Bamboo Crash Barrier  installed at Lucknow Shaheed Path: ଯେତେବେଳେ ଆପଣ କୌଣସି ଜାତୀୟ ରାଜପଥରେ ଯାତ୍ରା କରୁଥାନ୍ତି, ତାହାଲେ ଆପଣ ନିଶ୍ଚିତ ଭାବରେ ରାସ୍ତା କଡ଼ରେ ଷ୍ଟିଲ୍ ନିର୍ମିତ ବ୍ୟାରିୟର ଲଗାଯାଇ ଥିବାର ଦେଖିଥିବେ। ଏହି ବ୍ୟାରିୟର ଲଗାଇବାର ଉଦ୍ଦେଶ୍ୟ ହେଉଛି ଯେ ଆପଣଙ୍କୁ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା। ଯାହା ଦ୍ୱାରା ଆପଣ କୌଣସି ଗାତ କିମ୍ବା ଖାଲରେ ପଡ଼ିବେ ନାହିଁ। ଏହି ଷ୍ଟିଲ୍ ନିର୍ମିତ ବ୍ୟାରିୟର ବିଶ୍ୱର ବିଭିନ୍ନ ଦେଶର ରାଜପଥରେ ବ୍ୟବହୃତ ହୋଇଥାଏ। ଭାରତ ବର୍ଷରେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଥାଏ। ନବାବଙ୍କ ସହର କୁହାଯାଉଥିବା ଲକ୍ଷ୍ନୌ ସ୍ଥିତ ଶହୀଦ ପଥରେ ଲଗାଯାଇଥିଲା ଷ୍ଟିଲ୍ ନିର୍ମିତ ବ୍ୟାରିୟର। ହେଲେ ବର୍ତ୍ତମାନ ସେହି ରାସ୍ତାର କିଛି ଅଂଶରେ ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ ଲଗାଯାଇଛି। 


COMMERCIAL BREAK
SCROLL TO CONTINUE READING

ସଡ଼କ ଦୁର୍ଘଟଣାକୁ ରୋକିବ ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ 
ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଉତ୍ତର ପ୍ରଦେଶରେ ଅବସ୍ଥିତ ଏକ ରାସ୍ତାରେ ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ  ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ ସ୍ଥାପନ ଦ୍ୱାରା ବହୁତ ଲାଭ ମିଳିବ। ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ ସହ ଧକ୍କା ପରେ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ିର ବେଗ କମିଯାଏ। ଏହା ସହିତ ଗାଡ଼ି ମଧ୍ୟ ଏକ ଗଭୀର ଗର୍ତ୍ତରୁ ପଡିଯିବାରୁ ରକ୍ଷା ପାଇଯିବ। ଲକ୍ଷ୍ନୌ ସହରର ଶହୀଦ ପଥରେ ପ୍ରାୟ ୫୦୦ ମିଟର ଲମ୍ବା ରାସ୍ତାରେ ସହିଦ ପଥରେ ଥିବା ସମିଟ୍ ବିଲଡିଂ ସାମ୍ମାରେ ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ ସ୍ଥାପନ କରାଯାଇଛି।


Also Read: Bamboo Crash Barrier: ମହାରାଷ୍ଟ୍ରରେ ଲାଗିଲା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର, ଜାଣନ୍ତୁ ଏହାର ବିଶେଷତ୍ୱ


ପ୍ରଥମ ଥର ପାଇଁ ମହାରାଷ୍ଟ୍ର ଠାରେ ହୋଇଥିଲା ବ୍ୟବହାର 
ମହାରାଷ୍ଟ୍ର ସ୍ଥିତ ଭାନି-ୱାରୋରା ରାଜପଥରେ ପ୍ରାୟ ୨୦୦ ମିଟର ଲମ୍ବରେ ବିଶ୍ୱର ପ୍ରଥମ ବାଉଁଶ ଦୁର୍ଘଟଣା ପ୍ରତିବନ୍ଧକ ସ୍ଥାପନ କରାଯାଇଥିଲା। ଏହାର ସବୁଠାରୁ ବଡ ସୁବିଧା ହେଉଛି ଯେ ଏକ ଗାଡି କେବଳ ଗର୍ତ୍ତ କିମ୍ବା ଖାଲରେ ପଡ଼ିବା ଠାରୁ ଦୂରେଇ ରହିବ ନାହିଁ ବରଂ ଗାଡି ଚାଳକ ମଧ୍ୟ କମ୍ ଆହତ ହୋଇଥାନ୍ତି। ଏହାର ଦ୍ୱିତୀୟ ବଡ ସୁବିଧା ହେଉଛି ଏହା ପରିବେଶ ଅନୁକୂଳ ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ରହିଥିବା ରାଜପଥରେ ଦୁର୍ଘଟଣା ପ୍ରତିବନ୍ଧକ ଭାବରେ ଷ୍ଟିଲ୍ ନିର୍ମିତ ବ୍ୟାରିୟର ବ୍ୟବହାର କରାଯାଉଛି।  


ମହାରାଷ୍ଟ୍ରରେ ଲାଗିଥିବା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର ନାଁ 'ବାହୁବଳୀ' ରଖାଯାଇଛି। ଏହି ଦୁର୍ଘଟଣା ପ୍ରତିବନ୍ଧକ ବାଉଁଶ ସାହାୟତାରେ ନିର୍ମାଣ କରାଯାଇଛି। ବାଉଁଶରେ ନିର୍ମିତ ଏହି ଦୁର୍ଘଟଣା ପ୍ରତିବନ୍ଧକ ସମଗ୍ର ବିଶ୍ୱରେ ମହରାଷ୍ଟ୍ରରେ ସର୍ବପ୍ରଥମେ ଲଗାଯାଇଛି। ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକର (Bamboo Made Crash Barrier) ପୁନ ବ୍ୟବହାର ମୂଲ୍ୟ ୫୦-୭୦ ପ୍ରତିଶତ ହୋଇଥିବା, ବେଳେ ଇସ୍ପାତ ପ୍ରତିବନ୍ଧକ ମୂଲ୍ୟ ହେଉଛି ୩୦-୫୦ ପ୍ରତିଶତ। ଏଭଳି ଧରଣର ଦୁର୍ଘଟଣା ପ୍ରତିବନ୍ଧକ ନିର୍ମାଣ ପାଇଁ ବ୍ୟବହୃତ ହୋଇଥିବା ବାଉଁଶ ପ୍ରଜାତି ହେଉଛି ବମ୍ବୁସା ବାଲକୋଆ (Bambusa Balcooa)। ଏହାକୁ କ୍ରେଓସୋଟ୍ ତେଲ (Creosote Oil) ସହିତ ଉପଚାରିତ କରାଯାଇଛି ଏବଂ ପୁନଃ ବ୍ୟବହାର କରାଯାଉଥିବା ଉଚ୍ଚ-ସାନ୍ଦ୍ରତା ପାଲି ଏଥଲିନ (High Density Polyethylene) ଏଚଡିପିଇ (HDPE) ସହିତ ଆବୃତ କରାଯାଇଛି। ଏହି ସଫଳତା ବାଉଁଶ କ୍ଷେତ୍ର (Bamboo Sector of India) ତଥା ଭାରତ ଲାଗି ଏକ ଉଲ୍ଲେଖନୀୟ ସଫଳତା। ଯେହେତୁ ଏହି  ଇସ୍ପାତ ଦ୍ୱାରା ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ (Steel Made Crash Barrier) ପାଇଁ ଏକ ପ୍ରକୃତ ବିକଳ୍ପ ଯୋଗାଇଥାଏ ଏବଂ ପରିବେଶ ସମସ୍ୟା ଏବଂ ଏହାର ପରିଣାମକୁ ସମାଧାନ କରିଥାଏ।