Shocking News: କୁଡ଼ିଆରେ ଜଳୁଥିଲା ୨ଟି ବଲବ, କିନ୍ତୁ ବିଲ୍ ଆସିଲା…
Advertisement
Article Detail0/zeeodisha/odisha1751858

Shocking News: କୁଡ଼ିଆରେ ଜଳୁଥିଲା ୨ଟି ବଲବ, କିନ୍ତୁ ବିଲ୍ ଆସିଲା…

Excessive electricity charges: ଛୋଟ କୁଡ଼ିଆ ଘରେ ଲାଗିଛି ମାତ୍ର ୨ଟି ବଲ୍ । ପ୍ରତି ମାସ ଏହି ଦୁଇଟି ବଲ୍ ପାଇଁ ତାଙ୍କ ପାଖକୁ ୭୦ରୁ ୮୦ ଟଙ୍କା ବିଲ୍ ଆସିଥାଏ । କିନ୍ତୁ ବୃଦ୍ଧା ଗିରିଜାମାଙ୍କ ମୁଣ୍ତରେ ସେତେବେଳେ ଚଡ଼କ ପଡ଼ିଥିଲା ଯେତେବେଳେ ତାଙ୍କ ନିକଟକୁ ମଇ ମାସରେ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ (Electricity bill) ପୈଠ କରିବା ନେଇ ରସିଦ ଆସିଥିଲା ।

ସୌ(ସୋସିଆଲ ମିଡିଆ)

Excessive electricity charges: ନିକଟରେ ଏକ ଅଦ୍ଭୁଦପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ଜଣେ ୯୦ ବର୍ଷିୟା ବୃଦ୍ଧା ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ତାଙ୍କ ଚାଳ ଘର ପାଇଁ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ ଆସିଥିଲା । ଆଜ୍ଞା ହିଁ ଏହି ଘଟଣାଟି ବାସ୍ତବରେ ଘଟିଛି । କର୍ଣ୍ଣାଟକ (Karnataka) କୋପାଲ ଜିଲ୍ଲା ଭାଗ୍ୟନଗର ଠାରେ ଏକ ଚାଳ ଛପର ଘରେ ନିଜ ପୁଅ ସହ ରୁହନ୍ତି ବୃଦ୍ଧା ଗିରିଜାମା । ସେ ରହୁଥିବା ଛୋଟ କୁଡ଼ିଆ ଘରେ ଲାଗିଛି ମାତ୍ର ୨ଟି ବଲ୍ । ପ୍ରତି ମାସ ଏହି ଦୁଇଟି ବଲ୍ ପାଇଁ ତାଙ୍କ ପାଖକୁ ୭୦ରୁ ୮୦ ଟଙ୍କା ବିଲ୍ ଆସିଥାଏ । କିନ୍ତୁ ବୃଦ୍ଧା ଗିରିଜାମାଙ୍କ ମୁଣ୍ତରେ ସେତେବେଳେ ଚଡ଼କ ପଡ଼ିଥିଲା ଯେତେବେଳେ ତାଙ୍କ ନିକଟକୁ ମଇ ମାସରେ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ (Electricity bill) ପୈଠ କରିବା ନେଇ ରସିଦ ଆସିଥିଲା ।

ସୂଚନା ଅନୁଯାୟୀ, ବୃଦ୍ଧା ଗିରିଜାମାଙ୍କୁ ଗୁଲବର୍ଗା ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡ୍ (GESCOM) ପକ୍ଷରୁ ମଇ ମାସରେ ବିଦ୍ୟୁତ୍ ବିଲ୍ (Electricity bill) ମିଳିଥିଲା । ଗଣମାଧ୍ୟମକୁ ସୂଚନା ଦେଇ ବୃଦ୍ଧା ଜଣଙ୍କ କହିଛନ୍ତି ଯେ, ସେ ପ୍ରତି ମାସରେ ୭୦-୮୦ ଟଙ୍କା ବିଦ୍ୟୁତ୍ ବିଲ୍ ପାଉଥିଲେ, କିନ୍ତୁ ମଇ ମାସରେ ଆସିଥିବା ବିଦ୍ୟୁତ୍ ବିଲ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରେ ଥିବା ବଲ୍ ଆଡକୁ ଦେଖି ସେ କହିଥିଲେ, "ଏହା ଗୋଟିଏ ବଲ୍ ଓ ଅନ୍ୟ ବଲଟି (blubs) ଭିତରେ ଅଛି।" “ଯଦି ବାହାରେ ଅନ୍ଧାର ହୋଇଯାଏ, ମୁଁ ମଶାଲ ଜାଳେ । ଘରେ ଆଉ କିଛି ନାହିଁ  । ନା ଟିଭି, ନା ମିକ୍ସର୍ ଗ୍ରାଇଣ୍ଡର୍ । ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ଏନେଇ ଗୁଲବର୍ଗା ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡ୍ (GESCOM) ଅଧିକାରୀଙ୍କୁ ପ୍ରଶ୍ନ କରିଥିଲି ।  ସେମାନେ କହିଥିଲେ ଯେ, ଏଥିରେ ଯାହା ଲେଖା ହୋଇଛି ତାହା ତୁମକୁ ଦେବାକୁ ପଡି଼ବ । ମୁଁ ପଢିବା କିମ୍ବା ଲେଖିବା ଜାଣିନାହିଁ । ସେମାନେ ଯାହା କୁହନ୍ତି ଆମେ ତାହା ଦେବୁ । ମୋ ପୁଅ ଦିନ ମଜୁରିଆ ହୋଇଥିବା ବେଳେ ଆମେ ମାଆ ଓ ପୁଅ ଏହି ଛୋଟ କୁଡ଼ିଆ (shed) ଘରେ ରହୁ । ମୁଁ ଜାଣିନିପାରୁନି ଏତେ ବଡ଼ ମୂଲ୍ୟର ବିଦ୍ୟୁତ୍ ବିଲ୍ ମୁଁ କିପରି ସୁଝିବି । ଆପଣ ମାନେ ମୋତେ ଏହି ସମସ୍ୟାରୁ ବାହାର କରିବା ଲାଗି ସହଯୋଗ କରନ୍ତୁ’ ।

Also Read-BSNL Recharge Plan: ଜିଓ ଏବଂ ଏୟାରଟେଲକୁ ଟକ୍କର, ମାତ୍ର ୨୨ ଟଙ୍କା ରିଚାର୍ଜରେ ଟେନସନ ଫ୍ରି !

ପ୍ରକାଶ ଥାଉ କି, ଗିରିଜାମାଙ୍କୁ ରାଜ୍ୟ ସରକାରଙ୍କ (State government) ‘ଭାଗ୍ୟ ଜ୍ୟୋତି ଯୋଜନା’ (Bhagya Jyothi scheme)ଅଧୀନରେ ଏହି ବିଜୁଳି ସଂଯୋଗ ମିଳିଥିଲା। ଗରିବ ବା ବିପିଏଲ୍ କାର୍ଡଧାରୀଙ୍କୁ ବିଦ୍ୟୁତ୍ ଯୋଗାଇବା ଏହି ଯୋଜନାରେ ମୂଳ ଲକ୍ଷ୍ୟ ଅଟେ। ଏହି ଯୋଜନା ଅଧୀନରେ ଗିରିଜାମା ୧୮ ୟୁନିଟ୍ ମାଗଣା ବିଦ୍ୟୁତ୍ (Electricity ) ଯୋଗାଣ ପାଇଁ ହକଦାର ଅଟନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକାରୀମାନେ ବୃଦ୍ଧାଙ୍କ ବାସ ଭବନକୁ ଯାଇ ମିଟର ଯାଞ୍ଚ କରିବା ପରେ ସ୍ଥାପିତ ମିଟର ୬ ମାସ ପୁରୁଣା ଓ ଭୁଲ୍ ବୋଲି ଜାଣିବାକୁ ପାଇଥିଲେ । ଏନେଇ ଅଧିକାରୀମାନେ କହିଥିଲେ ଯେ, ମିଟରରେ ତ୍ରୁଟି ରହିଛି । ଯାହାଦ୍ୱାରା ଏତେ ପରିମାଣର ବିଲ୍ ଆସିଛି , ଏହା ସହ ଯେଉଁ ବ୍ୟକ୍ତି ମିଟର ରିଡ଼ିଂ ପାଇଁ ଆସିଥିଲେ ସେ ମଧ୍ଯ ମିଟର ରିଡ଼ିଂ ବେଳେ ଭୁଲ୍ କରିଛନ୍ତି । ଅଧିକାରୀମାନେ କ୍ଷମା ମାଗିଲେ ପରେ ଏହାର ସମାଧାନ ହେବ ବୋଲି ବୃଦ୍ଧାଙ୍କୁ ଆଶ୍ୱାସନା ଦେଇଥିଲେ । ସେମାନେ କହିଥିଲେ ଯେ, “ଏହି ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ। ଆମେ ତୁରନ୍ତ ସଂପୃକ୍ତ ଅଧିକାରୀଙ୍କୁ ଏହି ବିଷୟରେ ଜଣାଇବୁ । ସେମାନେ ଆପଣଙ୍କ ବିଲରେ ଥିବା ତ୍ରୁଟିର ଯାଞ୍ଚ କରି ଏହାର ସଂଶୋଧନ କରିବେ। ଖୁବଶୀଘ୍ର ଆପଣଙ୍କୁ ସଂଶୋଧିତ ବିଲ୍ ଦିଆଯିବ।