UP Police Inspector Leave Application: ହୋଲି ହେଉ କିମ୍ବା ଦୀପାବଳି, କୌଣସି ପର୍ବାପର୍ବାଣୀକୁ ସମସ୍ତେ ନିଜ ପରିବାର ସହିତ ପାଳନ କରିବାକୁ ଚେଷ୍ଟା କରିଥାନ୍ତି। ଲୋକେ ପର୍ବପର୍ବାଣୀ ଅବସରରେ ଛୁଟି ନେବାକୁ କଠିନ ଚେଷ୍ଟା କରିଥାନ୍ତି। ଯଦିଓ ସମସ୍ତେ ଛୁଟି ପାଆନ୍ତି ନାହିଁ।


COMMERCIAL BREAK
SCROLL TO CONTINUE READING

ସଦ୍ୟ ଏହି କ୍ରମରେ ଉତ୍ତର ପ୍ରଦେଶ ପୋଲିସ ବିଭାଗରେ (Uttar Pradesh Police Department) କାର୍ଯ୍ୟରତ ଜଣେ ଇନ୍ସପେକ୍ଟର (Uttar Pradesh Police Inspector) ମଧ୍ୟ ଦରଖାସ୍ତ (Leave Application) ଲେଖି ପୋଲିସ ଅଧୀକ୍ଷକଙ୍କ (Superintendent of Police) ନିକଟରେ ଛୁଟି ଆବେଦନ କରିଛନ୍ତି। ଇନ୍ସପେକ୍ଟର ଜଣଙ୍କ ୧୦ ଦିନ ପାଇଁ ଛୁଟି ମାଗିଥିବା ବେଳେ, ତାଙ୍କୁ ୫ ଦିନ ଛୁଟି ମିଳିଛି। ହେଲେ ବର୍ତ୍ତମାନ ସେହି ପୋଲିସ ଇନ୍ସପେକ୍ଟରଙ୍କ ଦ୍ୱାରା କରାଯାଇଥିବା ଲିଖିତ ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୁଟି ପାଇବା ପାଇଁ ଇନ୍ସପେକ୍ଟର ଜଣଙ୍କ ଦେଇଥିବା କାରଣ ବହୁତ ଅଲଗା। 


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶ (Uttar Pradesh) ଫର୍ରୁଖବାଦ ଜିଲ୍ଲାରେ (Farrukhabad District) ଦେଖିବାକୁ ମିଳିଛି ଏଭଳି ଘଟଣା। ଜିଲ୍ଲାର ଫତେହଗଡ ଠାରେ ଅବସ୍ଥିତ ପୋଲିସ୍ ଲାଇନ (Fatehgarh Police Line) ଠାରେ ଅଶୋକ କୁମାର ନାମରେ ଜଣେ ପୋଲିସ୍ ଇନ୍ସପେକ୍ଟର କାର୍ଯ୍ୟରତ ଅଛନ୍ତି। ଛୁଟି ପାଇବା ପାଇଁ ପୋଲିସ ଅଧୀକ୍ଷକ (Superintendent of Police) ଅଶୋକ କୁମାର ମୀଣାଙ୍କ ନିକଟରେ ଏକ ଆବେଦନ କରିଥିଲେ ଇନ୍ସପେକ୍ଟର ଅଶୋକ କୁମାର।


Also Read: Uttar Pradesh: ପ୍ରଶିକ୍ଷଣ ବେଳେ ଚର୍ଚ୍ଚାରେ ପୋଲିସ ସିପାହୀଙ୍କ ଜବାବ, ଜାଣନ୍ତୁ ପୁରା ଘଟଣା


 


ନିଜର ଛୁଟି ଆବେଦନରେ ଇନ୍ସପେକ୍ଟର ଅଶୋକ କୁମାର କହିଛନ୍ତି ଯେ, "ବିବାହର ୨୨ ବର୍ଷ ମଧ୍ୟରେ, ହୋଲି ଅବସରରେ ଆବେଦନକାରୀଙ୍କ ପତ୍ନୀ ତାଙ୍କ ବାପ ଘରକୁ ଯାଇ ପାରିନାହାଁନ୍ତି। ଏହି କାରଣରୁ ସେ ଆବେଦନକାରୀଙ୍କ ଉପରେ ନାରାଜ ଅଛନ୍ତି। ହୋଲି ଅବସରରେ ଆବେଦନକାରୀଙ୍କ ପତ୍ନୀ ତାଙ୍କ ବାପଘରକୁ ଆବେଦନକାରୀଙ୍କ ସହ ଯିବାକୁ ଜିଦ୍ ଧରିଛନ୍ତି। ଏହି କାରଣରୁ ଆବେଦନକାରୀ ଛୁଟିର ବହୁତ ଆବଶ୍ୟକତା ଅନୁଭବ କରୁଛନ୍ତି। ଶ୍ରୀମାନ ଜୀ, ଏହା ଏକ ନମ୍ର ଅନୁରୋଧ ଯେ ଆବେଦନକାରୀଙ୍କ ସମସ୍ୟାକୁ ସହାନୁଭୂତି ସହ ବିଚାର କରି ଦୟାପୂର୍ବକ ୪ ମାର୍ଚ୍ଚରୁ ୧୦ ଦିନର ଛୁଟି ପ୍ରଦାନ କରନ୍ତୁ। "


ଆବେଦନ ପାଇବା ପରେ ଫର୍ରୁଖବାଦ ପୋଲିସ ଅଧୀକ୍ଷକ (Farrukhabad SP)  ଅଶୋକ କୁମାର ମୀଣା, ଇନ୍ସପେକ୍ଟର ଅଶୋକ କୁମାରଙ୍କୁ ୫ ଦିନର ଛୁଟି ଦେଇଥିଲେ। ଇନ୍ସପେକ୍ଟର ଅଶୋକ କୁମାରଙ୍କ ଏହି ପ୍ରାର୍ଥନା ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୁଟି ନେବା ପାଇଁ ଏହା ଏକ ନିଆରା ଉପାୟ ବୋଲି ପୋଲିସ କର୍ମଚାରୀ ମଧ୍ୟ କହିଛନ୍ତି।