Vietnam Confirms H5N1 in Mans Death: କୁକୁଡ଼ା ସମେତ ଅନ୍ୟାନ୍ୟ ପକ୍ଷୀଙ୍କୁ ଆକ୍ରାନ୍ତ କରୁଥିବା ବାର୍ଡ ଫ୍ଲୁ ଏବେ ମଣିଷଙ୍କ ଲାଗି ଘାତକ ସାଜିଛି। ସଦ୍ୟ ଭିଏତନାମର କାନହ ହୋଆ ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ ୨୧ ବର୍ଷୀୟ କଲେଜ ଛାତ୍ର ବାର୍ଡ ଫ୍ଲୁ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରାଣ ହରାଇଛନ୍ତି। ବାର୍ଡ ଫ୍ଲୁ କାରଣରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର (୨୬ ମାର୍ଚ୍ଚ) ସ୍ପଷ୍ଟ କରିଛି। 


COMMERCIAL BREAK
SCROLL TO CONTINUE READING

ଦେଶର କାନହ ହୋଆ ପ୍ରଦେଶରେ ଏଚ୫ ଏଭିଆନ୍ ଫ୍ଲୁ ସଂକ୍ରମଣ ହୋଇଥିବା ନେଇ କହିଥିଲା ଭିଏତନାମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏଚ୫ ଏଭିଆନ୍ ଫ୍ଲୁ ସଂକ୍ରମଣ ଏଚ୫ଏନ୧ ଭୂତାଣୁର ଉପପ୍ରକାର। ଏହି ସଂକ୍ରାମକ ରୋଗ ସମ୍ପର୍କରେ ଆଭିଆନ୍ ଫ୍ଲୁ ଡାଏରୀ ଦ୍ୱାରା ଖବର ସହ ଏକ ବିବୃତ୍ତି ଜାରି ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବାର୍ଡ ଫ୍ଲୁ ସଂକ୍ରମଣରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ର ସଂକ୍ରମିତ ହୋଇଥିଲା। ଯିଏ ଏଚ୫ ଏଭିଆନ୍ ଫ୍ଲୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଗତ ସପ୍ତାହରେ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଯାହାକୁ ପ୍ରାଦେଶିକ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ନିଶ୍ଚିତ କରିଥିଲେ।


ମଙ୍ଗଳବାର ଭିଏତନାମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ଏହି ଘଟଣା ସମ୍ପର୍କରେ ଦର୍ଶାଯାଇଛି। ଯେଉଁଥିରେ କୁହାଯାଇଛି ମାର୍ଚ୍ଚ ୨୩ ତାରିଖରେ ରୋଗୀଙ୍କ ସଂକ୍ରମଣରେ ମୃତ୍ୟୁ ହୋଇଛି। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ମହାମାରୀ ସମ୍ପର୍କରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ମୃତକ ଜଣଙ୍କ ନବବର୍ଷ ଛୁଟି ପୂର୍ବରୁ ଏବଂ ପରେ ତାଙ୍କ ଘର ନିକଟରେ ବଣୁଆ ପକ୍ଷୀଙ୍କୁ ଫାଶରେ ପକାଇଥିଲା। ସେତେବେଳେ କୌଣସି କୁକୁଡ଼ା ଅଥବା ପକ୍ଷୀଙ୍କ ମୃତ୍ୟୁ ହୋଇଥିବାର ଖବର ଆସିନଥିଲା। ରୋଗୀଙ୍କ ଉପରେ ନଜର ରଖିବା ସମୟରେ ବାର୍ଡ ଫ୍ଲୁ ଜନିତ ଅନ୍ୟ କୌଣସି ମାମଲା ଚିହ୍ନଟ ହୋଇନାହିଁ।



ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ମୃତକ ଜଣଙ୍କ କେଉଁ ପ୍ରକାରର ଏଚ୫ଏନ୧ ଦ୍ୱାରା ସଂକ୍ରମିତ ହୋଇଥିଲା। ପୁରାତନ ପ୍ରକାର (୨.୩.୨.୧ସି) ଏସିଆ ମହାଦେଶର କିଛି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ନିକଟରେ ଭିଏତନାମର ପଡୋଶୀ କାମ୍ବୋଡିଆରେ ଏପରି ଅନେକ ମାମଲା ଚିହ୍ନଟ ହୋଇଛି। ଯାହା ମଧ୍ୟରୁ ଅନେକ ମାମଲା ଅତି ସାଂଘାତିକ ରହିଛି। ବିଶ୍ୱର ଅଧିକାଂଶ ସ୍ଥାନରେ କୁକୁଡ଼ାଙ୍କୁ ପ୍ରଭାବିତ କରୁଥିବା ନୂତନ ପ୍ରକାର (୨.୩.୪.୪ବି) ମଧ୍ୟ ବିରଳ କ୍ଷେତ୍ରରେ ଲୋକଙ୍କୁ ସଂକ୍ରମିତ କରିଛି। ଯେଉଁମାନେ ମୁଖ୍ୟତଃ ସଂକ୍ରମିତ ପକ୍ଷୀ କିମ୍ବା ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିଥିଲେ।


ଗତ ୨୦୧୪ ପର ଠାରୁ ଭିଏତନାମରେ ଶେଷ ଏଚ୫ଏନ୧ ଗତ ୨୦୨୨ ଅକ୍ଟୋବର ମାସରେ ଫୁ ଥୋ ପ୍ରଦେଶରେ ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୁକୁଡ଼ାଙ୍କ ଠାରେ ଦେକାଯାଉଥିବୂା ସ୍ପୋରଡିକ୍ ଏଚ୫ଏନ୧ ଚିହ୍ନଟ କରିବା ଜାରି ରଖିଛି। ଭିଏତନାମ କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଦେଶର କାନହ ହୋଆ ସମେତ ଦେଶର ଅନ୍ୟ ୬ ପ୍ରଦେଶରେ ବ୍ଲାର୍ଡ ଫ୍ଲୁ ଜନିତ ଚିହ୍ନଟ ହୋଇଛି।