Nuh Violence: ଧାର୍ମିକ ଶୋଭାଯାତ୍ରା(Religious Procession) ବେଳେ ଚାଲିଗଲା ଜୀବନ।ହରିୟାଣାର(Hariyana) ନୁହୁ ଜିଲ୍ଲାରେ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଅତିକମରେ ତିନି ଜଣ ହୋମଗାର୍ଡଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୦ ରୁ ଅଧିକ ଆହତ ହୋଇଛନ୍ତି।ଉକ୍ତ ସ୍ଥାନରେ ଇଣ୍ଟରନେଟ୍(Internet)ସେବା ସ୍ଥଗିତ ରଖାଯାଇଛି ଏବଂ ବଡ଼ ସମାବେଶକୁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଟରନେଟ୍ ସେବାଗୁଡିକର ନିଲମ୍ବନ ଅଗଷ୍ଟ ୨ ପର୍ଯ୍ୟନ୍ତ ଜାରି ରହିବା ନେଇ ସୂଚନା ମିଳିଛି। ସ୍ଥିତିକୁ ଶାନ୍ତ କରିବା ପାଇଁ ଦୁଇ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ଡକାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମ ନିକଟସ୍ଥ ଏକ ମନ୍ଦିର ଭିତରେ ୨୫୦୦ରୁ ଅଧିକ ଲୋକ ଆଶ୍ରୟ ନେଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ପଥର ଫିଙ୍ଗା-ଫିଙ୍ଗି ହୋଇଥିଲା, ଏଥି ସହ ଅନେକ ଗାଡ଼ି ଜଳାଯାଇଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସର ମଧ୍ୟ ବ୍ୟବହାର କରିଛି। ଧାର୍ମିକ ଶୋଭାଯାତ୍ରାରେ ଭାଗ ନେବାକୁ ଆସିଥିବା ୨୫ଶହରୁ ଅଧିକ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ନେଇଛି ପୋଲିସ୍।


ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ଘଟଣାକୁ ନିନ୍ଦା କରିବା ସହ ହିଂସା ଭିଆଇଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି।ସେ କହିଛନ୍ତି, "ଏପରି ଘଟଣା ଦୁର୍ଭାଗ୍ୟଜନକ, ମୁଁ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ସମସ୍ତ ଲୋକଙ୍କୁ ନିବେଦନ କରୁଛି। ଦୋଷୀମାନଙ୍କୁ କୌଣସି ପରିସ୍ଥିତିରେ ଦଣ୍ଡ ଦିଆଯିବ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"


ଧାର୍ମିକ ଶୋଭାଯାତ୍ରା ବ୍ରିଜ ମଣ୍ଡଳ ଜଳାଭିଶେଖ ଯାତ୍ରା ଏକ ଦକ୍ଷିଣପନ୍ଥୀ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହାକୁ ଗୁରୁଗ୍ରାମ-ଅଲୱାର ଜାତୀୟ ରାଜପଥରେ ଯୁବକମାନେ ଅଟକାଇ ଥିଲେ ଏବଂ ଏହି ଶୋଭାଯାତ୍ରାରେ ଟେକା ପଥର ଫୋପାଡ଼ିବା ଆରମ୍ଭ କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଭୁଲ ତଥ୍ୟ ଏବଂ ଗୁଜବ ପ୍ରଚାରକୁ ରୋକିବା ପାଇଁ ହରିୟାଣା ସରକାର ଏକ ସରକାରୀ ବିଜ୍ଞପ୍ତିରେ କହିଛନ୍ତି।


ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ହ୍ୱାଟସ୍ ଆପ୍, ଫେସବୁକ୍ ଟ୍ୱିଟର ଇତ୍ୟାଦି ମୋବାଇଲ୍ ଫୋନ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ଭୁଲ ତଥ୍ୟ ତଥା ଗୁଜବ ପ୍ରଚାରକୁ ରୋକିବା ପାଇଁ ଇଣ୍ଟରନେଟରେ ସେବା ପ୍ରଦାନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆଞ୍ଚଳିକ ପ୍ରାଧିକରଣରେ ଭଏସ୍ କଲ ବ୍ୟତୀତ ମୋବାଇଲ୍ ନେଟୱାର୍କରେ ପ୍ରଦାନ କରାଯାଇଛି।


Also Read: Bhubaneswar Rain: ରାଜଧାନୀ ଭୁବନେଶ୍ୱରରେ ବନ୍ୟା! ଦାୟୀ କିଏ ?
LPG Price: ଅଗଷ୍ଟ ଆରମ୍ଭରୁ ଖୁସି ଖବର ଦେଲେ ସରକାର, ଗ୍ୟାସ ଦରରେ ବୃହତ ହ୍ରାସ ! ୧୦୦ ଟଙ୍କା ହେଲା ଶସ୍ତା