଯାତନା ରେ ଥିଲେ ଶାସନ ତବଲା ଖୁଲିଆ ଅଂଚଳ ର ବୋଲି ପୋଲିସ ସୂଚନା ଦେଇଛି । ମହିଳା ଙ୍କ ର ପିଲାଟି ବେଳରୁ ପ୍ରେମ ତା ପରେ ଦୀର୍ଘ ବର୍ଷ ର ବିଚ୍ଛେଦ ଓ ପୁଣି ବିବାହ। ଏଭଳି ଏକ ସତ୍ୟ କାହାଣୀ ଯାହା କି ସମାଜ ରୁ ଟାହି ଟାପରା ପାଇଥିବା ମହିଳା ଶେଷରେ ପିଲା ଚୋରି କରିବାକୁ ବାଧ୍ୟ ହେଲେ। ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ବେଳେ ସଦର ଥାନା ମିର୍ଗା ମୁଣ୍ଡା ଅଞ୍ଚଳ ର ପ୍ରେମିକ ଅରୁଣ ଓରାମ ସହ ଖୁଲିଆ ଅଞ୍ଚଳ ର ପ୍ରେମିକାଙ୍କର ଏକା ସାଥିରେ ପାଠ ପଢ଼ୁଥିବା ସମୟରେ ସ୍କୁଲ ରୁ ପ୍ରେମ ହୋଇଥିଲା ।
ଅରୁଣ ଙ୍କ ମା ଙ୍କର ମୃତ୍ୟୁ ପରେ ଅରୁଣ କାର୍ଯ୍ୟ ସନ୍ଧାନ ରେ ମହାରାଷ୍ଟ୍ର ଚାଲି ଯାଇଥିଲା । ସେଠାରେ ଦୀର୍ଘ ବର୍ଷ ରହିବା ଭିତରେ ଅରୁଣ ସେଇଠାରେ ବିବାହ ମଧ୍ୟ କରିଥିବା ପୋଲିସ ସୂଚନା ଦେଇଛି । କିନ୍ତୁ କିଛି ବର୍ଷ ପରେ ଯେତେବେଳେ ଅରୁଣ ଗାଁ କୁ ଫେରିଲା ପୁଣି ତାର ପୁରୁଣା ପ୍ରେମ ଅଙ୍କୁରିତ ହେଲା । ସେ ତାର ପୁରାତନ ପ୍ରେମିକା ସହିତ ଘର ସଂସାର କରିବା ପାଇଁ ନିଷ୍ପତି ନେଲା ଓ ପରିବାର ସହମିତି ରେ ଅରୁଣ ପୁଣି ବିବାହ କଲା ତାର ପୁରୁଣା ପ୍ରେମିକା କୁ । କିଛି ବର୍ଷ ମଧ୍ୟ ରେ ମହିଳା ଜଣଙ୍କ ଗର୍ଭବତୀ ହେଉଥିବା ସତ୍ୱେ କୌଣସି କାରଣବଶତଃ ତାଙ୍କର ଗର୍ଭ ନଷ୍ଟ ହେଇ ଯାଉଥିଲା । ପିଲାପିଲି ନ ହେବାରୁ ପରିବାର ଲୋକ ତଥା ସାହି ପଡିଶା ଙ୍କର ଟାହି ଟାପରା ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଲା ।
ଶେଷରେ ସେ ବୁର୍ଲା ଭୀମସାର ହସ୍ପିଟାଲ ର ଆଶ୍ରୟ ନେଇଥିଲା । ସେଠାରେ ସେ ଗର୍ଭବତୀ ଥିବା ସୂଚନା ପରିବାର ରେ ଦେଇ ଭୀମସାର ବୁର୍ଲାକୁ ଆସିଥିଲା । ସେଠାରେ ସେ ଛତିଶଗଡ ରୁ ଆସିଥିବା ମୋହନ ଦାଶ ଓ ସୀତା ଦାଶ ଙ୍କ ସହ ଘନିଷ୍ଠତା ବୃଦ୍ଧି କରିଥିଲା । କାରଣ ଦୁଇ ଦିନ ପୂର୍ବରୁ ସୀତା ଦେବି ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ସେଥିପାଇଁ ଏଭଳି ଘନିଷ୍ଠତା ତାଙ୍କ ସହ ଜମାଇଥିଲା ଯେ ସେମାନେ ତାକୁ ତାଙ୍କର ନବଜାତକ ଶିଶୁ କୁ ମଧ୍ୟ ଏକାକୀ ଖେଳାଇବା ପାଇଁ ଛାଡି ଦେଉଥିଲେ । ଏମିତି ହୋଇଥିଲା ଯେମିତିକି ଟୀକା କରଣ ପାଇଁ ମଧ୍ୟ ସେ ମହିଳା ନମ୍ବର କରୁଥିଲେ ଓ ନବଜାତକ କୁ ନେଇ ସମସ୍ତ କାର୍ଯ୍ୟ କରୁଥିଲେ ।
ସେହି ବିଶ୍ୱାସ ଆଧାରରେ ସେ ପିଲା ଜନ୍ମ ହେବାର ଦୁଇ ଦିନ ପରେ ନିଜ ସ୍ୱାମୀ ଙ୍କୁ ଖବର ଦେଇଥିଲା ଯେ ସେ ଗୋଟିଏ ଶିଶୁପୁତ୍ର ଜନ୍ମ କରିଛି । ତାକୁ ଆସି ବୁର୍ଲା ହସ୍ପିଟାଲ ରୁ ନେବା ପାଇଁ ସେ ତା ସ୍ୱାମୀ ଙ୍କୁ କହିଥିଲା । ତା ପରେ ତା ସ୍ୱାମୀ ସହ ସେ ପିଲାଟିକୁ ନେଇ ନିଜ ଗାଁ କୁ ଚାଲିଯାଇଥିଲା । ସେଠାରେ ସେ ନିଜ ପିଲା ଜନ୍ମ କରିଥିବା କଥା ପ୍ରଘଟ ହୋଇଥିଲା। କିନ୍ତୁ ନିଜର କ୍ଷୀର ହେଉ ନ ଥିବା କାରଣରୁ ଗରମ ପାଣି ସହ ଅମୁଲ କ୍ଷୀର ଗୋଳି ଶିଶୁ କୁ ଖାଇବାକୁ ଦେଉଥିଲା । ଏ ସବୁ ବିଷୟରେ ପୋଲିସ ତଦନ୍ତ କରିବା ସହ ସିସିଟିଭି ଫୁଟେଜ କିଛି କର୍ମଚାରୀ ଙ୍କର ସୂଚନା ଓ ବସ ରେ ଯାଇଥିବା ଆଧାର ରେ କଣ୍ଡକ୍ଟର ଓ ପାସେଞ୍ଜର ଙ୍କର କଥା କୁ ଆଧାର କରି ପୋଲିସ ତଦନ୍ତ ଆଗେଇ ଥିବା ପୋଲିସ ସୂଚନା ଦେଇଛି । ତା ସହ ଗଣମାଧ୍ୟମରୁ ମଧ୍ୟ କିଛି ସୂଚନା ଓ ପୋଲିସ IG ଏବଂ ଏସ ପି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପିଲା ଚୋରି କେଶ ଟି ତୁରନ୍ତ ସମାଧାନ ହୋଇଥିବା ସୂଚନା ଦେଇଥିଲେ ଅତିରିକ୍ତ ଏସ ପି ହରେଶ ଚନ୍ଦ୍ର ପାଣ୍ଡେ।
Also Read: December Financial Horoscope: ଡିସେମ୍ବରରେ ୪ଟି ଗ୍ରହର ପରିକ୍ରମଣ, ଆର୍ଥିକ ଦୃଷ୍ଟିରୁ ଏହିସବୁ ରାଶି ହେବେ ଧନବାନ