Modi Govt Decision Today: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୮ ଦିନିଆ ମଜୁରୀ ସହିତ ଉତ୍ପାଦକତା ଲିଙ୍କଡ ବୋନସ (PLB) କୁ ଅନୁମୋଦନ କରିଛି। ଯାହା ଆରପିଏଫ୍/ ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଇ ଟ୍ରାକ ରକ୍ଷକ, ଲୋକୋ ପାଇଲଟ, ଟ୍ରେନ ପରିଚାଳକ (ଗାର୍ଡ), ଷ୍ଟେସନ୍ ମାଷ୍ଟର୍ସ, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ 'ସି' କର୍ମଚାରୀ ନେଇ ଅନ୍ତର୍ଭୂକ୍ତ ରହିଛି।


COMMERCIAL BREAK
SCROLL TO CONTINUE READING

ରେଳ କର୍ମଚାରୀଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୧୯୬୮.୮୭ କୋଟି ଟଙ୍କାର ପିଏଲବି ପ୍ରଦାନକୁ ଅନୁମୋଦନ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ରହିଥିଲା। ରେଳବାଇ ୧୫୦୯ ମିଲିୟନ୍ ଟନ୍ ରେକର୍ଡ କାର୍ଗୋ ଲୋଡ୍ କରି ପ୍ରାୟ ୬.୫ ବିଲିୟନ ଯାତ୍ରୀ ପରିବହନ କରିଥିଲା।


ଏହି ରେକର୍ଡ ପ୍ରଦର୍ଶନରେ ଅନେକ କାରଣ ସହାୟକ ହୋଇଥିଲା। ରେଳବାଇରେ ସରକାରଙ୍କ ଦ୍ୱାରା ରେକର୍ଡ କେପେକ୍ସ ଇନଫ୍ୟୁଜନ୍, କାର୍ଯ୍ୟରେ ଦକ୍ଷତା ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଇତ୍ୟାଦି ଭିତ୍ତିଭୂମିରେ ଉନ୍ନତି ଅନ୍ତର୍ଭୂକ୍ତ।
ପିଏଲବି ଦେୟ ରେଳ କର୍ମଚାରୀଙ୍କୁ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିବ।