Pahili Bhoga: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ
Advertisement
Article Detail0/zeeodisha/odisha2560180

Pahili Bhoga: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ

Pahili Bhoga: ପରେ କୋଠଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ପ୍ରଥମ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ, ଦିବା ପହୁଡ଼ ଓ ସନ୍ଧ୍ୟା ଆଳତୀ, ମଇଲମ, ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେବ। ପରେ ଅନ୍ୟାନ୍ୟ ନୀତି ବଢ଼ି, ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯିବ।

Pahili Bhoga: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ
Pahili Bhoga: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇ ଭୋର ୫ଟା ୩୦ରୁ ୬ ଟା ମଧ୍ୟରେ ପହିଲି ଭୋଗ ନିତି ଅନୁଷ୍ଠିତ ହେବ।
 
 ପରେ କୋଠଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ପ୍ରଥମ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ, ଦିବା ପହୁଡ଼ ଓ ସନ୍ଧ୍ୟା ଆଳତୀ, ମଇଲମ, ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେବ। ପରେ ଅନ୍ୟାନ୍ୟ ନୀତି ବଢ଼ି, ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯିବ।
 
ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିର୍ଣ୍ଣ ପ୍ରକାରର ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା , ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ। ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯିବ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି ।
 
ତେବେ ବଡଦେଉଳରେ ପ୍ରବଳ ଥଣ୍ଡା ବା ଶୀତ ଅନୁଭୂତ ହେବାରୁ ମହାଲକ୍ଷ୍ମୀ ଠାକୁରାଣୀ ବାପଘରକୁ ଚାଲିଯାଇଛନ୍ତି। ଆଜିଠାରୁ ମାଆ ଯଶୋମତିଙ୍କ ହାତ ପରସା ପାଇବେ ମହାପ୍ରଭୁ। କାଉ ରାବିବା ପୂର୍ବରୁ ମାଆ ଯଶୋମତିଙ୍କ ହାତ ପରସା ପାଇବେ। ସେଥିପାଇଁ ନିତିନିର୍ଘଣ୍ଟ ଅନୁସାରେ ଆଜି ପ୍ରାୟ ଭୋର ୨.୧୫ମିନିଟରେ ସିଂହଦ୍ଵାର ଫିଟି ମଙ୍ଗଳାଳତୀ, ମଇଲମ, ଅବକାଶ ନିତି ଆଦି ଦୈନନ୍ଦିନର ନିତିକାନ୍ତି ଆଗକୁ ବଢିଛି। ମକର ସଂକ୍ରାନ୍ତି ଦିନ ମହାଲକ୍ଷ୍ମୀ ମକର ଚାଉଳ ଧରି ଶ୍ରୀମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିବା ପରେ ନିତି ପୂର୍ବବତ ଚାଲିବ। ମହାଲକ୍ଷ୍ମୀଙ୍କ ହାତ ପରସା ପାଇବେ ମହାପ୍ରଭୁ।
 
ସେପଟେ ଆସନ୍ତା କାଲି ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ଗତ ଛତିଷାନିଯୋଗ ବୈଠକରେ ନିସ୍ପତି ହୋଇଛି। ଦ୍ୱିତୀୟ ଭୋଗମଣ୍ଡପ ପରେ ଅର୍ଥାତ ସାଢେ ୧୨ଟାରୁ ପ୍ରାୟ ପାଞ୍ଚଘଣ୍ଟା ଧରି ମରାମତି କାର୍ଯ୍ୟ କରଖଯିବ।