Train Accident News: ଜାମନଗର ରେଳ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସେମିତି କିଛି ବିଶେଷ କ୍ଷୟକ୍ଷତି ହୋଇନାହିଁ । ଟ୍ରେନ୍ ଇଞ୍ଜିନର ଆଶିଂକ ଅଂଶ ନଷ୍ଟ ହୋଇଯାଇଛି। ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏକ ମଇଁଷି ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ରବିବାର ରାତିରେ ଜାମନଗର ନିକଟସ୍ଥ ଧରଣନଗର ନିକଟରେ ଏହି ଘଟଣା ସାମ୍ନାକୁ ଆସିଛି । ଯାତ୍ରୀଙ୍କୁ ନେଇ ଜାମନଗରରୁ ଓକା ଯିବା ସମୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି ।


COMMERCIAL BREAK
SCROLL TO CONTINUE READING

ବନ୍ଦେ ଭାରତ ସହିତ ମଇଁଷି ଧକ୍କା ହେବା ଖବର ମିଳିବା ମାତ୍ରେ ରେଳ ବିଭାଗର ବୈଷୟିକ ଟିମ୍ ଏବଂ ରେଳ ଅଧିକାରୀ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଟ୍ରେନକୁ କିଛି ସମୟ ଅଟକାଇ ଯାଞ୍ଚ କରାଯାଇଥିଲା। ପରିସ୍ଥିତି ସଠିକ୍ ଥିବା ଜାଣିବା ପରେ ଟ୍ରେନକୁ ଆଗକୁ ବଢିବାକୁ ଦିଆଯାଇଥିଲା । ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ମଧ୍ୟ ଅନେକ ଥର ଦେଶର ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣାର ସମ୍ମୁଖିନ ହୋଇସାରିଛି ।


Also Read- Ollywood News: ପୁଣି ହେଲା ବାହାଘର ! Wife ବନିଲେ ବର୍ଷା ପ୍ରିୟଦର୍ଶିନୀ


Also Read- Weather News: ୪୦ ଡିଗ୍ରୀ ଛୁଇଁଲା ୮ଟି ସହର ତାପମାତ୍ରା, ଆଗକୁ ଅସହ୍ୟ...