Uttar Pradesh: ବର୍ତ୍ତମାନ ହାଡ ଭଙ୍ଗା ଶୀତରେ ଥରି ଉଠୁଛି ସମଗ୍ର ଦେଶ। ଯେଉଁଥିରୁ ବାଦ ପଡ଼ିନାହିଁ ଉତ୍ତର ଭାରତ। ଏବେ ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ପ୍ରବଳ ଥଣ୍ଡା କାରଣରୁ ସମଗ୍ର ଉତ୍ତର ଭାରତରେ ନାହିଁ ନଥିବାସ ପରିସ୍ଥିତି ସୃଷ୍ଟି ହୋଇଛି। ଥଣ୍ଡା ପ୍ରତିଦିନ ଏଠାରେ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। ଥଣ୍ଡା ସହିତ ପଡୁଥିବା କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଦେଇଛି। 


COMMERCIAL BREAK
SCROLL TO CONTINUE READING

ଥଣ୍ଡାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବନ୍ଦ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କିଛି ଶିକ୍ଷାନୁଷ୍ଠାନ ଖୋଲିବାର ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଭଳି ପରିସ୍ଥିତିରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ  ଘରେ ରହୁଛନ୍ତି। ହେଲେ ଏବେ ଏପରି ଜଣେ ସ୍କୁଲ ପିଲା ନିଜ ମାଆ ପାଇଁ ଅସୁବିଧା ସୃଷ୍ଟି କରିଦେଇଛି। ଏଠାରେ ଜଣେ ମାଆ ନିଜ ପୁଅକୁ ଗାଧୋଇବାକୁ କହିଥିଲେ। ହେଲେ ମାଆଙ୍କ କଥା ଶୁଣି ପୁଅ ଯେଉଁ କାଣ୍ଡ କରି ବସିଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 


ଉତ୍ତର ପ୍ରଦେଶ ହାପୁଡ ଜିଲ୍ଲାର ଗଢମୁକ୍ତେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଜଣେ ମାଆ ତାଙ୍କ ନିଜ ପୁଅକୁ ଗାଧୋଇବାକୁ କହିଥିଲେ। ହେଲେ ଗାଧୋଇବା ବଦଳରେ ଘରକୁ ପୋଲିସ  ଡାକି ଆଣିଥିଲା। ଯେତେବେଳେ ପୋଲିସ ଏହି ପିଲାର ଘରେ ପହଞ୍ଚିଥିଲେ ସେତେବେଳେ ପୁରା ଘଟଣା କ'ଣ ତାହା ବୁଝି ଯାଇଥିଲା। ପୋଲିସ ସେହି ପିଲାକୁ ବୁଝାଇ ସୁଝାଇ ଫେରି ଆସିଥିଲେ।


ଗଢମୁକ୍ତେଶ୍ୱର ଅଞ୍ଚଳରେ ଅବସ୍ଥିତ ଅକଖାପୁର ଗ୍ରାମର ଜଣେ ବାସିନ୍ଦା ତାଙ୍କର ୯ ବର୍ଷର ପୁଅକୁ ଗ୍ରାମରେ ଚୁଟି କାଟିବାକୁ କହିଥିଲେ। ଏହା ପରେ ସେହି ବ୍ୟକ୍ତି ଜଣଙ୍କ ନିଅ ପୁଅକୁ ନେଇ ଗ୍ରାମରେ ରହିଥିବା ଏକ ସେଲୁନ୍‌ ଠାରେ ପହଞ୍ଚିଥିଲେ। ସେଠାରେ ସେହି ପିଲାର ପିତା  ତାଙ୍କ ନିଜ ଇଚ୍ଛା ଅନୁସାରେ ଚୁଟି କାଟିବାକୁ ଚାହିଁଥିଲେ। ହେଲେ ସେହି ପିଲା ଜିଦ୍ ଧରିଥିଲା ଯେ ସେ ନିଜ ଇଚ୍ଛା ଅନୁଯାୟୀ ନିଜର ଚୁଟି କାଟିବ। ହେଲେ ପରେ ଯେତେବେଳେ ପିତା କଠୋରତା ଦେଖାଇଥିଲେ ସେତେବେଳେ ପିଲାଟି ତାଙ୍କ କଥା ମାନି ଯାଇଥିଲା। ବ୍ୟକ୍ତି ଜଣଙ୍କ ନିଜ ଇଚ୍ଛା ଅନୁଯାୟୀ ତାଙ୍କ ପୁଅର ଚୁଟି କାଟିଥିଲେ। ହେଲେ ବାପାଙ୍କ ଇଚ୍ଛାରେ ଚୁଟି କାଟିବା ପରେ ସେହି ପିଲା ମନରୁ କ୍ରୋଧ ହ୍ରାସ ପାଇନଥିଲା। ଚୁଟି କାଟିବା ପରେ ସେହି ପିଲା ବାପାଙ୍କ ଘରେ ପହଞ୍ଚିଥିଲା। ଏହା ପରେ ମାଆ ତାଙ୍କୁ ଗାଧୋଇବାକୁ କହିଥିଲେ। ହେଲେ ପିଲାଟି ଥଣ୍ଡା ବାହାନା କରି ଗାଧୋଇବାକୁ ମନା କରିଦେଇଥିଲା। ଏହା ଶୁଣି ତାହାର ପିତା ତାକୁ ଗାଳି କରିଥିଲେ।


ଏହା ପରେ ସେହି ପିଲାଟି ନିଜ ପିତାମାତାଙ୍କ ଉପରେ ରାଗି ଯାଇଥିଲା। ସେ ପୋଲିସ କଣ୍ଟ୍ରୋଲ ରୁମ୍କୁ ଫୋନ କରି ଦେଇଥିଲା। ସେହି ପିଲା ଡାକରେ ପୋଲିସ କର୍ମଚାରୀ ଗାଡି ସହ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ଫୋନ ଯୋଗେ ସେହି ପିଲା ପକ୍ଷରୁ ଦିଆଯାଇଥିବା ସୂଚନା ଶୁଣିବା ପରେ ପୋଲିସ ମଧ୍ୟ ହସିବା ବନ୍ଦ କରି ପାରି ନଥିଲା। ଘରେ ପୋଲିସ ଦେଖି ଆଖପାଖ ଲୋକ ଏକାଠି ହୋଇ ଯାଇଥିଲେ। ସମସ୍ତେ ପିଲାଙ୍କୁ ବୁଝାଇଥିଲେ। ବହୁତ ବୁଝାଇବା ପରେ ସେହି ପିଲା ଶାନ୍ତ ହୋଇଗଲେ। ଏହା ପରେ ପୋଲିସ ଫେରି ଆସିଥିଲା।