School Principal Shikshamitra Fighting: ସଦ୍ୟ ଉତ୍ତର ପ୍ରଦେଶ କାସଗଞ୍ଜ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜିଲ୍ଲାରେ ଏକ ବିଦ୍ୟାଳୟର ଜଣେ ମହିଳା ପ୍ରିନ୍ସିପାଲ୍ ଏବଂ ଶିକ୍ଷାମିତ୍ରଙ୍କ ପାଇଁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି ଏକ ବିଦ୍ୟାଳୟ। ଉଭୟେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଆଗରେ ପରସ୍ପର ସହ ହାତାହାତି ହେବା ସହ ମାରପିଟ କରିବାକୁ ପଛାଇନାହାଁନ୍ତି। ହାତାହାତି ହେବା ବେଳେ କେହି କେହି ଉପରେ ଧ୍ୟାନ ଦେଇନଥିଲେ। ହେଲେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ଏହି ସେମାନଙ୍କୁ ଅଲଗା କରିଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।

 

ଉତ୍ତର ପ୍ରଦେଶ (Uttar Pradesh) କାସଗଞ୍ଜ ଜିଲ୍ଲାର (Kasganj) ଏକ ସରକାରୀ ବିଦ୍ୟାଳୟରେ ମହିଳା ପ୍ରଧାନଶିକ୍ଷକ ଏବଂ ଶିକ୍ଷାମିତ୍ର ଏକ ଛୋଟ କଥାକୁ ମୁହାମୁହିଁ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଥିଲା। ଏହି ବିବାଦର ଭିଡିଓ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବ୍ୟକ୍ତିଙ୍କ ଦ୍ୱାରା ରେକର୍ଡିଂ କରାଯାଇ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଥିଲା।

 

ମହିଳା ପ୍ରଧାନଶିକ୍ଷକ ଏବଂ ଶିକ୍ଷାମିତ୍ରାଙ୍କ ମଧ୍ୟରେ ହୋଇଥିବା ହାତାହାତି ଘଟଣା (School Principal Shikshamitra Fighting) କାସଗଞ୍ଜ ଜିଲ୍ଲାର ସହାୱର ବ୍ଲକର (Sahawar Blcok) ବଘାରୀ କଲା ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଘଟିଥିଲା। ବିଦ୍ୟାଳୟର ମହିଳା ପ୍ରଧାନ ଶିକ୍ଷକ ବିନେଶ ଯାଦବ ଏବଂ ଶିକ୍ଷାମିତ୍ରା ସାଧନାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳର ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

 


 

ହାତାହାତି ହେବା ପରେ ଉଭୟ ମହିଳା ପ୍ରଧାନ ଶିକ୍ଷକ ବିନେଶ ଯାଦବ ଏବଂ ଶିକ୍ଷାମିତ୍ର ସାଧନା ସହାୱାର ଥାନାରେ (Sahawar Polices Station) ପହଞ୍ଚି ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ଅଧିକାରୀ କହିଛନ୍ତି ଯେ ବଘାରୀ କଲା ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟର ପ୍ରିନ୍ସିପାଲ ଏବଂ ଶିକ୍ଷାମିତ୍ରଙ୍କ ମଧ୍ୟରେ ହୋଇଥିବା ହାତାହାତି ଘଟଣା ସମ୍ପର୍କରେ ଖବର ମିଳିଛି। ଉଭୟ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ଚାଲିଛି। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ସରକାରୀ ବିଦ୍ୟାଳୟରେ ପ୍ରଦାନ କରା ଯାଉଥିବା ମଧ୍ୟାନ୍ନ ଭୋଜନ ବ୍ୟବସ୍ଥାରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସୁଷମ ଖାଦ୍ୟ ଦେବା ବଦଳରେ ପ୍ରଦାନ କରାଯାଇଛି ଲୁଣ-ଭାତ। ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ଉତ୍ତର ପ୍ରଦେଶ ଅଯୋଧ୍ୟା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।  


COMMERCIAL BREAK
SCROLL TO CONTINUE READING

ଏଠାରେ ଅବସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ (Govt Primary School of Uttar Pradesh) ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନରେ (Mid Day Meal) କେବଳ ଚାଉଳ-ଲୁଣ ଦିଆଯାଉଛି। ଯାହାର ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ (Mid Day Meal Viarl Video) ହେବା ପରେ ଅଯୋଧ୍ୟା ଜିଲ୍ଲା ପ୍ରଶାସନ (Ayodhya District Administration) ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ଗାଁ ମୁଖିଆଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି।