Odisha News: ୪ ଘଣ୍ଟାରେ ଦୁଇ ଜଣଙ୍କୁ ହତ୍ୟା ! ଅଭିଯୁକ୍ତର ଟେର ପାଉନି ପୋଲିସ
Odisha News: ଅସୁରକ୍ଷିତ ରାଜଧାନୀ (bhubaneswar)!ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି କ୍ରିମିନାଲ। ଦିନ ଦ୍ବିପହରେ ଭିଆଉଛନ୍ତି ହତ୍ୟାକାଣ୍ତ ,ଆଇନକୁ ଦେଖାଉଛନ୍ତି ନାଲିଆଖି ! ୪ ଘଣ୍ଟା ବ୍ୟବଧାନରେ ଗୋଟିଏ ଥାନା ଅଧୀନ ଅଞ୍ଚଳରୁ ଦୁଇ ଦୁଇଟି (Two dead bodies recovered) ସନ୍ଦେହଜନକ ମୃତଦେହ ଜବତ ହେବା ଖାରବେଳନଗର ପୋଲିସ୍ର ଚିନ୍ତା ବଢ଼ାଇ ଦେଇଛି (Two dead bodies recovered in bhubaneswar)।
Odisha News: ଅସୁରକ୍ଷିତ ରାଜଧାନୀ (bhubaneswar)!ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି କ୍ରିମିନାଲ। ଦିନ ଦ୍ବିପହରେ ଭିଆଉଛନ୍ତି ହତ୍ୟାକାଣ୍ତ ,ଆଇନକୁ ଦେଖାଉଛନ୍ତି ନାଲିଆଖି ! ୪ ଘଣ୍ଟା ବ୍ୟବଧାନରେ ଗୋଟିଏ ଥାନା ଅଧୀନ ଅଞ୍ଚଳରୁ ଦୁଇ ଦୁଇଟି (Two dead bodies recovered) ସନ୍ଦେହଜନକ ମୃତଦେହ ଜବତ ହେବା ଖାରବେଳନଗର ପୋଲିସ୍ର ଚିନ୍ତା ବଢ଼ାଇ ଦେଇଛି (Two dead bodies recovered in bhubaneswar)। ଗୋଟିଏ ମୃତଦେହ ଥାନାଠାରୁ ମାତ୍ର ୫୦ ମିଟର ଦୂର ରାସ୍ତା ମଝିରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟି ୩୦୦ ମିଟର ଦୂର ୟୁନିଟ୍-୩ସ୍ଥିତ ଠାକରବାପା ଛାତ୍ରାବାସରୁ ଉଦ୍ଧାର କରାଯାଇଛି। ପୋଲିସ୍ ଦୁଇଟି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି। ଏବଂ ତନାଘନା ଆରମ୍ଭ କରିଛି।
ମୃତଦେହ ଜବତ ହୋଇଥିବା ପାରିପାଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ତ ବୋଲି ସନ୍ଦେହ କରାଯାଉଛି । ଏହି ଦୁଇଟି ଯାକ ଅସ୍ବାଭାବିକ ମୃତ୍ୟୁ, ଆତ୍ମହତ୍ୟା ନା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାହା ପୋଲିସ୍କୁ ଚିନ୍ତାରେ ପକାଇ ଦେଇଛି। ପ୍ରାଥମିକ ତଦନ୍ତରୁ ବର୍ତ୍ତମାନ ସୁଦ୍ଧା ଯେତିକି ତଥ୍ୟ ମିଳିଛି ତାହା ପୋଲିସ୍କୁ ଏମିତି ଦ୍ବନ୍ଦ୍ବରେ ପକାଇଛି। ପୋଲିସ୍ ଜାଣିବାକୁ ପାଇଛି ଯେ ମୃତକ ଦ୍ବୟ ଭୁବନେଶ୍ବରର ବାସିନ୍ଦା ନୁହଁନ୍ତି। ଜଣେ କର୍ମସଂସ୍ଥାନ ଆଶାରେ ସପ୍ତାହେ ତଳେ ଭୁବନେଶ୍ବର ଆସିଥିବା ବେଳେ ଅନ୍ୟଜଣକ ୩ ଦିନ ତଳୁ ରାୟଗଡ଼ାରେ ନିଖୋଜ ହୋଇଯାଇଥିଲେ। ମୃତକଦ୍ବୟ ହେଲେ,ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଅଶୋକ କୁମାର ଦାସ(୨୬) ଓ ଝାଡ଼ଖଣ୍ଡ ଲୋହାରଦାଗା ଅଞ୍ଚଳର ମନୋଜ ଯାଦବ(୩୦)।
Also Read : Odisha News: ବିଶ୍ୱାସଘାତକ ସ୍ୱାମୀର ଏସିଡ଼ ମାଡ଼ରେ ଜଳିଗଲେ ବନିତା
Also Read : Shocking News: ଝିଅକୁ ବର୍ଷ ତମାମ ଦୁଷ୍କର୍ମ କରୁଥିଲା ବାପା, ମାଆ ଦେଉଥିଲା ସାଥ୍
ଶନିବାର ରାତି ପ୍ରାୟ ୨ଟାରେ ପୋଲିସ୍ ଠାକରବାପା ଛାତ୍ରାବାସରୁ ଅଶୋକଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଶୋକ ସପ୍ତାହେ ତଳେ ରାଜଧାନୀକୁ ଆସି ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଛାତ୍ରାବାସ ଦାୟିତ୍ବରେ ଥିବା ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ସେଠାରେ ତିନି ମହଲା ଉପରେ ଏକ ରୁମ୍ ଦେଇଥିଲେ। କିନ୍ତୁ ତିନି ଦିନ ହେବ ତାଙ୍କୁ କେହି ହଷ୍ଟେଲ୍ ବାହାରେ ଦେଖି ନଥିଲେ। ଶନିବାର ରାତି ପାଖାପାଖି ୧ଟାରେ ରୁମ୍ରୁ କିଛି ତରଳ ପଦାର୍ଥ ବାହାରକୁ ବୋହି ଆସିଥିଲା। ଗନ୍ଧରେ ନାକ ଫାଟି ପଡ଼ିଥିଲା। କବାଟ ଭାଙ୍ଗି ଦେଖିବା ବେଳକୁ ଅଶୋକଙ୍କ ଶବ ଫ୍ୟାନ୍ରେ ଝୁଲିଥିଲା। ଖାରବେଳନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରକୁ ସିଲ୍ କରିଥିଲା। ରବିବାର ଦିନ ୧୦ଟା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗ ଉପରେ ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତିନି ଦିନ ତଳୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସହକାରୀ ଅଧୀକ୍ଷକ ଲକ୍ଷ୍ମୀନାରାୟଣ ପାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସେହିପରି ମନୋଜ ଆନ୍ଧ୍ରପଦେଶରେ ରାଜମିସ୍ତ୍ରି ଭାବେ କାମ କରୁଥିଲେ। ଗତ ୨୩ ତାରିଖରେ ମନୋଜ ତାଙ୍କ ଭାଇ ଏବଂ ଜଣେ ସମ୍ପର୍କୀୟ ମିଶି ଟ୍ରେନ୍ରେ ଝାଡ଼ଖଣ୍ଡ ଫେରୁଥିଲେ। ହେଲେ ରାତିରେ ମନୋଜ ରାୟଗଡ଼ା ଷ୍ଟେସନ୍ରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ। ସେ ଟ୍ରେନ୍ରେ ନଥିବା ଦେଖି ତାଙ୍କ ଭାଇ ଓ ସମ୍ପର୍କୀୟ ତାଙ୍କୁ ଫୋନ୍ରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ମୋବାଇଲ୍ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା। ୨୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ସେ ଶେଷଥର ପାଇଁ ପତ୍ନୀଙ୍କ ସହ କଥା ହୋଇଥିଲେ। ଏହାର ପରଦିନ ଅର୍ଥାତ୍ ୨୬ତାରିଖ ସକାଳୁ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀୟା ଟକିଜ୍ ଛକ ଡିଭାଇଡର୍ କଡ଼ରେ ପଡ଼ି ରହିଥିଲେ। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହୁଥିବା ବେଳେ ହାତ, ଗୋଡ଼ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ତାଙ୍କ ପାଖରେ ଏକ ବ୍ୟାଗ୍ ମଧ୍ୟ ପଡ଼ିଥିଲା। ପୋଲିସ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲା।
ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ତାଙ୍କ ନିକଟରୁ ରାୟଗଡ଼ାରୁ ଆସିଥିବା ଏକ ଟ୍ରେନ୍ ଟିକେଟ୍ ଓ ପରିଚୟପତ୍ର ପାଇବା ପରେ ପରିବାରଲୋକଙ୍କ ସହ ଯୋଗାଯୋଗ କରିଥିଲା। ପ୍ରଶ୍ନ ଉଠୁଛି, ସେ ରାୟଗଡ଼ାରେ କେମିତି ନିଖୋଜ ହେଲେ? କାହିଁକି ଭୁବନେଶ୍ବର ଆସିଲେ? ତାଙ୍କ ସହ ଏମିତି କ’ଣ ଘଟିଲା ଯେ କାହା ସହ ଯୋଗାଯୋଗ କରିନଥିଲେ ଏବଂ ତାଙ୍କ ମୁଣ୍ଡ ଫାଟିବା ଓ ଶରୀରରେ କ୍ଷତ ଚିହ୍ନ କିପରି ହେଲା ଆଦି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ। ପରିବାରଲୋକ ଥାନାରେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ପଚରା ଉଚରା କରିଛି। ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ବିଭିନ୍ନ ଦିଗ ଉପରେ ଯାଞ୍ଚ କରିବା ସହ ଆଖପାଖ ସିସିଟିଭି ଯାଞ୍ଚ କରୁଛି। ତେବେ, ଉଭୟଙ୍କ ମୃତ୍ୟର ପ୍ରକୃତ କାରଣ ପୋଲିସ ଏପର୍ଯ୍ୟନ୍ତ ଖୋଜି ପାଇନି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।