Viral News: ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ୨୩ କୋଟିର ମଇଁଷି, ଶୁକ୍ର ବିକି ମାଲିକ ଲକ୍ଷପତି
ନୂଆଦିଲ୍ଲୀ: ହରିଆଣାର ଅନମୋଲ ନାମକ ଏକ ମଇଁଷି ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି। ଏପରିକି ସର୍ବଭାରତୀୟ କୃଷକମେଳାରେ ମଧ୍ୟରେ ବେଶ ଧମାଲ ସୃଷ୍ଟି କରିଛି। ମିଳିଥିବା ରିପୋର୍ଟ ମୁତାବକ ଅନମୋଲ ନାମକ ଏହି ମଇଁଷିର ଓଜନ ପ୍ରାୟ ୧୫୦୦ କେଜି ଓ ଏହାକୁ ପୁଷ୍କର ମେଳା ଓ ମିରଟର ସର୍ବଭାରତୀୟ କୃଷକ ମେଷା ଭଳି କାର୍ଯ୍ୟକ୍ରମରେ ବେଶ ଆକର୍ଷଣର କେନ୍ଦ
Viral News:ନୂଆଦିଲ୍ଲୀ: ହରିଆଣାର ଅନମୋଲ ନାମକ ଏକ ମଇଁଷି ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି। ଏପରିକି ସର୍ବଭାରତୀୟ କୃଷକମେଳାରେ ମଧ୍ୟରେ ବେଶ ଧମାଲ ସୃଷ୍ଟି କରିଛି। ମିଳିଥିବା ରିପୋର୍ଟ ମୁତାବକ ଅନମୋଲ ନାମକ ଏହି ମଇଁଷିର ଓଜନ ପ୍ରାୟ ୧୫୦୦ କେଜି ଓ ଏହାକୁ ପୁଷ୍କର ମେଳା ଓ ମିରଟର ସର୍ବଭାରତୀୟ କୃଷକ ମେଷା ଭଳି କାର୍ଯ୍ୟକ୍ରମରେ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ଆକାର, ବଂଶାବଳି ଓ ପ୍ରଜନନ କ୍ଷମତା ପାଇଁ ଜଣାଶୁଣା ଅନମୋଲ ଏବେ ସୋସିଆଲ ମିଡ଼ିଆରେ ଚର୍ଚାରେ ରହିଛି।
ଅନମୋଲର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବହୁତ ଖର୍ଚ୍ଚ ମଧ୍ୟ କରିବାକୁ ପଡିଥାଏ ବୋଲି ତାହାର ମାଲିକ କହିଛନ୍ତି। ଏହାର ମାଲିକ ଗିଲ ମଇଁଷିର ଖାଦ୍ୟରେ ଦୈନିକ ପ୍ରାୟ ୧୫୦୦ ଟଙ୍କା ଖର୍ଚ୍ଚ କରାଥାଆନ୍ତି ବୋଲି କହିଛନ୍ତି। ଯେଉଁଥିରେ ଅନମୋଲର ସ୍ୱାସ୍ଥ୍ୟ ଓ ଶକ୍ତି ବଜାୟ ରଖିବା ପାଇଁ ଶୁଖିଲା ଫଳ ଓ ଅଧିକ କ୍ୟାଲୋରୀ ଯୁକ୍ତଖାଦ୍ୟର ମିଶ୍ରଣ ଅନ୍ତର୍ଭୁକ୍ତ। ମେନୁରେ ୨୫୦ ଗ୍ରାମ ବାଦାମ, ୩୦ କଦଳୀ, ୪ କେଜି ଡାଳିମ୍ବ, ୫ କେଜି କ୍ଷୀର ଓ ୨୦ଟି ଅଣ୍ଡାକୁ ସାମିଲ କରାଯାଇଥାଏ।
ସେହିପରି ତେଲିଆ କେକ, ସବୁଜ ଘାସ, ଘିଅ, ସୋୟାବିନ ଓ ମକା ମଧ୍ୟ ଖାଦ୍ୟ ତାଲିକାରେ ରହିଛି। ଦୈନନ୍ଦିନ ଗୃମିଂ ମାଧ୍ୟମରେ ଅନମୋଲର ସ୍ୱାସ୍ଥ୍ୟ ମଧ୍ୟ ବଜାୟ ରହିଥାଏ। ମଇଁଷିକୁ ଦିନକୁ ଦୁଇଥର ଗାଧୋଇ ଦିଆଯାଏ। ବାଦାମ ଓ ସୋରିଷ ତେଲରେ ଶରୀରକୁ ମର୍ଦ୍ଦନ କରାଯାଇଥାଏ। ଫଳରେ ଶରୀର ସୁସ୍ଥ ଓ ସୁନ୍ଦର ରଖିଥାଏ। ଯଥେଷ୍ଟ ଖର୍ଚ୍ଚ ସତ୍ତ୍ୱେ, ଗିଲ ଅନମୋଲର ସର୍ବୋତ୍ତମ ଯତ୍ନ ଯୋଗାଇବା ପାଇଁ ଉତ୍ସର୍ଗୀକୃତ। ଏଥିପାଇଁ ଅତୀତରେ ଏହାର ମା ଓ ଭଉଣୀକୁ ବିକ୍ରି କରି ଖର୍ଚ୍ଚ ବହନ କରିବାକୁ ପଡ଼ିଥିଲା। ଅନମୋଲର ମା ଦୈନିକ ୨୫ ଲିଟର କ୍ଷୀର ଦେଉଥିଲା। ଅନମୋଲର ପ୍ରଭାବଶାଳୀ ଆକାର ଓ ଖାଦ୍ୟ ଏହାର ମୂଲ୍ୟରେ ଏକ ବଡ଼ ଭୂମିକା ଗ୍ରହଣ କରୁଥିବା ବେଳେ ପ୍ରଜନନରେ ଏହାର ଭୂମିକା ହିଁ ପ୍ରକୃତରେ ଏହାର ମୂଲ୍ୟ ବଢାଇଛି।
ଅନମୋଲ ମାଲିକ ଗିଲ ପାଇଁ ସୁନା ଅଣ୍ଡା ଦିଆ କୁକୁଡ଼ା ସାବ୍ୟସ୍ତ ହୋଇଛି। ପ୍ରଜନନ କ୍ଷେତ୍ରରେ ମଧ୍ୟ ଅନମୋଲର ଶୁକ୍ରର ବେଶ ଚାହିଦା ରହିଛି। ପ୍ରତି ସପ୍ତାହରେ ଦୁଇଥର ଶୁକ୍ରାଣୁ ବାହାର କରାଯାଇଥାଏ। ଏହାକୁ ବିକ୍ରି କରି ମାଲିକ ଗିଲ ମାସକୁ ପ୍ରାୟ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି। ଗିଲଙ୍କ କହିବା କଥା ହେଉଛି କି ଅନମୋଲ ହେଉଛି ତାଙ୍କର ଏକ ମହଙ୍ଗା ବନ୍ଧୁ। ଯିଏ ତାଙ୍କର ସମୃଦ୍ଧି ଓ ସଫଳତାରେ ପୂର୍ଣ୍ଣ ସହଯୋଗ କରି ଆସୁଛି ବୋଲି ଗିଲ କହିଛନ୍ତି। ଏପରିକି ଘରର ଗୁରୁତ୍ତ୍ୱପୂର୍ଣ୍ଣ ଖର୍ଚ୍ଚ ବହନ କରିବାରେ ସାହାଯ୍ୟ କରି ଆସୁଛି ବୋଲି ସେ କହିଛନ୍ତି। ଅନମୋଲଙ୍କୁ ୨୩ କୋଟି ଟଙ୍କାରେ ଲୋଭନୀୟ ଅଫର ସତ୍ତ୍ୱେ ଗିଲ ଏହାକୁ ଦେଇ ନାହାନ୍ତି। ବରଂ ତାଙ୍କୁ ଘରର ଜଣେ ସଦସ୍ୟ ଭାବେ ଦେଖନ୍ତି ବୋଲି ସେ ପ୍ରକାଶ କରିଛନ୍ତି।