Puja Khedkar: ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ୟୁପିଏସସି
Puja Khedkar: ଅପରାଧିକ କାର୍ଯ୍ୟକଳାପ ଓ ଜାଲିଆତି ଅଭିଯୋଗରେ ପୂଜାଙ୍କ ବିରୋଧରେ ରୁଜୁ ହୋଇଛି। ଏଥି ସହ ତାଙ୍କର ଆଇଏଏସ(IAS) ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ୟୁପିଏସସି। ୨୦୨୨ ସିଭିଲ ସର୍ଭିସ(Civil Service) ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ବକୁ କାହିଁକି ବାତିଲ କରାନଯିବ ସେ ନେଇ ନୋଟିସରେ ଉତ୍ତର ଦେବାକୁ କୁହାଯାଇଛି ।
Puja Khedkar: ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକରଙ୍କ ବଢ଼ିଲା ସମସ୍ୟା। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକର(Puja Khedkar )ଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି(UPSC) ଏକ ମାମଲା ରୁଜୁ କରିଛି। ଅପରାଧିକ କାର୍ଯ୍ୟକଳାପ ଓ ଜାଲିଆତି ଅଭିଯୋଗରେ ପୂଜାଙ୍କ ବିରୋଧରେ ରୁଜୁ ହୋଇଛି। ଏଥି ସହ ତାଙ୍କର ଆଇଏଏସ(IAS) ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ୟୁପିଏସସି। ୨୦୨୨ ସିଭିଲ ସର୍ଭିସ(Civil Service) ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ବକୁ କାହିଁକି ବାତିଲ କରାନଯିବ ସେ ନେଇ ନୋଟିସରେ ଉତ୍ତର ଦେବାକୁ କୁହାଯାଇଛି ।
ଏହା ପୂର୍ବରୁ ମହାରାଷ୍ଟ୍ର(Maharshtra) ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ ତାଙ୍କୁ ଜୁଲାଇ ୨୩ରେ ମସୁରୀ(Masoorie) ରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା। ତଦନ୍ତ ପରେ ଜାଣିବାକୁ ମିଳିଥିଲା ଯେ ଆଇଏଏସ୍ ପୂଜା ଖେଡକରନିଜ ନାମ, ବାପାଙ୍କ ନାମ ଓ ମା’ଙ୍କ ନାମ, ଫଟୋ/ଦସ୍ତଖତ, ମେଲ୍ ଆଇଡି, ମୋବାଇଲ ନମ୍ବର ଓ ଠିକଣା ବଦଳାଇ ପରୀକ୍ଷା ନିୟମ ଅନୁଯାୟୀ ସଂରକ୍ଷଣର ଫାଇଦା ଉଠାଇଥିଲେ। ଏହା ସହ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କର ପ୍ରାର୍ଥିପତ୍ର ରଦ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଅନ୍ୟପଟେ ପୋଲିସ ପୂଜାଙ୍କ ମାଆଙ୍କୁ ମଧ୍ୟ ପୁରୁଣା ମାମଲାରେ ଗତକାଲି ଗିରଫ କରିଛି।