Atique Ahmed on Asad Ahmed Encounter: ରାଜ୍ୟର ପ୍ରୟାଗରାଜ ଜିଲ୍ଲାରେ ହୋଇଥିବା ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତର ପ୍ରଦେଶ ପୋଲିସ। ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅସଦ ଅହମ୍ମଦ ଏବଂ ତାଙ୍କ ସୁଟର ଗୁଲାମଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ରାଜ୍ୟର ଝାନ୍ସି ଅଞ୍ଚଳରେ ଏନକାଉଣ୍ଟର କରିଛି। ପୁଅ ଅସଦ ଅହମ୍ମଦର ମୃତ୍ୟୁ ଖବର ପାଇବା ପରେ ବାପା ମାଫିଆ ଅତୀକ ଅହମ୍ମଦ ଭୋ ଭୋ ହୋଇ କାନ୍ଦିଉଠିଛି। କେବେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳକୁ ୪୦ ବର୍ଷ ଧରି ଆତଙ୍କରେ କମ୍ପିବାକୁ ବାଧ୍ୟ କରିଥିବା ମାଫିଆ ଅତୀକ୍ ଅହମ୍ମଦ ପୁଅ ମୃତ୍ୟୁ ଖବର ଶୁଣିବା ପରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। 


COMMERCIAL BREAK
SCROLL TO CONTINUE READING

ଗୁରୁବାର ଏକ ମାମଲାରେ ମାଫିଆ ଅତୀକ ଅହମ୍ମଦକୁ ପ୍ରୟାଗରାଜ ଜିଲ୍ଲା ଅଦାଲତରେ ହାଜର କରାଇବାକୁ ପୋଲିସ। ଅଦାଲତରେ ପହଞ୍ଚିବା ପରେ ପୁଅ ଅସଦ ଅହମ୍ମଦର ମୃତ୍ୟୁ ଖବର ଜାଣିବାକୁ ପାଇଥିଲା ଅତୀକ ଅହମ୍ମଦ। ପ୍ରୟାଗରାଜ ପୋଲିସ ଲାଇନ ଠାରେ ଅତୀକ୍ ମହମ୍ମଦ ଭୋ ଭୋ ହୋଇ କାନ୍ଦି ପକାଇବା ସହ କହିଥିଲା ତାହାରି କାରଣରୁ ଏସବୁ ହୋଇଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଏହି ଏନକାଉଣ୍ଟର ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଏନକାଉଣ୍ଟର ନକଲି ବୋଲି କହିବା ସହ ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସ ସଫଳତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ବିରୋଧୀ ଦଳ ନେତା। ସମାଜବାଦୀ ପାର୍ଟି ଅଧ୍ୟକ୍ଷ କହିଛନ୍ତି ଯେ ମିଥ୍ୟା ଏନକାଉଣ୍ଟର ନାମରେ ରାଜ୍ୟ ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି।


ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଦାଲତରେ ହାଜର କରିବା ପାଇଁ ଗୁଜରାଟ ସାବରମତୀ ଜେଲ ଠାରୁ ଅତୀକ ଅହମ୍ମଦକୁ ପ୍ରୟାଗରାଜ ଅଣାଯାଇଥିଲା। ହେଲେ ଯେତେବେଳେ ପୁଅ ଅସଦର ଏନକାଉଣ୍ଟର ଖବର ଆସିଲା ସେତେବେଳେ ବାପା ଅତୀକ ପୋଲିସ ଲାଇନ ଠାରେ ଉପସ୍ଥିତ ରହିଥିଲେ। ପୁଅ ଅସାଦର ଏନକାଉଣ୍ଟର ସମ୍ପର୍କରେ ପୋଲିସ ବାପା ଅତୀକକୁ ସୂଚନା ଦେଇଥିଲା। ପୋଲିସ ପାଖରୁ ପୁଅର ଏନକାଉଣ୍ଟର ଖବର ଶୁଣିବା ପରେ ବାପା ଭୋ ଭୋ ହୋଇ କାନ୍ଦି ପକାଇଥିଲା। ଏପରିକି ବାପା ପକାଇଥିଲା ଯେ ମୋ କାରଣରୁ ଏସବୁ ହୋଇଛି। ଏଭଳି ଘଟଣା ଘଟିବ ବୋଲି ମୁଁ କେବେ ଭାବି ନ ଥିଲି। ବର୍ତ୍ତମାନ ମୋତେ ଏହି ଦିନ ଦେଖିବାକୁ ବାକି ରହିଲା।


ପୁଅ ଅସଦ ଅହମ୍ମଦର ଏନକାଉଣ୍ଟର ସମ୍ପର୍କରେ ଖବର ପାଇବା ପରେ ଅତୀକ ଅହମ୍ମଦ ତାଙ୍କ ସାନଭାଇ ଅଶରଫକୁ ଭେଟିଥିଲେ। ଅଶରଫକୁ ବରେଲି କେନ୍ଦ୍ରୀୟ କାରଗାରରୁ  ସେହି ମାମଲାରେ ଅଭିଯୁକ୍ତ ଭାବରେ ହାଜର ହୋଇଥିଲେ। ଯେଉଁ ମାମଲାରେ ଅତୀକ ଅହମ୍ମଦକୁ ଅଦାଲତାରେ ହାଜର କରାଯାଇଥିଲା। ସାନଭାଇ ଅଶରଫକୁ ଭେଟିବା ଅତୀକ କହିଥିଲା ଯେ, ବର୍ତ୍ତମାନ ତୁମକୁ ପରିବାରର ଯତ୍ନ ନେବାକୁ ହେବ। ଦାୟିତ୍ୱପୂର୍ଣ୍ଣ ଭାବରେ ସମସ୍ତଙ୍କ ଯତ୍ନ ନେବ। ଏହି ସମୟରେ ଅତୀକ୍ ଅହମ୍ମଦ ପୋଲିସ କର୍ମଚାରୀଙ୍କୁ ପଚାରିଥିଲେ ଯେ ପୁଅ ଅସଦର ମୃତ ଦେହ ଝାନ୍ସି ଠାରେ ଅନ୍ତିମ ସଂସ୍କାର କରାଯିବ ନାଁ ପ୍ରୟାଗରଜ ଅଣାଯିବ? କେବଳ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ଜାଣିଛନ୍ତି ଅତୀତକୁ ଜବାବ ଦେଇଥିଲେ ପୋଲିସ କର୍ମଚାରୀ।


ଅନ୍ୟପଟେ ଅସଦ ଅହମ୍ମଦ ଏନକାଉଣ୍ଟର ସମ୍ପର୍କରେ ସୂଚନା ପାଇବା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଟ୍ୱିଟ କରି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଅଖିଳେଶ ଯାଦବ କହିଛନ୍ତି ଯେ ମିଥ୍ୟା ଏନକାଉଣ୍ଟର କରି ବିଜେପି ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି କୋର୍ଟ ଉପରେ ଆଦୌ ବିଶ୍ୱାସ କରେ ନାହିଁ। ଆଜିର ଏବଂ ଅନ୍ୟାନ୍ୟ ସାମ୍ପ୍ରତିକ ଏନକାଉଣ୍ଟର ବାବଦରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଆବଶ୍ୟକ। ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ରକ୍ଷା କରାଯିବା ଠିକ ନୁହେଁ। କେଉଁଟି ଠିକ୍ କିମ୍ବା ଭୁଲ୍ ତାହା ସ୍ଥିର କରିବାର ଶକ୍ତି କ୍ଷମତା ପାଖରେ ନାହିଁ। ବିଜେପି ଭାଇଚାରା ବିରୋଧରେ ରହିଛି।