Brumation Condition of Alligator: ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି କିମ୍ବା ବିଭିନ୍ନ ସମୟରେ କୌଣସି ପ୍ରକାରର ସ୍ଥିତିରେ ନିଜର ଜୀବନ ବଞ୍ଚାଇବା ପାଇଁ ପ୍ରକୃତି ସହ ସଂଘର୍ଷ କରିଥାନ୍ତି ପଶୁପକ୍ଷୀ। ଏଥିପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ କରିଥାନ୍ତି। ନିକଟରେ ଏକ ବରଫାଚ୍ଛନ ଜଳାଶୟରେ ଏକ କୁମ୍ଭୀର ବରଫରେ ଜମା ହୋଇଯାଇଥିବାର ଦେଖିବାକୁ ମିଳିଛି। ଯିଏ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କୁମ୍ଭୀର ଭଳି ସରୀସୃପ କିପରି ଶୀତ ଦିନେ ସେମାନଙ୍କର ଶକ୍ତି ସଞ୍ଚୟ କରିଥାନ୍ତି। ଶ୍ୱାସରୁଦ୍ଧ ନହେବା ପାଇଁ ସେହି କୁମ୍ଭୀର ବରଫାଚ୍ଛନ ଜଳାଶୟରେ ନିଜର ନାକ ବାହାର କରିଥିବାର ଦେଖାଯାଏ। 


COMMERCIAL BREAK
SCROLL TO CONTINUE READING

ବିବିସି ରିପୋର୍ଟ କରିଛି ଯେ ଆମେରିକାର ଉତ୍ତର କାରୋଲିନାର ଓସେନ ଆଇଲେ ବିଚ ନିକଟରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀ ତଥା କୁମ୍ଭୀର ଅଭୟାରଣ୍ୟ ସ୍ୱାମ୍ପ ପାର୍କ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଏକ ବିଶାଳ ବରଫାଚ୍ଛନ ଜଳାଶୟରେ ଏକ କୁମ୍ଭୀର ବରଫରରେ ଜମି  ଯାଇଥିବାର ଦେଖିବାକୁ ମିଳିଥିଲା।


ନିଶ୍ୱାସ-ପ୍ରଶ୍ୱାସ ନେବା ପାଇଁ ନାକ ବାହାରେ ରଖିଥାନ୍ତି କୁମ୍ଭୀର 
ବରଫାଚ୍ଛନ ଜଳାଶୟରେ ଏକ କୁମ୍ଭୀର ବରଫରେ ଜମା ହୋଇଯାଇଥିବାର ଦେଖିବାକୁ ମିଳିଛି। ଯାହାର ମୁହଁ ବରଫରେ ଜମା ହୋଇଯିବା ଅବସ୍ଥାରେ ଉପର ଭାଗରେ ଦୃଶ୍ୟମାନ ହେଉଛି। ଯାହାଫଳରେ ନିଶ୍ୱାସ-ପ୍ରଶ୍ୱାସ  ନିଆଯାଇ ପାରିବ। ଉଦ୍ଧାର ହୋଇଥିବା କୁମ୍ଭୀରଙ୍କ ଯତ୍ନ ନେଉଥିବା ସ୍ୱାମ୍ପ ପାର୍କ ଏକ ଫେସବୁକ ପୋଷ୍ଚ ମାଧ୍ୟମରେ ଗୋଟିଏ କୁମ୍ଭୀରର ଭିଡ଼ିଓ ପୋଷ୍ଟ କରିଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପର ଠାରୁ ଏହି କ୍ଲିପ୍ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ୍ ମାଧ୍ୟମରେ ସେୟାର ହୋଇସାରିଛି।  ଯାହା ୨୪ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି।



ଶୀତନିଦ୍ରା କ'ଣ?
ଏପିରି ଅନେକ ସରୀସୃପ ଅଛନ୍ତି ଯିଏ ଶୀତ ଋତୁ ଆରମ୍ଭ ହୋଇଯିବା ପରେ ଶୀତନିଦ୍ରା କରିଥାନ୍ତି। ଯାହା ମଧ୍ୟରୁ କୁମ୍ଭୀର ହେଉଛି ଅନ୍ୟତମ। ଏହି ସରୀସୃପ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁମ୍ଭୀର ନିଜ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିପାରେ ନାହିଁ। ଶୀତ ଋତୁରେ କୁମ୍ଭୀର ଶୀତନିଦ୍ରା ଅବସ୍ଥାକୁ ଯାଇ ବଞ୍ଚି ରହିଥାନ୍ତି। ଗରମ ରକ୍ତ ରହିଥିବା ସ୍ତନ୍ୟପାୟୀ ପ୍ରାଣୀ ଶୀତ ନିଦ୍ରା କରିଥାନ୍ତି। ଏହି ସମୟରେ ସେମାନଙ୍କ ହୃଦସ୍ପନ୍ଦନ ଏବଂ ନିଶ୍ୱାସ ପ୍ରଶ୍ୱାସ ମନ୍ଥର ହୋଇଯାଏ। ଏପରିକି ଶରୀରର ତାପମାତ୍ରା କମିଯାଏ। ଯାହା ସେମାନଙ୍କୁ କମ୍ ଶକ୍ତି ଖର୍ଚ୍ଚ କରିବାରେ ସାହାଯ୍ୟ କରେ। ସେହିଭଳି କୁମ୍ଭୀର ଭଳି ସରୀସୃପଙ୍କ କ୍ଷେତ୍ରରେ ଯେତେବେଳେ ବରଫ ଜମା ହେବା ଆରମ୍ଭ ହୋଇଯାଏ ସେତେବେଳେ ସେମାନଙ୍କର ମେଟାବୋଲିଜିମ୍ ମନ୍ଥର ହୋଇଯାଏ ଏବଂ ସେମାନଙ୍କର କ୍ଳାନ୍ତ ଶରୀର ଧିରେ ଧିରେ ଆଖି ବନ୍ଦ କରି ବରଫରେ ପରିଣତ ହୋଇସାରିଥିବା ପାଣିରେ ଅଟକି ଯାଏ। ବିବିସି ରିପୋର୍ଟ ଅନୁଯାୟୀ ସ୍ୱାମ୍ପ ପାର୍କର ମୁଖପାତ୍ର କହିଛନ୍ତି ଯେ ଶୀତ ଦିନ କୁମ୍ଭୀର ନିଜ ନାକକୁ ଉପରକୁ ଉଠାଇ ରଖିଥାନ୍ତି। କାରଣ ନାକ ଉଠାଇ ରଖିବା ଦ୍ୱାରା ସେମାନେ ଶ୍ୱାସକ୍ରିୟା କରିବାକୁ ସକ୍ଷମ ହେବେ।