Union Minister Amit Shah Odisha Visit: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଏବେ ସ୍ଥଳ ଭାଗ ଆଡକୁ ଅଗ୍ରସର ହେଉଛି। ଜୁନ ୧୪ ତାରିଖ ବୁଧବାର ବାତ୍ୟା "ବିପର୍ଯ୍ୟୟ" ଗୁଜୁରାଟ ଠାରେ ସ୍ଥଳ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଚେତାବନୀ ପରେ ଏବେ ଗୁଜୁରାଟ ସରକାର ରାଜ୍ୟରେ ସାମ୍ଭାବ୍ୟ ବାତ୍ୟର ମୁକାବିଲା କରିବା ପ୍ରସ୍ତୁତି ଜାରି ରଖିଛନ୍ତି। 


COMMERCIAL BREAK
SCROLL TO CONTINUE READING

ହେଲେ ଏବେ ବାତ୍ୟା "ବିପର୍ଯ୍ୟୟ" (Cyclone Biparjoy Update) ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଏହି ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ (Union Home Minister Amit Shah) ଓଡିଶା ଗସ୍ତକୁ (Union Minister Amit Shah Odisha Visit) ସ୍ଥଗିତ ରଖାଯାଇଛି। ବୁଧବାର ଓଡିଶା ବିଜେପି ସାଧାରଣ ସମ୍ପାଦକ (Odisha BJP General Secretary) ପୃଥିରାଜ ହରିଚନ୍ଦନ (Prithviraj Harichandan) ଏ ସମ୍ପର୍କରେ ଜଣାଇଛନ୍ତି। ଜୁନ ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଢେଙ୍କାନାଳ (Dhenkanal) ଗସ୍ତରେ ଆସି ଦଳର "ଜନ ସମ୍ପର୍କ ଅଭିଯାନ୍" (BJP Jansampark Abhiyan Campaign) କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା।


ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପୃଥିରାଜ ହରିଚନ୍ଦନ କହିଛନ୍ତି ଯେ, ଗୁଜୁରାଟ ସରକାର "ବିପର୍ଯ୍ୟୟ" ବାତ୍ୟାର (Gujarat Govt Action Plan for Cyclone Biporjoy) ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ଯାହାକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତକୁ ସ୍ଥଗିତ (Union Minister Amit Shah Odisha Visit Postponed) ରଖାଯାଇଛି। ଖୁବଶୀଘ୍ର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ତାଙ୍କ ଗୃହ ରାଜ୍ୟ ଗସ୍ତ କରିବେ। ହେଲେ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP National President JP Nadda) ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜୁନ୍ ୨୨ ତାରିଖରେ ଓଡ଼ିଶା ଗସ୍ତ କରିବା ନେଇ ଜଣାଇଛନ୍ତି ଓଡିଶା ବିଜେପି ସାଧାରଣ ସମ୍ପାଦକ। 


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଅନେକ ତୁଙ୍ଗ ବିଜେପି ନେତା ଓଡ଼ିଶା ଗସ୍ତରେ ଆସିବେ।  ଏହି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ବିଜେପି ପକ୍ଷର ଆୟୋଜିତ ହେଉଥିବ ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ମାସ ଧରି ଚାଲିବ। ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଦଳ ପକ୍ଷରୁ ଜନ ସମ୍ପର୍କ ଅଭିଯାନ ଅଧିନରେ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।