Umesh Pal Abduction Case: ଗତ ୨୦୦୫ ବର୍ଷରେ ହୋଇଥିବା ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟାର ଅତୀକ୍ ଅହମ୍ମଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପ୍ରୟାଗରାଜ ସାଂସଦ/ବିଧାୟକ କୋର୍ଟ। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଅତୀକ୍ ଅହମ୍ମଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଅତୀକ ଅହମ୍ମଦଙ୍କ ବ୍ୟତୀତ କୋର୍ଟ ଦୀନେଶ ପାସି ଏବଂ ଖାନ ସୌଲାତ ହନିଫଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ କୋର୍ଟ ଏହି ୩ ଦୋଷୀଙ୍କ ପାଖରୁ ୧ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ହୋଇଥିବା ଉମେଶ ପାଲ ଅପହରଣ ମାମଲାର ଶୁଣାଣି ୨୩ ମାର୍ଚ୍ଚରେ ଶେଷ ହୋଇଥିଲା। ମାର୍ଚ୍ଚ ୨୮ ତାରିଖରେ କୋର୍ଟ ଏହି ମାମଲାରେ ଦଣ୍ଡାଦେଶ ଘୋଷଣା କରଥିଲେ। ହେଲେ ଏହା ସୁପ୍ରିମକୋର୍ଟ ପକ୍ଷରୁ ଅତୀକ ଅହମ୍ମଦକୁ ଜବରଦସ୍ତ ଝଟକା ଲାଗିଥିଲା। ସୁପ୍ରିମକୋର୍ଟ ତାକୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ।


ଉମେଶ ପାଲ ଅପହରଣ ମାମଲାରେ ଅତୀକ୍ ଅହମ୍ମଦ ଏବଂ ତାହାର ଭାଇ ଅଶରଫ ଅହମ୍ମଦଙ୍କ ସମେତ ମୋଟ ୧୧ ଜଣ ଅଭିଯୁକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି। ମଙ୍ଗଳବାର ୧୦ ଜଣ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୭ ଜଣ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଅତୀକ ଅହମ୍ମଦ ବ୍ୟତୀତ କୋର୍ଟ ଦୀନେଶ ପାସି ଏବଂ ଖାନ ସୌଲାତ ହନିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ଅତୀକ ଅହମ୍ମଦଙ୍କ ଭାଇ ଅଶରଫ ଅହମ୍ମଦ, ଅଂସାର ବାବା, ଫରହାନ, ଇସରାର, ଆବିଦ ପ୍ରଧାନ, ଆଶିକ ମଲ୍ଲି ଏବଂ ଏଜାଜ ଅଖତରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଯେଉଁଠାରେ ଅନ୍ୟ ଜଣେ ଅଭିଯୁକ୍ତ ଅନସର ଅହମ୍ମଦର ମୃତ୍ୟୁ ହୋଇସାରିଛି।


Also Read: Gangster Atiq Ahmed: କାରାଗାରରେ ମାଲିକ, ଭୋକ ଶୋଷରେ ପ୍ରାଣ ହରାଇଲା କୁକୁର, ପଢନ୍ତୁ ପୁରା ଖବର


ଗତ ୨୦୦୫, ଜାନୁଆରୀ ୨୫ ତାରିଖରେ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ପରେ ତତ୍କାଳୀନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଉମେଶ ପାଲ ଏହି ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ବୋଲି ପୋଲିସକୁ କହିଥିଲେ। ଉମେଶ ପାଲ ଅଭିଯୋଗ କରିଥିଲେ ଯେ, ୨୦୦୬ ଫେବୃଆରୀ ୨୮ ତାରିଖରେ ସେ ଅତୀକ୍ ଅହମ୍ମଦ ଚାପରେ ଏହି ମାମଲାରୁ ପଛକୁ ନ ହଟିବା ପାଇଁ କହିବା ପରେ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ୨୦୦୭, ଜୁଲାଇ ୫ ତାରିଖରେ ଅତୀକ୍ ଅହମ୍ମଦ, ତାଙ୍କ ଭାଇ ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ଏହି ମାମଲାରେ ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା। ୨୦୨୩ ଫେବୃଆରୀ ୨୪ ତାରିଖରେ ପ୍ରୟାଗରାଜସ୍ଥିତ ତାଙ୍କ ଘର ବାହାରେ ଉମେଶ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଉମେଶ ପାଲଙ୍କ ହତ୍ୟା ମାମଲାରେ ଅତୀକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ ମଧ୍ୟ ସମ୍ପୃକ୍ତ ରହିଥିବାର ଅଭିଯୋଗ ହୋଇଛି।