Shocking News of UP: ସଦ୍ୟ ଉତ୍ତର ପ୍ରଦେଶରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ଜଣେ ୫ ଶ୍ରେଣୀର ଛାତ୍ରଙ୍କ ହାତ ପାପୁଲି ଉପରେ ଡ୍ରିଲ ମେସିନ ଚଳାଇ ଦିଆଯାଇଥିବାର ଅଭିଯୋଗ ହୋଇଛି। ହେଲେ ଉକ୍ତ ଛାତ୍ରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଅଘଟଣ ଅଳ୍ପକେ ଟଳିଯାଇଛି। ମିଳିଥିବା ସୂଚନା ମୁତାବକ ରାଜ୍ୟର କାନପୁର ଜିଲ୍ଲାର ପ୍ରେମ ନଗର ଅଞ୍ଚଳରେ ଅବସ୍ଥିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏହି ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ପଣିକିଆ ମନେ ପକାଇ ନ ପାରିବାରୁ ତାକୁ ଏପରି ନୃଶଂସ ଦଣ୍ଡ ଦେଇଥଲେ ଗଣିତ ଶିକ୍ଷକ ଅନୁଜ ପାଣ୍ଡେ। 


COMMERCIAL BREAK
SCROLL TO CONTINUE READING

ସେପଟେ ଆହତ ହୋଇଥିବା ଛାତ୍ର ଜଣକ ହେଉଛନ୍ତି ବିଭାନ। ପ୍ରାପ୍ତ ସୂଚନା ମୁତାବକ ପଞ୍ଚମ ଶ୍ରେଣୀରେ ପଢୁଥିବା ବିଭାନଙ୍କୁ ୨କ ପଣିକିଆ ଡାକିବାକୁ କହିଥିଲେ। କିନ୍ତୁ ବିଭାନ ୨କ ପଣିକିଆ ଡାକି ପାରିନଥିଲେ। ଫଳରେ ଏତିକିରେ ରାଗି ପାଚି ଲାଲ ହୋଇଯାଇଥିଲେ ଶିକ୍ଷକ ଅନୁଜ ପାଣ୍ଡେ। ଯାହା ଫଳରେ ସେ ନିଜର ହିତାହିତ ଜ୍ଞାନ ଭୁଲି ନିକଟରେ ପଡିଥିବା ଏକ ଡ୍ରିଲ ମେସିନ ଆଣି ତାଙ୍କ ହାତ ପାପୁଲି ଉପରେ ଚଢାଇବାକୁ ଉଦ୍ୟମ କରିଥିଲେ। ଏନେଇ କୁହାଯାଉଛି ଯେ ଅନ୍ୟ ଜଣେ ପିଲାର ଉପସ୍ଥିତି ବୁଦ୍ଧି ପାଇଁ ବିଭାନ ଅଳ୍ପକେ ଶିକ୍ଷକଙ୍କ କ୍ରୋଧରୁ ରକ୍ଷା ପାଇଯାଇଛି।


ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିଦ୍ୟାଳୟରେ ଲାଇବ୍ରେରୀ ମରାମତି କାମ ଚାଲିଛି। ଏପରି ପରିସ୍ଥିତିରେ ସେଠାରେ ଏକ ଡ୍ରିଲ୍ ମେସିନ୍ ରଖାଯାଇଥିଲା ଯାହାକୁ ଶିକ୍ଷକ ଅନୁଜ ପାଣ୍ଡେ ଧରି ନେଇଥିଲେ। ଏହା ଦେଖି ଅନ୍ୟ ପିଲା ମଧ୍ୟ  ହତବାକ ହୋଇ ପଡ଼ିଥିଲେ। ହେଲେ ସାହସ ଦେଖାଇ ବିଭାନଙ୍କର ଅନ୍ୟ ଜଣେ ସହପାଠୀ ଉକ୍ତ ଡ୍ରିଲ ମେସିନର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଦେଇଥିଲା। ଫଳରେ ଏକ ବଡ଼ ଧରଣର ଅଘଟଣା ଅଳ୍ପକେ ଟଳିଯାଇଥିଲା। 


ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଏସଏସ ଘଟଣାସ୍ଥଳରେ ପହଞ୍ଚି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କାନପୁର ଜିଲ୍ଲା ସିସାମାଓ ଥାନା ଅଞ୍ଚଳରେ ଅବସ୍ଥିତ ମଡେଲ ପ୍ରେମ ନଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନୁଜ ପାଣ୍ଡେଙ୍କୁ ହଟାଇ ଦିଆଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୫ମ ଶ୍ରେଣୀର ଛାତ୍ର ବିଭାନ କହିଛନ୍ତି ଯେ ତାଙ୍କ ଶିକ୍ଷକ ଅନୁଜ ପାଣ୍ଡେ ତାଙ୍କୁ ୨କ ପଣିକିଆ ପଢ଼ିବାକୁ କହିଥିଲେ କିନ୍ତୁ ସେ ତାହା କରିପାରିନଥିଲେ। ଏହା ପରେ ଶିକ୍ଷକ କ୍ରୋଧରେ ଛାତ୍ରର ପାପୁଲିରେ ଡ୍ରିଲ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ରିପୋର୍ଟ ଅନୁଯାୟୀ ବିଭାନ କହିଛନ୍ତି, ଶିକ୍ଷକ ମୋର ବାମ ହାତକୁ ଡ୍ରିଲ କରିଥିଲେ। ହେଲେ ମୋର ଜଣେ ସହପାଠୀ କୃଷ୍ଣ ଠିକ୍ ସମୟରେ  ବୋର୍ଡରୁ ଡ୍ରିଲ ମେସିନ ପ୍ଲଗ କାଢି ଦେଇଥିଲେ। ଯାହା ଫଳରେ ଡ୍ରିଲ ମେସିନ୍ ବନ୍ଦ ହୋଇଯାଇଥିଲା। ଯାହା ଦ୍ୱାରା ମୋ ପାପୁଲିକୁ କୌଣସି ଆଘାତ ପହଞ୍ଚି ନଥିଲା।