Giant Lizard Eat Turtle: ବନ୍ୟ ଜନ୍ତୁଙ୍କ ସହ ଜଡିତ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ  ଭାଇରାଲ ହେଉଛି। ଆପଣ ନିଶ୍ଚୟ ସେପରି ଅନେକ ଭିଡ଼ିଓ ଟିଭି କିମ୍ବା ଇଣ୍ଟରନେଟ ମାଧ୍ୟମରେ ଦେଖିଥିବେ। ହେଲେ ବେଳେବେଳେ ଏପରି କିଛି ଭିଡିଓ ଭାଇରାଲ୍ ହୋଇଥାଏ ଯାହାକୁ ଲୋକେ ଖୁବ ଭାଇରାଲ କରିଥାନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବିଶାଳକାୟ ସରୀସୃପ କୋମୋଡୋ ଡ୍ରାଗନ୍ ​​କଇଁଛ ଖାଇଯାଉଛି। କଇଁଛ ଖାଇବା ପରେ ଏହି ସରୀସୃପ ନିଜ ମୁଣ୍ଡରେ କଇଁଛ ଖୋଳପା  ପିନ୍ଧି ସମୁଦ୍ର କୂଳରେ ବୁଲୁଥିବାର ନଜର ଆସୁଛି। ଯଦିଓ ଏହି ଭିଡିଓ ପୁରୁଣା ହେଲେ ପୁଣି ଥରେ ଆଉ ଥରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ଭାଇରାଲ ଭିଡ଼ିଓ ଗତ ୨୦୧୯ ବର୍ଷର ବୋଲି ଜଣାପଡ଼ିଛି। ଟ୍ୱିଟର ଯୋଗେ ସେୟାର ହୋଇଥିବା ଏହି ଭିଡିଓ ୧୯ ସେକେଣ୍ଡ ଅବଧି ବିଶିଷ୍ଟ। ଏଥିରେ ଆପଣ ଦେଖିବେ ଯେ ସମୁଦ୍ର କୂଳରେ ଏକ କୋମୋଡୋ ଡ୍ରାଗନ୍ ଆସୁଛି।  ଡ୍ରାଗନ ଚେହେରା କଇଁଛ ଖୋଳପା (Tortoiseshell) ମଧ୍ୟରେ ଆଚ୍ଛାଦିତ ହୋଇଯାଇଛି। ଯେତେବେଳେ ଧୀରେ ଧୀରେ ଡ୍ରାଗନ ବେଳାଭୂମିକୁ (Sea Beach) ଆସୁଛି ସେତେବେଳେ ମୁଣ୍ଡ ହଲାଇ ସେହି ଖୋଳପାକୁ ମୁଣ୍ଡରୁ ବାହାର କରିଦେଉଛି ଡ୍ରାଗନ। ଯେତେବେଳେ ଲୋକେ ଏହାରର ପ୍ରକୃତ ରୂପ ଦେଖିଲେ ସେତେବେଳେ ଭୟଭୀତ ହୋଇ ଉଠିଥିଲେ। ଲୋକେ ଏହା ପୂର୍ବରୁ ଡ୍ରାଗନ କ୍ୱଚିତ୍ କଇଁଛ ଖାଉଥିବାର ଦେଖିଥିବେ। ହେଲେ ବର୍ତ୍ତମାନ ଏହି ଭିଡିଓକୁ ୩ ଲକ୍ଷ ଥରରୁ ଅଧିକ ଥର ଦେଖାଯାଇ ସାରିଛି।



Also Read: ମଧ୍ୟ ଭାରତରୁ ମିଳିଲା ସ୍ୱତନ୍ତ୍ର ଡାଇନେସୋର ଅଣ୍ଡା; ଚକିତ ହୋଇଗଲେ ବୈଜ୍ଞାନିକ


କୋମୋଡୋ ଡ୍ରାଗନ ସହ ଜଡ଼ିତ ଏକ ସମାନ ଭିଡିଓ କିଛି ସମୟ ପୂର୍ବରୁ ଭାଇରାଲ ହୋଇଥିଲା। ଯେଉଁଥିରେ ଡ୍ରାଗନ ହରିଣ ଖାଉଥିବାର ଦେଖିବାକୁ ମିଳିଥିଲା। ସେହି ଭିଡିଓରେ ଏହି ବିଶାଳକାୟ ସରୀସୃପ ମୃତ ହରିଣକୁ ଭୂମିରେ ଉଠାଇ ତିନୋଟି ଥରରେ କାଇ ଦେଇଥିଲା। ଏହି ଭିଡିଓ ୟୁଟ୍ୟୁବ ରୁ ଆରମ୍ଭ  ସୋସିଆଲ ମିଡିଆ ର ଅନ୍ୟ ପ୍ଲାଟଫର୍ମ ରେ ବହୁତ ଭାଇରାଲ ହୋଇଥିଲା। 


ଯଦି ଏହି ସରୀସୃପ (Reptile) କଥା କୁହାଯାଏ ତାହେଲେ କମୋଡୋ ଡ୍ରାଗନ୍ (Komodo Dragon) କମୋଡୋ ମନିଟର ସରୀସୃପ (Komodo Monitor Reptile) ମଧ୍ୟ କୁହାଯାଏ। ଏହି ବିଶାଳକାୟ ସରୀପୃପ (Giant Reptile) ଇଣ୍ଡୋନେସିଆସ୍ଥିତ (Indonesia) କୋମୋଡୋ (Komodo), ରିଙ୍କା (Rinca), ଫ୍ଲୋରେସ୍ (Flores), ଗିଲି ମୋଟାଙ୍ଗ (Gili Motang) ଏବଂ ଗିଲି ଦାସମି (Gili Dasami) ଦ୍ୱୀପପୁଞ୍ଜରେ (Indonesian Island) ଦେଖିବାକୁ ମିଳେ। ସେମାନଙ୍କର ଆକାର ବଡ଼। ଆକାରର ଝିଟିପିଟି ପ୍ରଜାତିରେ ସେମାନେ ହେଉଛନ୍ତି ବୃହତ୍ତମ (Giant Lizard)। ସେମାନଙ୍କର ଲମ୍ବ ୩.୫ ମିଟର ପର୍ଯ୍ୟନ୍ତ ହୋଇଥାଏ। ସେମାନଙ୍କର ଓଜନ ପ୍ରାୟ ୧୩୬ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏହି ସରୀସୃପ ହରିଣ, ଘୁଷୁରୀ, ଛୋଟ ଡ୍ରାଗନ୍ ଏବଂ ଏପରିକି ପାଣି ମଇଁଷି ଉପରେ ଶିକାର କରିପାରେ।