Masquerade Night Club Istanbul Turkey: ଅଗ୍ନିକାଣ୍ଡରେ ଛାରଖାର ହୋଇ ତୁର୍କୀର ବୃହତ୍ତମ ସହର ଇସ୍ତାନବୁଲ। ଏହି ସହରରେ ଅବସ୍ଥିତ ଏକ ନାଇଟ୍ କ୍ଲବ ଠାରେ ହୋଇଥିବା ଅଗ୍ନିକାଣ୍ଡରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବାର କୁହାଯାଉଛି।ନାଇଟ୍ କ୍ଲବ ଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଥିବା ଅଧିକାରୀ ୫ ଜଣଙ୍କୁ ଅଟକ ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଗ୍ନିକାଣ୍ଡରେ ଚାଲିଗଲା ୨୯ ଜୀବନ 
ଏହି ମାମଲା ସହ ଜଡ଼ିତ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ନାଇଟ୍ କ୍ଲବ ଠାରେ ନବୀକରଣ କାର୍ଯ୍ୟ ଚାଲୁଥିଲା। ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ହେବାରୁ ଅତି କମରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ନାଇଟ କ୍ଲବ ମ୍ୟାନେଜର ସମେତ ଅନେକ ଲୋକଙ୍କୁ ଜେରା ପାଇଁ ଅଟକ ରଖାଯାଇଥିଲା।


୧୬ ମହଲା କୋଠାର ତଳ ମହଲାରେ ରହିଥିଲା ନାଇଟ୍ କ୍ଲବ୍ 
ଇସ୍ତାନବୁଲ ଗଭର୍ଣ୍ଣର କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଆହତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନବୀକରଣ ପାଇଁ ମାସ୍କେରେଡ୍ ନାଇଟ୍ କ୍ଲବ୍ ବନ୍ଦ କରାଯାଇଥିଲା। ଅଗ୍ନିକାଣ୍ଡ ହେବାର କିଛି ସମୟ ପରେ ରିଲିଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏନେଇ କୁହାଯାଉଛି ଯେ ନାଇଟ୍ କ୍ଲବ୍ ୧୬ ମହଲା କୋଠାର ତଳ ମହଲାରେ ରହିଥିଲା। 


ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜାରି ରହିଛି ତଦନ୍ତ 
ଘଟଣାସ୍ଥଳରେ ପହଞ୍ଚି ଇସ୍ତାନବୁଲ ଗଭର୍ଣ୍ଣର ଦାବୁତ ଗୁଲ ଗଣମାଧ୍ୟମକୁ କହିଛନ୍ତି ଯେ ଅଗ୍ନିକାଣ୍ଡ ପଛରେ ରହିଥିବା କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ମରାମତି କାର୍ଯ୍ୟରେ ସମ୍ପୃକ୍ତ ରହିଥିବା ଜଣାପଡିଛି। ଆଇନ ମନ୍ତ୍ରୀ ୟିଲମାଜ ଟୁନକ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟଣା ପଛରେ ରହିଥିବା କାରଣ ସମ୍ପର୍କରେ ଜାଣିବା ଅଧିକାରୀ ୫ ଜଣଙ୍କୁ ଅଟକ ରଖିଛନ୍ତି। ଯେଉଁଥିରେ କ୍ଲବ ମ୍ୟାନେଜର ଏବଂ ନବୀକରଣ ଦାୟିତ୍ୱରେ ଥିବା ବ୍ୟକ୍ତି ଅନ୍ତର୍ଭୂକ୍ତ ଅଛନ୍ତି।


ଘଟଣାସ୍ଥଳକୁ ପଠାଯାଇଛି ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଦଳ 
ମେୟର ଏକ୍ରେମ ଇମାମୋଗ୍ଲୁ କହିଛନ୍ତି ଯେ ସେହି ୧୬ ମହଲା କୋଠାର ନିରାପତ୍ତା ଆକଳନ କରିବା ପାଇଁ କର୍ତ୍ତୃପକ୍ଷ ଏହାକୁ ସମ୍ପୂର୍ଣ୍ଣ ଯାଞ୍ଚ କରୁଛନ୍ତି। ମେୟର ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାସ୍ଥଳକୁ ଅନେକ ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଦଳକୁ ପଠାଯାଇଛି।