Balasore Acid Attack: ବିଶ୍ୱାସଘାତକ ସ୍ୱାମୀର ଏସିଡ଼ ମାଡ଼ରେ ଜଳିଗଲେ ବନିତା
Advertisement
Article Detail0/zeeodisha/odisha1588434

Balasore Acid Attack: ବିଶ୍ୱାସଘାତକ ସ୍ୱାମୀର ଏସିଡ଼ ମାଡ଼ରେ ଜଳିଗଲେ ବନିତା

Acid Attack Victim Dies: ସ୍ବାମୀ ନା ପିଶାଚ , ଅଗ୍ନିକୁ ସାଖି ରକ୍ଷୀ ରଖି ହାତ ଧରିଥିଲା। ଆଉ ସେହି ହାତରେ ସାତ ଜନ୍ମର ସାଥୀକୁ ମାରିଦେଲା। ଆଖି ବୁଜିଲେ ଏସିଡ ମାଡର ଶିକାର ହୋଇ ଚିକିତ୍ସାଧୀନ ଥିବା ବାଲେଶ୍ୱରର ବନିତା ରଣା(balasore acid victim dies) । ଗତକାଲି ସଂଧ୍ୟାରେ ( ରବିବାର) ସଂଧ୍ୟାରେ କଟକ ବଡ ମେଡିକାଲେ (scb hospital cuttack)ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Acid Attack Victim Dies: ସ୍ବାମୀ ନା ପିଶାଚ , ଅଗ୍ନିକୁ ସାଖି ରକ୍ଷୀ ରଖି ହାତ ଧରିଥିଲା। ଆଉ ସେହି ହାତରେ ସାତ ଜନ୍ମର ସାଥୀକୁ ମାରିଦେଲା। ଆଖି ବୁଜିଲେ ଏସିଡ ମାଡର ଶିକାର ହୋଇ ଚିକିତ୍ସାଧୀନ ଥିବା ବାଲେଶ୍ୱରର ବନିତା ରଣା(balasore acid victim dies) । ଗତକାଲି ସଂଧ୍ୟାରେ ( ରବିବାର) ସଂଧ୍ୟାରେ କଟକ ବଡ ମେଡିକାଲେ (scb hospital cuttack)ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।  ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ବାମୀ ଫେରାର ରହିଛି । ଚଳିତ ମାସ ୨୦ ତାରିଖରେ ସହଦେବଖୁଣ୍ଟା ଥାନା ଅଧୀନ ଭୀମପୁରା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା (acid attack victim) । ସ୍ବାମୀ ନିଜ ସ୍ତ୍ରୀ ଉପରକୁ ଏସିଡ ଆକ୍ରମଣ କରିଥିଲା। 

ସୂଚନା ଅନୁସାରେ, କାର୍ତିକ ସିଂଙ୍କ ସାନଝିଅ ୨୦ ବର୍ଷୀୟା ବନିତା ଦେଢ଼ମାସ ପୂର୍ବରୁ ନୀଳଗିରି ଥାନା ନୟାପାଟଣା ଗାଁର ଚନ୍ଦନ କୁମାର ରଣାଙ୍କୁ (accused husband chandan rana)ପ୍ରେମ ବିବାହ କରିଥିଲେ । ସେ ଗାଁ ଗାଁ ବୁଲି ସୁନାଗହଣା ବେପାର କରୁଥିବା ଜଣେ ବେପାରୀ । ତେବେ ବନିତା  କିନ୍ତୁ ଜାଣି ନଥିଲେ ଚନ୍ଦନ ପୂର୍ବରୁ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଯାହା ତାଙ୍କୁ ଲୁଚାଇଥିଲେ । ଏହା ଜାଣିବା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହାପରେ ଅସନ୍ତୋଷ ପ୍ରକାଶ କରି ବନିତା ଚନ୍ଦନଙ୍କ ପାଖରୁ ପଳାଇଯାଇ ବାଲେଶ୍ୱର ଭୀମପୁରାରେ ରହୁଥିବା ନିଜ ବଡ଼ଭଉଣୀ ବର୍ଷାଙ୍କ ଘରେ ରହୁଥିଲେ । ଏହାପରେ ଚନ୍ଦନ ୨୦ ତାରିଖ ଦିନ ଭୀମପୁରା ଗାଁକୁ ବର୍ଷାଙ୍କ ଘରକୁ ଆସିଥିଲେ ।

Also Read : Shocking News: ଝିଅକୁ ବର୍ଷ ତମାମ ଦୁଷ୍କର୍ମ କରୁଥିଲା ବାପା, ମାଆ ଦେଉଥିଲା ସାଥ୍

Also Read : Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ

ଆଉ ବନିତାକୁ ସାଙ୍ଗରେ ନେବାକୁ ଜିଦ ଧରିଥିଲେ । ଉଭୟଙ୍କ ମଧ୍ୟରେ ଏ ନେଇ କଳିଝଗଡ଼ା ଲାଗିବା ପରେ ଚନ୍ଦନ ସାଙ୍ଗରେ ଆଣିଥିବା ଏକ ଏସିଡ ବୋତଲ ତାଙ୍କ ଉପରେ ଫିଙ୍ଗିଥିଲେ । ବନିତା ଯନ୍ତ୍ରଣାରେ ଚିତ୍କାର କରିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ବଡ଼ଭଉଣୀ ବର୍ଷା । ହେଲେ ସେ ବି ଏସିଡ ମାଡରୁ ବର୍ତ୍ତି ପାରିନଥିଲେ । ଏପରିକି ତାଙ୍କ ୨ ଛୋଟ ପୁଅ ଓ ଝିଅ ଏସିଡ୍ ମାଡ଼ର ଶିକାର ହୋଇଥିଲେ । ସମସ୍ତଙ୍କ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ବନିତା ଗୁରୁତର ଥିବାରୁ କଟକ ଏସସିବିକୁ (scb hospital)ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ରହିବାର ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ବନିତାଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେପଟେ, ଅଭିଯୁକ୍ତ ସ୍ବାମୀ ପୋଲିସ ଆଖିରୁ(chandan rana) ଧୂଳି ଦେଇ ଫେରାର ରହିଛି।  ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।