Vegatable Price Hike: ପାର୍ବଣ ଆରମ୍ଭ ହେଉ ହେଉ ସମଗ୍ର ଦେଶରେ ଟମାଟୋର ମୂଲ୍ୟ ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି ଯେ ଟମାଟୋ ତୁଳନାରେ ସେଓର ମୂଲ୍ୟ ମଧ୍ୟ ଶସ୍ତା ଲାଗୁଛି। ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ଧନି ଲୋକଟେ ମଧ୍ୟ ସେଓ କିଣିବାକୁ ଭୟ କରୁଛି। ସେପଟେ ଗରିବ ଲୋକଙ୍କ କଥା ତ ନ କହିଲେ ଭଲ। ଯେଉଁଥିପାଇଁ ବ୍ୟବସାୟୀଠାରୁ ଆରମ୍ଭ କରି ସାଧାରଣ ଖାଉଟି ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ପୂର୍ବ ବର୍ଷା ହେତୁ ପନିପରିବାର ମୂଲ୍ୟ ବୃଦ୍ଧି ପାଇଛି।  ଆଜିକାଲି ବଜାରରେ ଆପଲ୍ ୫୦ ରୁ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଟମାଟୋ କିଲୋଗ୍ରାମ ୮୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ଆଳୁ ବିଷୟରେ କହିବାକୁ ଗଲେ ଏହା ୩୦ ରୁ ୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଶିମଲା ମିର୍ଚ୍ କିଲୋଗ୍ରାମ ପିଛା ୧୬୦ରେ ବିକ୍ରି ହେଉଛି ଏବଂ ଫୁଲକୋବି କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି।


COMMERCIAL BREAK
SCROLL TO CONTINUE READING

ଦେଶର ରାଜଧାନୀ ଦିଲ୍ଲୀ, ଆଜାଦପୁର ଏବଂ ଗାଜିପୁରର ସବୁଠାରୁ ବଡ ମଣ୍ଡିରେ ସାଲାଡ ଏବଂ ଅନେକ ତରକାରୀରେ ବ୍ୟବହୃତ ଟମାଟୋ ଉପରେ ସର୍ବାଧିକ ମୁଦ୍ରାସ୍ଫୀତି, ବଡ ମଣ୍ଡିରେ ଟମାଟୋ ହୋଲସେଲ ମୂଲ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କା ଥିବାବେଳେ ଆପଲର ହୋଲସେଲ ମୂଲ୍ୟ ୫୦ ଟଙ୍କା ରହିଛି।


ସେହିପରି ଓଡ଼ିଶାରେ ମଧ୍ୟ ୧୦୦ ଛୁଇଁଛି କିଲୋ ପିଛା ଟମାଟ଼ୋ ଦର। ଭୁବନେଶ୍ବର(Bhubaneswar)ର ଆଇଗିଣିଆ ଏବଂ ଏକ ନମ୍ବର ମାର୍କେଟକୁ  ପ୍ରତିଦିନ ପ୍ରାୟ ୧୦ ଗାଡ଼ି ଟମାଟୋ ଆସୁଛି। ବେଙ୍ଗାଲୁରୁରେ କିଣା ମୂଲ୍ୟ କେଜି ପିଛା ୬୦ ଟଙ୍କା ପାଖାପାଖି ରହୁଛି। ପାଇକାରୀ ବଜାରରୁ ଖୁଚୁରା ବଜାରକୁ ଗ୍ରାହକଙ୍କ ନିକଟରେ ପହଞ୍ଚିଲା ବେଳକୁ କିଲୋ ପିଛା ୧୦୦ ଟଙ୍କାରେ କିଣୁଛନ୍ତି ଖାଉଟି। ଓଡ଼ିଶାକୁ ବର୍ତ୍ତମାନ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ନୂଆ ଟମାଟୋ ଆସିଯିବା କଥା। କିନ୍ତୁ ବର୍ଷା ଓ ବନ୍ୟା ପାଇଁ ତାହା ଆସିପାରୁନାହିଁ। ଏଥିପାଇଁ ବଜାରରେ ଦର ଅଧିକ ରହୁଛି ବୋଲି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କହିଛନ୍ତି।