Roadways Bus: ଯାତ୍ରୀମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଥିବା ଏକ ରୋଡୱେଜ୍ ବସକୁ (Roadways bus) ଏହାର ଡ୍ରାଇଭରକୁ ରାସ୍ତା ମଝିରେ ଛାଡ଼ି ପଳାଇ ଯାଇଥିଲା । ଏହି ବସ୍ ଆଗ୍ରା ଠାରୁ ମଥୁରା (Agra to Mathura) ଯାଉଥିଲା । ବସ୍‌ରେ ପ୍ରାୟ ୪୨ ଜଣ ଯାତ୍ରୀ ଥିଲେ । କିନ୍ତୁ ଆଗ୍ରା-ଦିଲ୍ଲୀ ରାଜପଥରେ (Agra-Delhi highway) ଡ୍ରାଇଭର ବସ୍ ଛାଡି ପଳାଇ ଯାଇଥିଲେ । କୁହାଯାଉଛି ଯେ ଡ୍ରାଇଭର (Driver) ମଦ୍ୟପାନ କରିଥିଲା ​ଓ ଛାଡି ପଳାଇବା ପୂର୍ବରୁ ମଧ୍ୟ ସେ ବସ୍ କୁ ଠିକ୍ ଭାବରେ ଚଲାଇ ପାରୁନଥିଲା । ବସ୍‌ରେ ଥିବା ଯାତ୍ରୀମାନେ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର (UPSRTC) ଅଧିକାରୀମାନଙ୍କୁ ଫୋନ କରିଥିଲେ ଥିଲେ । କିନ୍ତୁ ଫୋନ୍ କେହି ଉଠାଇ ନଥିଲେ ।


COMMERCIAL BREAK
SCROLL TO CONTINUE READING

ତା’ପରେ ବସ୍‌ରେ ବସିଥିବା ଜଣେ ଯାତ୍ରୀ ଷ୍ଟିଅରିଂ ଧରି ବସ ଚାଲିବାକୁ ନିଷ୍ପତ୍ତି ନେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୦ ବର୍ଷୀୟ ସଙ୍କଳ୍ପ କୁମାର ବସ୍ ଚଲାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ମଥୁରାକୁ (Mathura) ନେଇଥିଲେ । ସଂକଳ୍ପ ଆଗ୍ରାର ଏକ ଘରୋଇ କମ୍ପାନୀରେ ଜଣେ ଟେକ୍ନିସିଆନ (Technician) । ସଂକଳ୍ପ ନିଜେ କହିଛନ୍ତି ଯେ ସେ ପୂର୍ବରୁ କେବେ ବି ବସ୍ ଚଲାଇ ନଥିଲେ ।


ମଥୁରା ଡିପୋର ସହକାରୀ ଆଞ୍ଚଳିକ ପରିଚାଳକ ଏମ୍ ଶର୍ମା କହିଛନ୍ତି, "ଘଟଣାଟି ୧୬ ଫେବୃଆରୀ ଅର୍ଥାତ ଗୁରୁବାର ଦିନର ଅଟେ । ରୋଡୱେଜର ଏହି ବସ୍ ଆଗ୍ରା ଠାରୁ ମଥୁରାକୁ ଯାଉଥିଲା । କୁହାଯାଉଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରିଥିଲେ । ଏହା ପରେ ଯାତ୍ରୀମାନଙ୍କୁ ସଂକଲ୍ପ ନାମକ ଜଣେ ଯାତ୍ରୀ ସୁରକ୍ଷିତ ଭାବେ ମଥୁରାକୁ ଆଣିଥିଲେ ।"



ଯାତ୍ରୀମାନଙ୍କୁ ବସ୍‌ର ଡ୍ରାଇଭର ଭାବେ ମଥୁରା ପହଞ୍ଚାଇଥିବା ସଂକଳ୍ପଙ୍କ ଅନୁଯାୟୀ, ବସ୍‌ ଛାଡି ଦୌଡ଼ି ପଳାଇବା ପୂର୍ବରୁ ଡ୍ରାଇଭର ବସ୍‌କୁ ଠିକ୍ ଭାବରେ ଚଳାଉ ନଥିଲା । ଡ୍ରାଇଭର ଏପଟ ସେପଟ କରି ଅତି ଦ୍ରୁତ ଗତିରେ ବସ୍ ଚଳାଉଥିଲା । ଶୀଘ୍ର ଶୀଘ୍ର ଲେନ୍ ବଦଳାଉଥିଲା । ଦୁଇଥର ବସ୍ ଡିଭାଇଡର୍ ସହିତ ଧକ୍କା ହେବାରୁ ରକ୍ଷା ପାଇଯାଇଥିଲା । ସେଥିପାଇଁ ସମସ୍ତ ଯାତ୍ରୀ ଡ୍ରାଇଭରକୁ ବସ୍ ଅଟକାଇବାକୁ କହୁଥିଲେ ।


ବସ୍‌ରେ ଥିବା ଅନ୍ୟ ଜଣେ ମହିଳା ଯାତ୍ରୀ କହିଛନ୍ତି, ଡ୍ରାଇଭର ମଦ୍ୟପାନ କରିଥିଲା । ଯେତେବେଳେ ବସ୍ ଡିଭାଇଡରକୁ ଧକ୍କା ଦେବାକୁ ଯାଉଥିଲା, ସମସ୍ତେ ଡ୍ରାଇଭରକୁ ସାଇଡରେ ବସ୍ ରଖିବାକୁ କହିଥିଲେ । ଡ୍ରାଇଭରକୁ ପାଣି ଦିଆଯାଇଥିଲା । କିନ୍ତୁ ଏହା ପରେ ସେ ବସ୍ ଷ୍ଟାର୍ଟ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ ।


କିଛି ସମୟ ପରେ ଡ୍ରାଇଭର ବସ୍ ଛାଡି ଦୌଡ଼ି ପଳାଇ ଯାଇଥିଲା । ସଂକଳ୍ପ କହିଛନ୍ତି ଯେ ଏହା ପରେ ସେ ଅନ୍ୟ ଜଣେ ଯାତ୍ରୀ ବସ୍ ଚଳାଇବାକୁ କହିଥିଲେ । ସମସ୍ତେ ଏଥିରେ ସହମତ ହୋଇଥିଲେ । ମଥୁରା ଡିପୋର ଆର୍ଏମ୍ ଏମ୍ ଶର୍ମା କହିଛନ୍ତି ଯେ ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।


ଏହା ବି ପଢ଼ନ୍ତୁ: Liver Donation: ବାପାକୁ ନିଜ ଲିଭର ଦାନ କରି ନୂଆ ଜୀବନ ଦେଲେ ୧୭ ବର୍ଷୀୟା ଝିଅ, ସମସ୍ତେ କରୁଛନ୍ତି ସଲାମ୍