Uttarkashi Tunnel Rescue: କିଛି କ୍ଷଣ ମଧ୍ୟରେ ଶେଷ ହୋଇପାରେ ଉତ୍ତରକାଶୀ ଟନେଲ ଉଦ୍ଧାରକାର୍ଯ୍ୟ
Uttarkashi Tunnel Rescue: ଗତ ୧୭ ଦିନ ଧରି ଉତ୍ତରାଖଣ୍ଡର ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ଦିନରେ ଶେଷ ହୋଇପାରେ। ଏନେଇ ଆକଳନ କରାଯାଉଛି
Uttarkashi Tunnel Rescue: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଆଗାମି କିଛି କ୍ଷଣ ମଧ୍ୟରେ ଶେଷ ହୋଇପାରେ । ମିଳିଥିବା ସୂଚନା ମୁତାବକ ୫୪ ମିଟର ପର୍ଯ୍ୟନ୍ତ ଖନନ କାର୍ଯ୍ୟ ସଫଳତାର ସହ କରାଯାଇଛି ଏବଂ ଆଉ ମାତ୍ର ତିନି ମିଟର ଖନନ କାର୍ଯ୍ୟ (Excavation) ବାକି ଅଛି। ସ୍ୱତନ୍ତ୍ର ଖନନକାରୀମାନେ ଖନନ କାର୍ଯ୍ୟ ଜୋରଦାର ଭାବରେ ଖନନ କାର୍ଯ୍ୟ ଚଳାଉଛନ୍ତି । ଯେକୌଣସି ସମୟରେ ବର୍ତ୍ତମାନ ଶ୍ରମିକମାନେ ବାହାରକୁ ବାହାରିବାର ଖବର ଆସିପାରେ ବୋଲି କୁହାଯାଉଛି ।
ଅନ୍ୟପଟେ ସମସ୍ତ ପ୍ରଶାସନିକ ଟିମ୍ ଘଟଣାରେ ନିୟୋଜିତ ଅଛନ୍ତି । ଶ୍ରମିକମାନେ ବାହାରକୁ ଆସିବା ମାତ୍ରେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେକ୍ ସିଫ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ (Health test) କରାଯିବ । ଗ୍ରୀନ୍ କରିଡର ମଧ୍ୟରେ ସେମାନକୁ ଡାକ୍ତରଖାନା ନିଆଯିବ ବୋଲି ସୂଚନା ମିଳିଛି । ଟନେଲ ବାହାରେ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇ ରହିଛି । NDRF କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ସଜାଗ ଅଛନ୍ତି । ଏନେଇ ସିଏମ ପୁଷ୍କର ସିଂ ଧାମି ସୋସିଆଲ ମିଡିଆ ସାଇଟ X ରେ ସୂଚନା ଦେଇଛନ୍ତି।
ବିଏସଏନଏଲର ସ୍ୱତନ୍ତ୍ର ସଂଯୋଗ
ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ସେ ଓ ତାଙ୍କ ଟିମ୍ ଆଜି ସକାଳେ ସିଲ୍କିଆରେ ପହଞ୍ଚି ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଥିଲେ । ଶ୍ରମିକମାନଙ୍କୁ ବାହାର କରିବା ପାଇଁ ପାଇପକୁ ୫୨ ମିଟର ପର୍ଯ୍ୟନ୍ତ ଭିତରକୁ ଯୋଡାଯାଇଛି । ବର୍ତ୍ତମାନ ଆମେ ଲକ୍ଷ୍ୟଠାରୁ ମାତ୍ର ୫ ମିଟର ଦୂରରେ ବୋଲି ସିଏମ କହିଛନ୍ତି ।
ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରମିକ ଭାଇମାନଙ୍କ ସହ ନିରନ୍ତର ସମ୍ପର୍କରେ ରହିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଶ୍ରମିକ ସୁସ୍ଥ ଏବଂ ନିରାପଦରେ ଅଛନ୍ତି ବୋଲି ଜଣାପଡିଛି । କେନ୍ଦ୍ରୀୟ ଏଜେନ୍ସି, ସେନାବାହିନୀ, ଆନ୍ତର୍ଜାତୀୟ ବିଶେଷଜ୍ଞ ଏବଂ ରାଜ୍ୟ ପ୍ରଶାସନର ଟିମ୍ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସିଏମ୍ ଲେଖିଛନ୍ତି ଯେ, ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଶ୍ରମିକ ଭାଇମାନଙ୍କ କୌଣସି ଅସୁବିଧା ନହେଉ ଓ ଉଦ୍ଧାର କାର୍ଯ୍ୟ ଶୀଘ୍ର ଶେଷ ପରେ ସେମାନେ ନିରାପଦରେ ବାହାରକୁ ବାହାରନ୍ତୁ ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଟନେଲ୍ ଭିତରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ନିୟମିତ ଭାବେ ଗୁଣାତ୍ମକ ଖାଦ୍ୟ ପ୍ରଦାନ କରାଯାଉଛି । ସମସ୍ତ ଶ୍ରମିକଙ୍କୁ ଡାକ୍ତର ଏବଂ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ନିରନ୍ତର ସମ୍ପର୍କରେ ରଖାଯାଉଛି । ଭିତରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସହିତ ନିରନ୍ତର ଆଲୋଚନା ମଧ୍ୟ କରାଯାଉଛି । ସେମାନଙ୍କୁ ସାହାସ ଦିଆଯାଉଛି । ସୂଚନା ମିଳିଛି ଯେ, SDRF ଦ୍ୱାରା ପ୍ରତିଷ୍ଠିତ ଯୋଗାଯୋଗ ସେଟଅପ୍ ବ୍ୟତୀତ ଟେଲିଫୋନିକ୍ ଯୋଗାଯୋଗ ସେଟଅପ୍ ମଧ୍ୟ ବିଏସଏନଏଲ (BSNL) ଦ୍ୱାରା କନେକ୍ସନ କରାଯାଇଛି।
Also Read- Unique Marriage: ୬ ବର୍ଷ ପୂର୍ବରୁ ହୋଇଥିଲା ଛାଡପତ୍ର, ପୁଣି ପରସ୍ପରଙ୍କୁ ବିବାହ କଲେ ଦମ୍ପତ୍ତି
Also Read- ଇତିହାସ ରଚିଲା କେରଳ, ପ୍ରଥମଥର ପାଇଁ ଜିଲ୍ଲା ଚିକିତ୍ସାଳୟରେ କିଡନୀ ପ୍ରତିରୋପଣ