Floating Restaurant In Uttar Pradesh: ସଙ୍ଗମ ନଗରୀ ପ୍ରୟାଗରାଜସ୍ଥିତ ଯମୁନା ତଟରେ ମିଳିବ ଭାସମାନ ରେସ୍ତୁରାଁ ସୁବିଧା। ବୁଧବାର ପ୍ରୟାଗରାଜ ଠାରେ ଅନୁଷ୍ଠିତ ଡିଭିଜନାଲ କମିଶନର ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଯମୁନା କୂଳରେ ରାଜ୍ୟର ପ୍ରଥମ ଭାସମାନ ରେସ୍ତୁରାଁ ନିର୍ମାଣ କରିବା ପାଇଁ ସହମତି ପ୍ରକାଶ ପାଇଛି। ଡିଭିଜନାଲ କମିଶନର କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ରେସ୍ତୁରାଁ ସ୍ମାର୍ଟ ସିଟି ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏବଂ ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଉତ୍ତର ପ୍ରଦେଶ ରାଜ୍ୟ ପର୍ଯ୍ୟଟନ ଏବଂ ବିକାଶ ନିଗମକୁ ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଏନେଇ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି ଭାସମାନ ରେସ୍ତୁରାଁ (Floating Restaurant) ଗୋଟିଏ ବର୍ଷରେ ୯ ମାସ ପାଇଁ ପର୍ଯ୍ୟଟକଙ୍କୁ ସେବା ପ୍ରଦାନ କରିବ। ବନ୍ୟା ସମୟର ୩ ମାସ ଏହାକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ। ଯମୁନା ନଦୀ ତଟରେ (Yamuna River Bank) ଭାସମାନ ରେସ୍ତୁରାଁ ବ୍ୟତୀତ ବୋଟ୍ ସେଡ୍, ଏକ ସ୍ଲିପ୍ ୱେ, ଲୋକଙ୍କୁ ନୌବିହାର ସୁବିଧା ପ୍ରଦାନ କରିବା ପାଇଁ କୈଟାମାରନ, ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ବଞ୍ଚାଇବା ପାଇଁ ଦୁଇଟି ସ୍ପୀଡ ବୋଟ, ପର୍ଯ୍ୟାପ୍ତ ସଂଖ୍ୟାରେ ଲାଇଫ ଜ୍ୟାକେଟ ଏବଂ ଲାଇଫ ଗାର୍ଡ ବ୍ୟବସ୍ଥା କରାଯାଉଛି। 


Allso Read: UP CM Yogi: କୁମ୍ଭ ମେଳା ବେଳେ ଲୋକଙ୍କୁ ସମୁଦ୍ର ମନ୍ଥନ ଦେଖାଇବେ ଯୋଗୀ ସରକାର


ବିଶ୍ୱର ଅନେକ ବଡ ସହରରେ ଅବସ୍ଥିତ ନଦୀର କୂଳରେ ହେଉଥିବା ବିକାଶରୁ ପ୍ରେରଣା ଗ୍ରହଣ କରି ଉତ୍ତର ପ୍ରଦେଶ (Uttar Pradesh) ପ୍ରୟାଗରାଜ ଜିଲ୍ଲାରେ (Prayagraj District) ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଯମୁନା ନଦୀ କୂଳରେ ପ୍ରଥମ ଭାସମାନ ରେସ୍ତୁରାଁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ବୁଧବାର ବିଭାଗୀୟ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ (Prayagraj Commissioner Vijay Vishwas Pant) ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପର୍ଯ୍ୟଟନ ବିଭାଗ (Uttar Pradesh Tourisim Deapartment) ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। 


ଏହିଭାସମାନ ରେସ୍ତୁରାଁ ପରିଚାଳନା ଦାୟିତ୍ୱ ଉତ୍ତର ପ୍ରଦେଶ ରାଜ୍ୟ ପର୍ଯ୍ୟଟନ ଏବଂ ବିକାଶ ନିଗମ (Uttar Pradesh State Tourism Development Corporation) ୟୁପିଏସଟିଡିସି (UPSTDC) ସଂସ୍ଥାକୁ ପ୍ରଦାନ କରାଯାଇଛି। ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ଏନଜିଟି (NGT) ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଭାଗ ପକ୍ଷରୁ ନୋ ଅବଜେକସନ୍ ପ୍ରମାଣପତ୍ର (No Objection Certificate) ନିଆଯିବ। ଚଳିତ ବର୍ଷ ବନ୍ୟା ପୂର୍ବରୁ ଏହି ରେସ୍ତୁରାଁ କାର୍ଯ୍ୟକାରୀ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।