Liver Donation: ବାପାକୁ ନିଜ ଲିଭର ଦାନ କରି ନୂଆ ଜୀବନ ଦେଲେ ୧୭ ବର୍ଷୀୟା ଝିଅ, ସମସ୍ତେ କରୁଛନ୍ତି ସଲାମ୍
Advertisement

Liver Donation: ବାପାକୁ ନିଜ ଲିଭର ଦାନ କରି ନୂଆ ଜୀବନ ଦେଲେ ୧୭ ବର୍ଷୀୟା ଝିଅ, ସମସ୍ତେ କରୁଛନ୍ତି ସଲାମ୍

Organ Donor: ଦେବାନନ୍ଦା ପିତା ୪୮ ବର୍ଷୀୟ ପ୍ରତୀଶ ଥ୍ରୀସୁରରେ ଏକ କାଫେ ଚଳାଉଥିଲେ । ତାଙ୍କର ଯକୃତ କର୍କଟ ହୋଇଥିଲା । ଯଥାଶୀଘ୍ର ଯକୃତ ପ୍ରତିରୋପଣ ପାଇଁ ଡାକ୍ତରମାନେ ପରିବାରକୁ ପରାମର୍ଶ ଦେଇଥିଲେ କିନ୍ତୁ ପରିବାରର ତାଙ୍କ ଝିଅ ଛଡା ଅନ୍ୟ କୌଣସି ସଦସ୍ୟଙ୍କ ଯକୃତ ମେଳ ଖାଇନଥିଲା । 

ସାଙ୍କେତିକ ଛବି

Daughter donated liver to father: କେରଳର କୋଚିରେ ଜଣେ ୧୭ ବର୍ଷୀୟା ଝିଅ ନିଜ ଯକୃତ ଦାନ (Liver donation) କରି ତାଙ୍କ ଅସୁସ୍ଥ ପିତାଙ୍କୁ ଏକ ନୂଆ ଜୀବନ ଦେଇଛି । ଦେଶରେ କୌଣସି ନାବାଳିକା ଯକୃତ ଦାନ କରିବାର ଏହା ପ୍ରଥମ ଘଟଣା ବୋଲି ବିଶ୍ୱାସ କରାଯାଏ । ନାବାଳିକାର ପିତା ହେପାଟୋସେଲୁଲାର କର୍କଟରେ (Hepatocellular carcinoma) ପୀଡିତ ଥିଲେ । ପିତାଙ୍କୁ ଯକୃତ ଦାନ କରିବାକୁ ଏହି ଝିଅକୁ ହାଇକୋର୍ଟରେ (High Court) ଏକ ଆଇନ ଗତ ଯୁଦ୍ଧ କରିବାକୁ ପଡିଥିଲା, କାରଣ ଆଇନ ଅନୁସାରେ କୌଣସି ନାବାଳିକା କିମ୍ବା ନାବାଳକ ଅଙ୍ଗ ଦାନ କରିପାରିବେ ନାହିଁ ।

ଫେବୃଆରୀ ୯ ତାରିଖରେ ରାଜଗିରି ହସ୍ପିଟାଲରେ (Rajagiri Hospital) ଏହି ଅସ୍ତ୍ରୋପଚାର କରାଯାଇଥିବା ହସ୍ପିଟାଲ କହିଛି । ଗତ ବର୍ଷ ଡିସେମ୍ବରରେ, ତ୍ରିସୁର ଜିଲ୍ଲାର କୋଲାଜୀ ନିବାସୀ ୧୭ ବର୍ଷୀୟା ଦେବାନନ୍ଦାଙ୍କ (Devananda) ପିତାଙ୍କୁ ତାଙ୍କ ଯକୃତ ଦାନ କରିବାକୁ କେରଳ ହାଇକୋର୍ଟ (Kerala High Court ) ଅନୁମତି ଦେଇଥିଲେ । ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅର୍ଗାନ୍ସ ଆକ୍ଟ, ୧୯୯୪ ର (Transplantation of Human Organ Act, 1994) ବ୍ୟବସ୍ଥା ଅନୁଯାୟୀ ନାବାଳିକା କିମ୍ବା ନାବାଳକଙ୍କୁ ଅଙ୍ଗ ଦାନ ପାଇଁ ଅନୁମତି ନାହିଁ । ଦେବାନନ୍ଦା ବୟସରେ ଆରାମ ଦେବାକୁ ହାଇକୋର୍ଟଙ୍କ ପାଖକୁ ଯାଇଥିଲେ । ଦେବାନନ୍ଦା କହିଛନ୍ତି, ଏହା ମୋ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ପର୍ଯ୍ୟାୟ ଥିଲା କିନ୍ତୁ ଏଥି ପାଇଁ ଖୁସି ଅଛି ଯେ ଅଙ୍ଗ ଦାନ ଯୋଗୁଁ ପିତା ବଞ୍ଚିବାର ଦ୍ୱିତୀୟ ସୁଯୋଗ ପାଇଛନ୍ତି ।

fallback

ଦେବାନନ୍ଦା ପିତା ୪୮ ବର୍ଷୀୟ ପ୍ରତୀଶ ଥ୍ରୀସୁରରେ ଏକ କାଫେ ଚଳାଉଥିଲେ । ତାଙ୍କର ଯକୃତ କର୍କଟ ହୋଇଥିଲା । ଯଥାଶୀଘ୍ର ଯକୃତ ପ୍ରତିରୋପଣ ପାଇଁ ଡାକ୍ତରମାନେ ପରିବାରକୁ ପରାମର୍ଶ ଦେଇଥିଲେ କିନ୍ତୁ ପରିବାରର କୌଣସି ସଦସ୍ୟଙ୍କ ଯକୃତ ତାଙ୍କ ସହ ମେଳ ହୋଇନଥିଲା । ସମ୍ପର୍କୀୟମାନେ ମେଳ ଖାଉଥିବା ଡୋନର ଖୋଜିଥିଲେ ମଧ୍ୟ ପାଇଲେ ନାହିଁ । କେବଳ ଦେବାନନ୍ଦାଙ୍କ ଯକୃତ ତାଙ୍କ ପିତାଙ୍କ ସହ ମେଳ ଖାଉଥିଲା କିନ୍ତୁ ତାଙ୍କ ବୟସ ଏଥିରେ ବାଧା ସୃଷ୍ଟି କରିଥିଲା ​​। ତେବେ ସେ ହାର ମାନିନଥିଲେ ଓ ଜାଣିବାକୁ ପାଇଲେ ଯେ ସମାନ ମାମଲାରେ ନାବାଳକ ଶିଶୁଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଇଥିବା କୋର୍ଟଙ୍କ ଏକ ରାୟ ରହିଛି ।

ହସ୍ପିଟାଲ ପ୍ରଶାସନ କହିଛି ଯେ ହସ୍ପିଟାଲରେ ଏକ ସପ୍ତାହ ରହିବା ପରେ ଦେବାନନ୍ଦା ଏବେ ସାଧାରଣ ଜୀବନକୁ ଫେରିଛନ୍ତି । ମାର୍ଚ୍ଚରେ ହେବାକୁ ଥିବା ଦ୍ୱାଦଶ ପରୀକ୍ଷା ପାଇଁ ଦେବାନନ୍ଦା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏକ ବୟାନରେ ରାଜଗିରି ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଫ୍ର ଜନସନ ଭାଜାପିଲି ସିଏମଆଇ କହିଛନ୍ତି ଯେ ଅଙ୍ଗ ଦାତାମାନଙ୍କ ପାଇଁ ଦେବାନନ୍ଦା ଏକ ଆଦର୍ଶ । ଦେବାନନ୍ଦଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ହସ୍ପିଟାଲ ପ୍ରଶାସନ ମଧ୍ୟ ଚିକିତ୍ସାର ସମସ୍ତ ଖର୍ଚ୍ଚ ଛାଡ କରିଦେଇଛି ।

ଏହା ବି ପଢ଼ନ୍ତୁ: Brazil: ଆରେ ବାପରେ! ଲାଞ୍ଜ ସହିତ ଜନ୍ମ ହେଲା ଶିଶୁ କନ୍ୟା, ଡାକ୍ତରମାନେ ମଧ୍ୟ ହେଲେ ଆଶ୍ଚର୍ଯ୍ୟ

ଏହା ବି ପଢ଼ନ୍ତୁ: Shakuntala Railways: ବ୍ରିଟିଶଙ୍କ ଅଧୀନରେ ଏବେ ବି ଅଛି ଦେଶର ଏହି ରେଳ ଲାଇନ... ପ୍ରତିବର୍ଷ ଦେବାକୁ ପଡେ କୋଟି କୋଟି ଟଙ୍କାର ରୟାଲଟି!