Odisha Vegetables Price: ରାଜ୍ୟରେ(Odisha) ଆକାଶ ଛୁଆଁ ପରିବା ଦର । ଗ୍ରାହକଙ୍କ ପକେଟକୁ ଭାରି ବାଧୁଛି ଦର (Vegetables price list)। ପକେଟରେ ହଜାର ଟଙ୍କା ଥିଲେ ବି ବ୍ୟାଗ୍ ଫୁଲ ହେଉନି । ଏଥିରୁ ଅନୁମାନ କରିପାରୁଥିବେ ବଜାରରେ ପରିବା ଦର କେମିତି ରହିଛି (Vegetables price list) । ବ୍ୟାଗ ଧରି ବଜାରକୁ ଯିବା ପୂର୍ବରୁ କେଉଁ ପରିବା କିଣିବେ ତାହା ସ୍ଥିର କରିପାରୁ ନାହାଁନ୍ତି ଗ୍ରାହକ । କାହିଁକିନା ପରିବା (Vegetables) ମହଙ୍ଗା ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଗ୍ରାହକ। ଏଥିପାଇଁ ଭାବିଚିନ୍ତି ପରିବା କିଣିବାକୁ ପଡୁଥିବା କହିଛନ୍ତି ଗ୍ରାହକ । ଦରକୁ ଡରି କିଲେ ଜାଗାରେ ଗ୍ରାହକ ଅଢେଇସ ଗ୍ରାମର ପରିବାରେ କିଣୁଛନ୍ତି।  ଯେଉଁ ପରିବାକୁ ହାତ ମାରିଲେ ଦର ୭୦/୮୦ ଉପରେ ରହିଛି । ଟମାଟୋ କିଲୋ ୧୨୦ ଟଙ୍କା ପାର୍ କରିଥିବା ବେଳେ ଅନ୍ୟାନ୍ୟ ପରିବା ଦର ମଧ୍ୟ କ୍ରମାଗତ ଭାବେ ବଢିଚାଲିଛି। 


COMMERCIAL BREAK
SCROLL TO CONTINUE READING

Also Read: Odisha Train Accident: ରାତାରାତି କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାର ଏହି ତିନି 'ଭିଲେନ୍'


Also Read: Horoscope Today 8 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


ଶ୍ରାବଣ ମାସ ଚାଲିଥିବାରୁ ଅଧିକାଂଶ ଲୋକେ ଆମିଶ ଛାଡି ଶାକାହାରି ହୋଇଥାଆନ୍ତି । ନିରାମିଷ ଖାଦ୍ୟ ଖାଇ ଥାଆନ୍ତି। ଏହି ସମୟରେ ଖାସ୍ କରି ପନିପରିବା ଅଧିକ ଖୋଜାପଡେ। ଶ୍ରାବଣ ମାସରେ ହଠାତ୍ ପନିପରିବାର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଭାରି ବାଧୁଛି । ବିଷେଶ କରି ମଧ୍ୟବିତ ପରିବାରର ଲୋକେ ଅଧିକ ହଇରାଣ ହରକତ ହେଉଛନ୍ତି।  ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ୧୨୦-୧୪୦ ଟଙ୍କାରେ ବିକ୍ରି ହେଉଛି । ବିନ୍‌ସ ଶହେ, ବାଇଗଣ ୮୦ ଓ କଲରା ଦାମ ରହିଛି ୮୦ ଟଙ୍କା । ସେହିପରି ପୋଟଳ,ଭେଣ୍ଡି ଓ ଜହ୍ନି କିଲୋ ୬୦ ଟଙ୍କା ରହିଛି । ଫୁଲକୋବି,କାକୁଡି ଦାମ୍‌ ତ ନ କହିବା ଭଲ। ସେହିପରି କଞ୍ଚାଲଙ୍କା କିଲୋ ୪୦୦ ହୋଇଥିବା ବେଳେ ଅଦା ଦର ୩୦୦ରେ ପହଞ୍ଚିଲାଣୀ।  ବର୍ଷ ସାରା ଅଦା ଦର ପ୍ରାୟ ୧୦୦ଟଙ୍କା ରହିଥାଏ । କେତେବେଳେ କେମିତି ଦର ୧୫୦ ଟଙ୍କା ପର୍ଯ୍ୟନ୍ତ ଯାଏ । ହେଲେ ଏଥର ୩୦୦ ଛୁଇଁଛି ଅଦା ଦର । ଏବେ ମାର୍କେଟରେ ଅନ୍ୟନ୍ୟା ପରିବା ଦର ମଧ୍ୟ ୭୦ ଟଙ୍କା ଉପରେ ରହିଛି । ଆହୁରି ୧୫ ଦିନ ଏମିତି ପରିବା ଦର ଆକାଶ ଛୁଆଁ ହେବ ବୋଲି କୁହାଯାଉଛି ।


Also Read: Shani Remedies: ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, କଟିଯିବ ଶନିଦଶା, ରାତାରାତି ବଦଳିଯିବ ଆପଣଙ୍କ ଭାଗ୍ୟ !


Also Read: Accident News: ସକାଳୁ ସକାଳୁ ବଡ଼ ଅଘଟଣ, ରେଲୱ ଟ୍ରାକ୍ ଉପରକୁ ଚଢିଗଲା ଘରୋଇ ଯାତ୍ରୀବାହୀ ବସ୍


ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସୁନାହିଁ। ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ସାଧାରଣତଃ ବେଙ୍ଗାଳୁରୁ, ଆନ୍ଧ୍ରପ୍ରଦେଶ, କୋଲକାତା, ନାସିକ, ରାୟପୁରରୁ ଚଢ଼ା ଦରରେ ପରିବା କିଣାଯାଉଛି। ତେଣୁ ଏଠାରେ ପରିବା ମୂଲ୍ୟ ବଢ଼ିଛି। ଏହା ଦ୍ଵାରା କେବଳ ଖାଉଟି ନୁହଁନ୍ତି,ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି ବୋଲି କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ଵାଇଁ। ଲୋକଙ୍କ ଆବଶ୍ୟକତା ତୁଳନାରେ ଉତ୍ପାଦନ କମିଛି। ଫଳରେ ପରିବା ମୂଲ୍ୟରେ ବୃଦ୍ଧି ହୋଇଛି। ଅତ୍ୟଧିକ ଗରମ ସହ ମୌସୁମୀରେ ବିଳମ୍ବ ବା ବର୍ଷାର ଅଭାବ ପରିବା ଚାଷକୁ ପ୍ରଭାବିତ କରିଛି ବୋଲି ବ୍ୟବସାୟୀ କହିଛନ୍ତି।