Viral Video: ବର୍ତ୍ତମାନ ସୋସିଆଲ ମିଡ଼ିଆରେ (Social Media) ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ (Viral Video) ହେଉଥିବା ଦେଖିବାକୁ ମିଳିଥାଏ । କେତେକ ଭିଡି଼ଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ ଆଉ କେତେକ ଭିଡ଼ିଓ ଦେଖି ଲୋକେ ହସି ହସି ବେଦମ୍ ହୋଇଥାଆନ୍ତି । ଆଉ କେତେକ ଭିଡ଼ିଓ ଏପରି ଥାଏ ଯାହା ସାଧାରଣ ଲୋକଟିକୁ ରାତାରାତି ଲୋକପ୍ରିୟ କରାଇଥାଏ, ତେବେ ନିକଟରେ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ଦେଖି ଆପଣ ଆର୍ଶ୍ଚଯ୍ୟ ହେବେ ।  


COMMERCIAL BREAK
SCROLL TO CONTINUE READING

ସାଧାରଣତଃ ଯଦି ଆପଣ କାହାକୁ ଭୁଲ୍ ମାଗିବାକୁ ଚାହୁଛନ୍ତି ତାହାଲେ କିପରି ଭୁଲ୍ ମାଗବେ? କିଛି ଭୁଲ୍ କରିଥିଲେ ବା କାହା ମନରେ ମନରେ କଷ୍ଟ ଦେଇଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମନାଇବା ଲାଗି ଲୋକେ ଅନେକ ଉପାୟ ଆପଣାଇଥାଆନ୍ତି । କିଏ ବୁଝାଇବା ଲାଗି ସରି, ମେସେଜ (Message) କରିଥାଏ ତ ଆଉ କି ଫୁଲ, ଚକୋଲେଟ୍ ବା ଗିଫ୍ଟ (Gift) ଦେଇ ଅଭିମାନ କରିଥିବା ନିଜର ଲୋକଙ୍କୁ ମନାଇଥାଆନ୍ତି । କିନ୍ତୁ ନିକଟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଜବ ଡଙ୍ଗରେ କ୍ଷମା ମାଗି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବତୀ । ଭାଇରାଲ ଭିଡିଓରେ ଏକ ପୋଷ୍ଟର ବା ହୋର୍ଡ଼ିଂ ଥିବା ଦେଖିବାକୁ ମିଳୁଛି । ଏଥିରେ ଲେଖା ଯାଇଛି ଯେ, ‘ମୋତେ କ୍ଷମା କରିଦିଅ ସଞ୍ଜୁ । ମୁଁ ତୁମକୁ କେବେ ବି ଦୁଃଖ ପହଞ୍ଚାଇବି ନାହିଁ । ତୁମର ସୁଶ.....’ । ଆଜ୍ଞା ହିଁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏପରି ଲେଖା ଥିବା ଏକ କିଛି ଅଜବ ହୋର୍ଡ଼ିଂ ଭାଇରାଲ ହେବାରେ ଲାଗିଛି । ଏଥିରେ ଦୁଇଟି ପିଲାଙ୍କ ଫଟୋ ମଧ୍ଯ ରହିଛି । ବାସ୍ତବରେ, ନୋଏଡା ସେକ୍ଟର ୧୨୫ର (Noida sector 125) ଓଖଲା ବାର୍ଡ଼ ସେଞ୍ଚୁରୀ (Okhla Bird sanctuary )ନିକଟରେ ଏହି ଅଜବ ହୋର୍ଡ଼ିଂ ଦେଖିବାକୁ ମିଳିଥିଲା । ଯଦିଓ ଏହି ହୋର୍ଡ଼ିଂକୁ ହଟାଇ ଦିଆଯାଇଛି କିନ୍ତୁ ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


 



ଏହା ବି ପଢନ୍ତୁ-Road Network in India: '୯ ବର୍ଷରେ ୫୯% ବୃଦ୍ଧି ପାଇଛି ଭାରତର ରୋଡ଼ ନେଟୱାର୍କ; ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ'


ପ୍ରଥମେ ଏହି ଯୁବତୀ ଜଣକ କିଏ? ସେ କାହାକୁ ଏପରି କ୍ଷମା ମାଗୁଛନ୍ତି ତାହା ଜଣାପଡ଼ିନଥିଲା । ହୋର୍ଡିଂଟି ଭାଇରାଲ ହେବା ପରେ ଏହାକୁ ନେଇ ଲୋକେ ବିଭିନ୍ନ ପ୍ରକାରର କାହାଣୀ ଗଠନ କରିବା ଆରମ୍ଭ କରିଦେଇଥିଲେ । କେତେକ ଲୋକ ଏହାକୁ ପ୍ରେମ ବ୍ୟାପାର ବୋଲି କହୁଥିବା ବେଳ ଆଉ କେତେକ ଲୋକେ ପ୍ରେମୀ ଯୁଗଳଙ୍କ ମଧ୍ଯରରେ ଝଗଡା ପରେ ଏହା ଭୁଲ୍ ମାଗିର ଅଭିନବ ଉପାୟ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ନିଜର ହଜିଯାଇଥିବା ସନ୍ତାନ ପାଇଁ ପରିବାର ଲୋକେ ଏପରି ହୋର୍ଡ଼ିଂ କରି ବାର୍ତ୍ତା ଲେଖିଥିଲେ। ତେବେ ଫଟୋ ଭାଇରାଲ ହେବା ପରେ ନୋଏଡା କର୍ତ୍ତୃପକ୍ଷ (Noida police) ଉକ୍ତ ପୋଷ୍ଟରକୁ ହଟାଇ ଦେଇଛନ୍ତି।


ଏହା ବି ପଢନ୍ତୁ- Bakra Eid 2023: ଇଦ୍ ଅଲ୍- ଅଦାକୁ ନେଇ କ’ଣ ରହିଛି ପୌରାଣିକ କଥା, କାହିଁକି ଏହି ଦିନ ଦିଆଯାଇଥାଏ ପଶୁ ବଳି!


ଏହା ବି ପଢନ୍ତୁ-Shocking News: କୁଡ଼ିଆରେ ଜଳୁଥିଲା ୨ଟି ବଲବ, କିନ୍ତୁ ବିଲ୍ ଆସିଲା…